ଖାଲି ପଡ଼ିଥିବା ଓଇଏସ୍ ପଦବୀ ତୁରନ୍ତ ପୂରଣ ଦାବି
ଭୁବନେଶ୍ୱର,୨୦।୧(ବ୍ୟୁରୋ): ଅଧିକାଂଶ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡ଼ିଛି। ଖାଲି ପଡ଼ିଥିବା ବିଇଓ, ଏବିଇଓ, ବିଆର୍ସିସି ପଦବୀ ପୂରଣ କରାଯାଉ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ସରକାର ଏଥିପ୍ରତି ଆଦୌ ତପତ୍ରତା ପ୍ରକାଶ କରୁନାହାନ୍ତି।…
ତବଲା, ପଖଜରେ ଚଳୁଛି ୫ ଜୀବନ
ଗୋପ,୨୦।୧(ଡ଼ି.ଏନ୍.ଏ): ଆସ୍ତେ ଆସ୍ତେ ଗ୍ରାମାଞ୍ଚଳର ଲୋକମାନେ ଆଧୁନିକତାର ଛାପକୁ ଅଧିକ ପସନ୍ଦ କରୁଥିବାବେଳେ ଏହି ଆଧୁନିକତାରେ ହଜିଯାଉଛି ମୃଦଙ୍ଗ, ତବଲା ଓ ପଖଜର ବାଦନ। କିନ୍ତୁ ନିଜର ବୃତ୍ତିକୁ ଦୀର୍ଘ ୪୦ ବର୍ଷ ଧରି ଛାଡ଼ିପାରିନାହାନ୍ତି ଗୋପ ବ୍ଲକ୍ ଅଧୀନ ବଡ଼ତରା…
ଦିଲ୍ଲୀ ପରିବହନ ବିଭାଗ କାର୍ଯ୍ୟାଳୟରେ ଲାଗିଲା ନିଆଁ
ନୂଆଦିଲ୍ଲୀ,୨୦।୧: ରାଜଧାନୀ ଦିଲ୍ଲୀର ସିଭିଲ ଲାଇନରେ ଥିବା ପରିବହନ ବିଭାଗ କାର୍ଯ୍ୟାଳୟରେ ସୋମବାର ସକାଳେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ଏଥିରେ କାର୍ଯ୍ୟାଳୟର ପ୍ରାୟ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଖବରପାଇ ଦମକଳ ବିଭାଗର ପ୍ରାୟ ୮…
ପିକ୍ନିକ୍ ବସ୍କୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍: ୭ ଗୁରୁତର
ଜଳେଶ୍ବର,୨୦।୧(ଡି.ଏନ.ଏ): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ପିକନିକ୍ ବସ୍କୁ ଧକ୍କା ଦେଇଛି ଗୋରୁ ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ୭ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ…
ଅଷ୍ଟ୍ରେଲିଆର ପରିବେଶ ସ୍ବାଭାବିକ ହେବାକୁ ଲାଗିବ ୧୦୦ ବର୍ଷରୁ ଅଧିକ ସମୟ
ସିଡ୍ନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପରିବେଶ ନଷ୍ଟ ହୋଇଯାଇଛି। ପୁଣିଥିରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସ୍ଥିତି ସ୍ବାଭାବିକ ହେବାକୁ ୧୦୦ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ପରିବେଶବିତ୍ମାନେ ମତାମତ ଦେଇଛନ୍ତି। ଏବେ ଜଳାପୋଡ଼ା ଗଛ ପୁଣି…
ସ୍ବଚ୍ଛ ସହରାଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପ୍ରଶଂସିତ
ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ ଆଧାରରେ ବାହ୍ୟ ମଳମୁକ୍ତ(ଓଡିଏଫ୍) ପୌରାଞ୍ଚଳ ଭାବେ ପ୍ରମାଣପତ୍ର ଦେଇଛନ୍ତି। ୨୦୧୯ରେ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶାର ସ୍ଥାନ ୧୭ରେ ରହିଛି। ଇତିମଧ୍ୟରେ ପୌରାଞ୍ଚଳରେ ୧,୩୨,୫୨୪ଟି…
ମସଜିଦ୍ ପରିସରରେ ବିବାହ କଲେ ହିନ୍ଦୁ ଯୁବତୀ, ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ
କୋଚି,୨୦।୧: କେରଳର ଆଲାପୁଝାରେ ମୁସଲମାନ ସମ୍ପ୍ରଦାୟ ଲୋକେ ମସଜିଦ୍ ପରିସରରେ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ କରିଛନ୍ତି। ଆଲାପୁଝାର ଚେରୁଭଲ୍ଲୀସ୍ଥିତ ଜୁମା ମସଜିଦ୍ରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏହି ବିବାହର…
କେଜରିଓ୍ବାଲଙ୍କ ବିରୋଧରେ ଲଢିବାକୁ ଭାଜପା-କଂଗ୍ରେସକୁ ମିଳୁନାହାନ୍ତି ପ୍ରାର୍ଥୀ!
ନୂଆଦିଲ୍ଲୀ,୨୦।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ନୂଆଦିଲ୍ଲୀ ଆସନରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ସୋମବାର ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଛି। ହେଲେ କେଜରିଓ୍ବାଲଙ୍କ ବିରୋଧରେ ଲଢିବାକୁ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଅବା…
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ କାଠ ଚିହ୍ନଟ ଆରମ୍ଭ
ପୁରୁଣା ଭୁବନେଶ୍ୱର,୨୦।୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ତଥା ଅଶୋକାଷ୍ଟମୀ ରଥଯାତ୍ରା ଆସନ୍ତା ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ଶ୍ରୀପଞ୍ଚମୀରେ ଶ୍ରୀଜୀଉଙ୍କ ରଥଗୋଟା ଅନୁକୂଳ ପାରମ୍ପରିକ ରୀତିନୀତି…
ଘରକୁ ଫେରିଲେ ଇଞ୍ଜିନିୟର ଭିକାରି
ପୁରୀ ଅଫିସ/ଭୁବନେଶ୍ୱର,୨୦।୧(ବ୍ୟୁରୋ): ଘରୁ ବିମୁଖ ହୋଇ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୌଣସି କାମଧନ୍ଦା ପାଇ ନ ଥିଲେ। କିଛିଦିନ ଏଣେତେଣେ ବୁଲିବା ପରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଗ୍ରହଣ କରିନେଇଥିଲେ। ଭକ୍ତଙ୍କଠାରୁ ଯାହାକିଛି ମିଳୁଥିଲା ତାହାକୁ ମହାପ୍ରଭୁଙ୍କ…
ଧୋନୀଙ୍କୁ ପଛରେ ପକାଇଲେ କୋହଲି
ବେଙ୍ଗାଲୁରୁ,୨୦।୧ – ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ପାଇଁ ୮୯ (୯୧ ବଲ, ୮ ଚୌକା) ରନ ଇନିଂସ ଖେଳିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଏଥିସହ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର…
ଆସନ୍ତା ୨୨ରେ ବିମାନରେ ଉଡ଼ିବେ ୪୪ ଦିବ୍ୟାଙ୍ଗ ପିଲା
ଭୁବନେଶ୍ୱର,୨୦।୧(ବ୍ୟୁରୋ): ବିମାନରେ ଉଡିବେ ଦିବ୍ୟାଙ୍ଗ ପିଲା। ଦୂର ଦିଗ୍ବଳୟରୁ ଦୁନିଆକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍ଜିଓ ସଂସ୍ଥା ଏପରି ବ୍ୟବସ୍ଥାର…
Archives


