ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇରାନ ବହିର୍ବ୍ୟାପାରମନ୍ତ୍ରୀ: ଗଲ୍ଫରେ ଉତ୍ତେଜନା ହ୍ରାସକରୁ ଭାରତ
ନୂଆଦିଲ୍ଲୀ,୧୬ା୧(ପି.ଟି.): ଗଲ୍ଫ (ଉପସାରଗରୀୟ ଅଞ୍ଚଳ)ରେ ଲାଗିରହିଥିବା ଉତ୍ତେଜନାକୁ ହ୍ରାସ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିବାବେଳେ ତେହେରାନ ପକ୍ଷରୁ ପ୍ରଥମଥର ପାଇଁ ନୂଆଦିଲ୍ଲୀର ଭୂମିକା ଉପରେ ଏପରି ଗୁରୁତ୍ୱ ଦିଆଯାଇଛି।…
ରୋହିତଙ୍କୁ ଦିନିକିଆ କ୍ରିକେଟର ପୁରସ୍କାର; କୋହଲିଙ୍କୁ ‘ସ୍ପିରିଟ୍ ଅଫ୍ ଦି କ୍ରିକେଟ’ ସମ୍ମାନ
ଦୁବାଇ,୧୬।୧(ପି.ଟି.)- ଭାରତୀୟ ତାରକା ଓପନର ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ‘୨୦୧୯ ଦିନିକିଆ କ୍ରିକେଟର ଅଫ୍ ଦି ଇୟର’ ବିବେଚିତ ହୋଇଛନ୍ତି। ଗତବର୍ଷ ଦମ୍ଦାର ପ୍ରଦର୍ଶନ କରି ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟପଟେ…
ଶ୍ରୀଅଲାରନାଥଙ୍କ ପୀଠରେ ମକର ନୀତି ସମ୍ପନ୍ନ
ବ୍ରହ୍ମଗିରି,୧୬ା୧(ଡି.ଏନ୍.ଏ.): ପବିତ୍ର ମକର ସଂକ୍ରାନ୍ତିରେ ବୁଧବାର ଶ୍ରୀଅଲାରନାଥଙ୍କ ପୀଠରେ ସ୍ବତନ୍ତ୍ର ମକର ନୀତି ଅନୁଷ୍ଠିତ ହୋଇଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ତୁଳସୀ ଚନ୍ଦନ ଲାଗି, ବଲ୍ଲଭ ନୀତି ହେବାପରେ ସ୍ବତନ୍ତ୍ର ଭାବେ ପହିଲି ଭୋଗ…
ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ଧମାଳ ପ୍ରଥମ
ଫୁଲବାଣୀ ଅଫିସ, ୧୬ା୧-କୋଚିନ୍ଠାରେ ଚାଲିଥିବା ୧୨ତମ ଜାତୀୟସ୍ତରୀୟ ଆଦିବାସୀଙ୍କ ଭାବ ଆଦାନପ୍ରଦାନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାକୁ ସଫଳତା ମିଳିଛି ା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଚକାପାଦ ବ୍ଲକ କରୁକାସ୍କା ଗ୍ରାମର ନୀଳଚକ୍ର ଯୁବକ ସଂଘର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ…
ବୈଷୟିକ ଜ୍ଞାନକୌଶଳରେ ଶିକ୍ଷାଦାନ ପାଇଁ ପ୍ରୟାସ
ଧରାକୋଟ,୧୬ା୧(ଡି.ଏନ.ଏ.)-ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏକ ଭିନ୍ନ ପଦକ୍ଷେପ ଆପଣେଇଛନ୍ତି। ସୂଚନା…
ସୁନ୍ଦର ଧାରା ଖଣ୍ଡାଧାର
କେନ୍ଦୁଝର, ୧୬ା୧ (ସ୍ବ.ପ୍ର.)-କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲା ସୀମାନ୍ତରେ ରହିଛି ମାଲାଙ୍ଗଟୋଲି ପର୍ବତମାଳା । ଏହି ପର୍ବତମାଳାରେ ଉଚ୍ଚ ମାନର ଖଣିଜସମ୍ପଦ ଗଚ୍ଛିତ ଥିବାବେଳେ ଏହା ହେଉଛି ପ୍ରକୃତିର ଗନ୍ତାଘର । ଏହି ପାହାଡ଼ରେ ରହିଛି ଏକାଧିକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳପ୍ରପାତ…
ଜଗତ୍ସିଂହପୁର ମକର ମେଳା ଆରମ୍ଭ
