Home Left

ଗାଧୋଇବା ସମୟରେ ଭସାଇନେଲା ଲହଡ଼ି: ୪ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ଗାର୍ଡ

ପୁରୀ ଅଫିସ, ୬।୨: ପୁରୀ ସମୁଦ୍ରରେ ବୁଡିଯାଉଥିବା ବେଳେ ୪ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗୁରୁବାର ଲାଇଫ୍‌ଗାର୍ଡ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗ ହାୱଡାର ଦମ୍ପତି ଗୋବିନ୍ଦ ଧର(୪୨)ଓ ତନୁଶ୍ରୀ(୨୬) ଏବଂ ବାବୁଲା ମାଲକର୍‌(୩୪) ଓ ତାଙ୍କ ସ୍ତ୍ରୀ ଝୁମା(୩୦)।…

କୋରିଆନ୍‌ ଫିଲ୍ମର ରିମେକ୍‌ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କିଛି ଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ତାଙ୍କ ହାତରେ ସେମିତି କିଛି ଆଖିଦୃଶିଆ ପ୍ରୋଜେକ୍ଟ ନାହିଁ କହିଲେ ଚଳେ। ଏବେ ଶୁଣିବାକୁ ମିଳିଛି କି ଶାହାରୁଖ ଖାଁଙ୍କ ଟିମ୍‌ କୋରିଆନ୍‌ ଫିଲ୍ମ…

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କଠାରୁ ଲୁଟ୍‌: ୨ ଅଭିଯୁକ୍ତ ଅଟକ

ବସ୍ତା,୬।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବସ୍ତା ଶାଖାରେ ଜଣେ ଗ୍ରାହକଙ୍କ ନିକଟରୁ ୫୦ ହଜାର ଲୁଟ୍‌ ଅଭିଯୋଗରେ ଦୁଇ ଦୁର୍ବୃତ୍ତଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ବ୍ୟାଙ୍କରୁ…

କରୋନା ମୁକାବିଲା ଚିନ୍ତା: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌; ଏସ୍‌ସିବିରେ କରୁଛନ୍ତି ପରିସ୍ଥିତି ଅନୁଧ୍ୟାନ

କଟକ ଅଫିସ,୬।୨: ସାରା ବିଶ୍ୱରେ ପ୍ରାଣଘାତକ କରୋନା ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ଭାରତର କେରଳରେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି। ଓଡ଼ିଶାରେ ମଧ୍ୟ କିଛି ରୋଗୀଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟିମ୍‌ ଗୁରୁବାର…

ପୃଥିବୀକୁ ଧ୍ୱଂସ କରିଥିବା ଗ୍ରହାଣୁ ପିଣ୍ଡଯୋଗୁ ବି ସୃଷ୍ଟି ହୋଇଥିଲା ଜୀବନ

ପେନସିଲ୍‌ଭାନିଆ,୬।୨: ପ୍ରାୟ ୬୬ ନିୟୁତ ବର୍ଷ ତଳେ ପୃଥିବୀ ସହିତ ଚିକ୍ସିଲୁବ୍‌ ଗ୍ରହାଣୁପିଣ୍ଡ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଭୂମିକମ୍ପ ହେବା ସହିତ ଅଗ୍ନି ଉଦ୍‌ଗୀରଣ ହେବାକୁ ଲାଗିଥିଲା। ଆକାଶରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବହଳ ଧୂଆଁ ଆସ୍ତରଣ ସୃଷ୍ଟି ହୋଇଥିଲା।…

ପୋଲିସ ସମ୍ମୁଖରେ ମାଡ଼ ଘଟଣା: ପଞ୍ଜାବୀ ଯୁବକ ପରବିନ୍ଦରଙ୍କ ନାମରେ ପାଲଟା ମାମଲା ରୁଜୁ

ଭୁବନେଶ୍ୱର,୬।୨(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପଞ୍ଜାବୀ ଯୁବକଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ଆସିଛି। ଗୁରୁବାର ପରବିନ୍ଦର ପାଲ୍‌ ସିଂଙ୍କ ବିରୋଧରେ ପାଲଟା ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପ୍ରତିପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି।…

ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଦେଉଛନ୍ତି ଜୁସ୍‌

ବେଙ୍ଗାଲୁରୁ,୬।୨: କର୍ନାଟକର ଜଣେ ଜୁସ୍‌ ଦୋକାନୀ ଏବେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି। ସେ ଏବେ ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଜୁସ୍‌ ଦେଇ ସମସ୍ତଙ୍କ ମନ ଜିତିଥିବା କୁହାଯାଉଛି। ଏଏନ୍‌ଆଇର ସୂଚନା ଅନୁଯାୟୀ,…

୧୦ ମିନିଟ୍‌ରେ ସରିଲା ଡାକ୍ତରଙ୍କ ବିବାହ, କାରଣ ଜାଣିଲେ କରିବେ ପ୍ରଶଂସା

ବେଜିଂ,୬।୧: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଗଲାଣି। ଏହି ଭାଇରସ ଯୋଗୁ ଚାଇନାରେ ମୃତ୍ୟୁସଂଖ୍ୟା ୫୫୦ ଟପି ଯାଇଛି। ଭାଇରସ ଜନିତ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ହୁ ହୁ ହୋଇ ବଢିବାରେ ଲାଗିଛି।…

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ

ଭୁବନେଶ୍ୱର, ୬।୨(ବ୍ୟୁରୋ): ଆଗକୁ ମାଟ୍ରିକ୍‌ ପରୀକ୍ଷା। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସବୁଥର ପ୍ରଶ୍ନପତ୍ର ଭାଇରାଲ ଏକ ବଡ଼ ଚ୍ୟାଲେଞ୍ଜ ହେଉଥିବା ବେଳେ ଚଳିତ ବର୍ଷ ଏଭଳି କିଛି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ…

ପୋଡ଼ପଡ଼ାରେ ପୁଣି ହାତୀ ମୃତ୍ୟୁ: ମାସକର ଛୁଆକୁ ଦଳି ମାରିଦେଲେ ହାତୀପଲ

ଓଡ଼ାପଡ଼ା,୬।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ପୋଡ଼ପଡ଼ା ଗ୍ରାମ ନିକଟସ୍ଥ ବେଣୁଗୁଡ଼ା ପୋଲ ନିକଟରେ ଗୁରୁବାର ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାସକର ଛୁଆହାତୀକୁ ହାତୀମାନେ ଦଳି ମାରି ଦେଇଥିବା ଅନୁମାନ କରାଯାଉଛି ବୋଲି ବନ ବିଭାଗ କର୍ମଚାରୀମାନେ…

ବିବାହ ବେଦୀରୁ ଉଠି ୧୦ ମିନଟ୍‌ରେ ପହଞ୍ଚିଲେ ପରୀକ୍ଷା ହଲ୍‌ରେ

ବେଙ୍ଗାଲୁରୁ,୬।୨: ଜଣେ ୨୪ ବର୍ଷୀୟା ଏମ୍‌. କମ୍‌ ଛାତ୍ରୀ ହର୍ଷିତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବେଙ୍ଗାଲୁରୁର ଏହି ଛାତ୍ରୀ ଜଣଙ୍କ ଘର ଲୋକଙ୍କ ଚାପରେ ବିବାହ ପାଇଁ ସ୍ଥିର କରିଥିଲେ। ହେଲେ ବିବାହ ଦିନ ତାଙ୍କର ତୃତୀୟ…

ରାଉରକେଲାରେ ଏସିଡ୍‌ ମାଡ଼: ଗୋଟିଏ ପରିବାରର ୪ ଆହତ; ଅଭିଯୁକ୍ତ ଗିରଫ

ରାଉରକେଲା ଅଫିସ,୬ା୨- ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସନ୍ତୋଷ ସୋନି(୩୯)। ପୂର୍ବ ଶତ୍ରୁତାକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri