ଟାଟା ମୁମ୍ବାଇ ମାରାଥନରେ ଧାବକଙ୍କ ମୃତ୍ୟୁ
ମୁମ୍ବାଇ,୨୦।୧- ଟାଟା ମୁମ୍ବାଇ ମାରାଥନରେ ଘଟିଛି ଅଘଟଣ। ରବିବାର ଅନୁଷ୍ଠିତ ମାରାଥନବେଳେ ଜଣେ ୬୪ ବର୍ଷୀୟ ଧାବକ ହୃଦ୍ଘାତରେ ପ୍ରାଣ ହରାଇଥିବା ଅଫିସିସିଆଲ କହିଛନ୍ତି। ମୃତକଙ୍କ ନାମ ଗଜାନନ ମାଲଜାଲକର। ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ତାଙ୍କ ଘର ମହାରାଷ୍ଟ୍ର…
ମାଙ୍ଗାଲୁରୁ ବିମାନ ବନ୍ଦରରେ ଆଇଇଡି ବ୍ୟାଗ୍: ଲୋକେ ଆତଙ୍କିତ
ମାଙ୍ଗାଲୁରୁ,୨୦।୧: ସାଧାରଣତନ୍ତ୍ର ଦିବସରେ ଦେଶରେ ଆତଙ୍କବାଦୀମାନେ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ମାଙ୍ଗାଲୁରୁ ବିମାନ ବନ୍ଦରରେ ଏକ ଆଇଇଡି ବ୍ୟାଗ୍ ମିଳିଛି। ଏନେଇ ଖବର ପ୍ରଚାରିତ ହେବା ପରେ…
ଠିକ୍ ସମୟରେ ପହଞ୍ଚି ନ ପାରିବାରୁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୦।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ଦିଲ୍ଲୀ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବାରଥିଲା। ଘରୁ ବାହାରି ବାଲ୍ମୀକି ମନ୍ଦିର ଦର୍ଶନ କରି ସେ ଏକ ରୋଡ ଶୋ’ରେ ବାହାରିଥିଲେ। ଏହାପରେ…
ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍ ଟିମ୍ ବାଲେଶ୍ୱର ଏବଂ ଭୁବନେଶ୍ୱରର ବିଭିନ୍ନ ଯାଗାରେ ଚଢାଉ କରି ୫ ବ୍ରାଉନସୁଗାର ଡିଲରଙ୍କୁ ଗିରଫ…
ସିଏଏ ବିରୋଧୀଙ୍କୁ ଭାଜପା ବିଧାୟକଙ୍କ ଧମକ: ହିଂସାକାଣ୍ଡ ଭିଆଇଲେ ଚମଡ଼ା ଉତାରି ଦିଆଯିବ
ଗାଜିଆବାଦ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଭାଜପା ନେତା ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶର ଭାଜପା ବିଧାୟକ ସିଏଏ ବିରୋଧୀଙ୍କୁ ଧମକ ଦେଇଛନ୍ତି। ଗାଜିଆବାଦ ଲୋନୀଠାରେ ଭାଜପା ପକ୍ଷରୁ ସିଏଏ ସମର୍ଥନ ସଭାର ଆୟୋଜନ କରାଯାଇଥିଲା।…
ସିଏଏ ସମର୍ଥନରେ ପ୍ରଦର୍ଶନ: ଭାଜପାକର୍ମୀଙ୍କୁ ଚାପୁଡ଼ା ମାରିଲେ ଜିଲାପାଳ
ଭୋପାଳ,୨୦।୧: ମଧ୍ୟପ୍ରଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ପ୍ରଦର୍ଶନ ସମୟରେ ଜଣେ ଭାଜପାକର୍ମୀଙ୍କୁ ଜିଲାପାଳ ଚାପୁଡ଼ା ମାରିଛନ୍ତି। ଏବେ ଏହାର ୧ ମିନିଟ୍ ୧୧ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରାଜଗଡ଼ରେ ସିଏଏ ସମର୍ଥନରେ…
ଏନ୍ସିପି ନେତାଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)କୁ ନେଇ ଏନ୍ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏନ୍ସିପି ନେତା ଜିତେନ୍ଦ୍ର ଆହ୍ବାଦ ମହାରାଷ୍ଟ୍ରର ଠାଣେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର…
ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପାଟଣା,୨୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗାଲଫୁଲା ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ରାଧାକାନ୍ତ ନାଏକଙ୍କ ପୁଅ ସାଗର ନାଏକ(୨୦)। ସାଗର ପ୍ରେମରେ ବିଫଳ ହୋଇ ତାଙ୍କ ମା’ଙ୍କ ଶାଢ଼ିରେ…
ପର୍ଯ୍ୟଟକଙ୍କୁ ଚାପିଦେଲା ବସ୍: ଜଣେ ମୃତ, ୧ ଗୁରୁତର
ବ୍ରହ୍ମଗିରି, ୨୦।୧(ଡି.ଏନ୍.ଏ.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କରମଳାସ୍ଥିତ ଅଭିରାମ ପରମହଂସ ଆଶ୍ରମ ନିକଟରେ ସୋମବାର ୨ ଜଣ ମହିଳା ପର୍ଯ୍ୟଟକଙ୍କୁ ବସ୍ ଚାପି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ଜଣାପଡ଼ି…
କୋହଲିଙ୍କ ଚିତା ଫଟୋ ଭାଇରାଲ
ବେଙ୍ଗାଲୁରୁ,୨୦।୧- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଚମତ୍କାର କ୍ୟାଚ୍ ନେଇ ମାର୍ନୁସ ଲାବୁସେନଙ୍କୁ ଆଉଟ୍ କରିଥିଲେ। ସେହି କ୍ୟାଚ୍ବେଳେ କୋହଲିଙ୍କ ଛାଇ ପୂରା ଚିତାବାଘ ଭଳି ଦେଖାଯାଉଥିଲା। ଏହି ଫଟୋ ଏବେ…
ଏଠି ଭଗବାନଙ୍କୁ ଅର୍ପଣ କରାଯାଏ ଜୀବନ୍ତ କଙ୍କଡା
ଭଗବାନଙ୍କ ନିକଟରେ କିଏ କେତେ କ’ଣ କାମନାକରି ବିଭିନ୍ନ ପ୍ରକାର ଫୁଲ ଫଳ ଅବା ଭୋଗ ଅର୍ପଣ କରିଥାଆନ୍ତି। ହେଲେ ସୁରଟର ଏକ ମନ୍ଦିରରେ ଭଗବାନଙ୍କୁ ଜିଅନ୍ତା କଙ୍କଡ଼ା ଅର୍ପଣ କରାଯାଇଥାଏ ବୋଲି କୁହାଯାଏ। ସୁରଟର ରୁନ୍ଧନାଥ ଶିବମନ୍ଦିରରେ ଜିଅନ୍ତା କଙ୍କଡ଼ା…
ସିମେଣ୍ଟ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ବନ୍ତ,୨୦।୧(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ବଜାରରେ ଥିବା ଏକ ସିମେଣ୍ଟ ଗୋଦାମରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା ପୋଡିଯାଇଛି। ଖବରପାଇ ଆଗରପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…
Archives