ଜଗତ୍ସିଂହପୁର ଅଫିସ, ୧୬।୧: ଜଗତ୍ସିଂହପୁରରର ପ୍ରସିଦ୍ଧ ମକର ମେଳା ସ୍ବତନ୍ତ୍ର। ପ୍ରତିବର୍ଷ ଭଳି ଚଳିତବର୍ଷ ମକର ସଂକ୍ରାନ୍ତୀ ଅବସରରେ ବୁଧବାରଠାରୁ ସୋମନାଥ ହାଟ ପଡ଼ିଆଠାରେ ଏହି ମେଳା ଆରମ୍ଭ ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆଠାରେ ପୁସ୍ତକ ମେଳା ଓ ହାଟ…
ଏକବିଂଶତମ ଜଗତ୍ସିଂହପୁର ପୁସ୍ତକ ମେଳା ଉଦ୍ଘାଟିତ, ଗୀତା ପଠନ ଶ୍ରେଷ୍ଠ ଅଭ୍ୟାସ: ରାଜ୍ୟପାଳ
ଜଗତ୍ସିଂହପୁର ଅଫିସ୍, ୧୬।୧: ସାରା ବିଶ୍ୱରେ ୪ ପ୍ରକାର ପୁସ୍ତକ ପ୍ରକାଶ ପାଉଛି। ସେଗୁଡିକ ବିଶେଷକରି ପରିଚାଳନା, ସମ୍ବନ୍ଧ, ବନ୍ଧୁତ୍ୱର ଗୁଣାତ୍ମକ ବିକାଶ ଓ ଆତ୍ମବିକାଶ ଉପରେ ଆଧାରିତ ବୋଲି ବୁଧବାର ଏକବିଂଶତମ ଜଗତ୍ସିଂହପୁର ପୁସ୍ତକ ମେଳା ଉଦ୍ଘାଟନୀ ଅବସରରେ ମୁଖ୍ୟଅତିଥି…
ଖୋଲା ସ୍ଥାନରେ ପୋଡ଼ାଯାଉଛି ବର୍ଜ୍ୟବସ୍ତୁ
ଯାଜପୁର ଅଫିସ,୧୬ା୧: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟରେ ଡାକ୍ତରୀ ଜୈବ ଆବର୍ଜନା(ବାୟୋ ମେଡିକାଲ ୱେଷ୍ଟ) ପରିଚାଳନାର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଯାଜପୁର ଜିଲାରେ ମେଡିଆରା ଆଡ୍ ପ୍ରାଇଭେଟ ଲିଃ ଓ ସାନି କ୍ଲିନ୍…
୩ଟି ପର୍ଯ୍ୟାୟରେ ହେବ ବିଦ୍ୟୁତ୍ କାଟ: ୪୪ ହଜାର ଉପଭୋକ୍ତାଙ୍କ ୫୨ କୋଟି ଟଙ୍କା ବକେୟା
ନୟାଗଡ଼ ଅଫିସ,୧୬।୧: ନୟାଗଡ଼ ଜିଲା ସେସୁ ପକ୍ଷରୁ ଗୁରୁବାରଠାରୁ ବକେୟା ବିଲ୍ ଥିବା ବିଦ୍ୟୁତ୍ ଉପଭୋକ୍ତାଙ୍କର ବିଦ୍ୟୁତ୍ କାଟ କରାଯିବ। ୩ଟି ପର୍ଯ୍ୟାୟରେ ବିଦ୍ୟୁତ୍ କାଟ ହେବ। ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ୍ ବିଲ୍ର ବକେୟା ଟଙ୍କା ଦେଇ ନ ଥିବା ବ୍ୟବସାୟ…
ମୋ ବସ୍କୁ ଅଟକାଇ ଡ୍ରାଇଭରଙ୍କୁ ମାଡ଼: ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୬ା୧(ବ୍ୟୁରୋ): ମୋ ବସ୍କୁ ବଳପୂର୍ବକ ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ କରିଥିବା ଯୁବକଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବରମୁଣ୍ଡା ଜଗନ୍ନାଥ ବିହାର ଅଞ୍ଚଳର ଅକୁ ପ୍ରଧାନ ଓରଫ ବଳ।…
ଶ୍ରୀମନ୍ଦିର ହେରିଟେଜ କରିଡ଼ର: ସରିଲା ପ୍ରସ୍ତାବ ଗ୍ରହଣ ଅବଧି
ପୁରୀ ଅଫିସ,୧୬ା୧: ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡ଼ର। ଏହାର ଚିଠା ଡିଜାଇନ ଗତ ମାସ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ନକ୍ସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନବକଳେବର ରୂପ ଦେଖିବାକୁ ମିଳିଥିଲା। ଏଥିରେ ଥିଲା ଆଖି ଝଲସାଇ ଦେବା…
Archives


