Home Left

ଉନ୍ନାଓ ବଳାତ୍କାର ମାମଲାର ଦୋଷୀ କୁଲଦୀପଙ୍କ ସରିଲା ବିଧାନସଭା ସଦସ୍ୟତା

ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଦୋଷୀ ଭାଜପା ବିଧାୟକ କୁଲଦୀପ ସିଂହ ସେନ୍‌ଗାରଙ୍କ ବିଧାନସଭା ସଦସ୍ୟତା ଶେଷ ହୋଇଛି। ଏହାପରେ ସେ ଆଉ ବିଧାୟକ ହୋଇ ରହିବେ ନାହିଁ। ଏନେଇ ବିଧାନସଭାର ମୁଖ୍ୟ ସଚିବ ପ୍ରଦୀପ କୁମାର ଦୁବେ…

ସୁସ୍ଥ ସନ୍ତାନ ପ୍ରସବ ପରେ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୫।୨: ତେଲେଙ୍ଗାନା କରିମନଗର ଜିଲା ଜମିକୁନ୍ତା ମଣ୍ଡଳ ଅଞ୍ଚଳର ଶେହନାଜ ନାମକ ଜଣେ ଗର୍ଭବତୀ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ। ଚିକିତ୍ସିତ ଅବସ୍ଥାରେ ସୋମବାର ହସ୍ପିଟାଲରେ ଏକ ସୁସ୍ଥ ସନ୍ତାନ ପ୍ରସବ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…

୩୯ ବର୍ଷରେ ପାଦ ଦେଲେ ଶାହିଦ କପୁର: କରିନାଙ୍କ ସହିତ ବ୍ରେକ୍‌ଅପ୍‌ ପରେ ୧୪ ବର୍ଷ ସାନ ମୀରାଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଶାହିଦ କପୁର ମଙ୍ଗଳବାର ୩୯ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଫେବୃୟାରୀ ୨୫ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ପ୍ରତି ତାଙ୍କର ପିଲାଦିନୁ ଝୁଙ୍କ୍‌ ଥିଲା। ୨୦୦୩ରେ ସେ ରମେଶ ତୈରାନିଙ୍କ ଫିଲ୍ମ ଇଶ୍କ୍‌ ବିଶ୍କ୍‌ରେ…

ଡ୍ୟାନିଙ୍କ ନାମ ରଖିଥିଲେ ଜୟା ବଚ୍ଚନ: ସିକିମ୍‌ ରାଜକୁମାରୀଙ୍କୁ ଦୀର୍ଘ ଦିନ ପ୍ରେମ ପରେ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗ୍‌ପା ମଙ୍ଗଳବାର ୭୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଫେବୃୟାରୀ ୨୫ରେ ସିକିମ୍‌ର ଗ୍ୟାଙ୍ଗଟକ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥେସରିଙ୍ଗ୍‌ ଫିଣ୍ଟୋସ୍‌ ଡେଞ୍ଜୋଙ୍ଗ୍‌ପା ଥିଲା। ଘରେ ମନାକରିବା ପରେ ମଧ୍ୟ ସେ…

ଏବେ ଖାଇହେବ କୁକୁଡ଼ା ମାଂସ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଲାଗିଥିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଉନାହାନ୍ତି। କିନ୍ତୁ ଏଥିପାଇଁ କୌଣସି ଆଶଙ୍କା ସୃଷ୍ଟି ହେବା ଉଚିତ ନୁହେଁ। କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି…

ଆଇଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଓଡ଼ିଶା ପ୍ରଶାସନରେ କାର୍ଯ୍ୟରତ କେତେକ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଏନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜମିଜମା ରେକର୍ଡ, ସର୍ଭେ ଏବଂ ଚକବନ୍ଦୀ ନିର୍ଦ୍ଦେଶକ ବି.ପରମେଶ୍ୱରନ୍‌(୨୦୦୮)ଙ୍କୁ ପଞ୍ଚାୟତିରାଜ…

ଗ୍ରୀନ ଏନର୍ଜି କରିଡରକୁ ଅନୁମୋଦନ କରୁନି କେନ୍ଦ୍ର

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପାରମ୍ପରିକ ଶକ୍ତି ଉତ୍ସର ଭବିଷ୍ୟତ ବେଳକୁ ବେଳ ଅନିଶ୍ଚିତତା ଆଡକୁ ଗତି କରୁଥିବା ବେଳେ ରାଜ୍ୟ ସରକାର ଅଣପାରମ୍ପରିକ ଶକ୍ତି ଉତ୍ସଗୁଡିକର ବିନିଯୋଗ ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ୨୦୨୨ ବେଳକୁ ରାଜ୍ୟରେ ୨୨୦୦ ମେଗାଓ୍ବାଟ ସୌରଶକ୍ତି…

ବିଏସ୍‌କଓ୍ବୋଇ ସହ ଆୟୁଷ୍ମାନର ମିଶ୍ରଣ ନିଷ୍ପତ୍ତି ବିଚାରାଧୀନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ସହ ଆୟୁଷ୍ମାନ ଯୋଜନାର ମିଶ୍ରଣ ପ୍ରସଙ୍ଗ ଏବେ ବି ବିଚାରାଧୀନ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୋମବାର ବିଧାନସଭାରେ ଅଣତାରକା ପ୍ରଶ୍ନ ନଂ-୯୭୫ର ଉତ୍ତର ଦେଇ ଏହା କହିଛନ୍ତି। ବିଏସ୍‌କେୱାଇର…

ବହୁଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣବଳାତ୍କାର ମାମଲା:ଆଜୀବନ କଏଦୀ ପଦିଆଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫ା୨(ବ୍ୟୁରେ): ବହୁଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଝାରପଡ଼ା ଜେଲ୍‌ରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଅଭିଯୁକ୍ତ କଟକ ନୂଆବଜାରର ପ୍ରଦୀପ କୁମାର ସାହୁ (୫୫)ଙ୍କ ସୋମବାର ଅପରାହ୍ନରେ ମୃତ୍ୟୁ ଘଟିଛି। ପ୍ରଦୀପ ଗୁରୁତର ଅସୁସ୍ଥ ହୋଇପଡିବାରୁ…

ବରମୁଣ୍ଡାରୁ ଅଧକୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୫ା୨(ବ୍ୟୁରେ।): ଓଡ଼ିଶା ପାଲଟିଛି ବ୍ରାଉନସୁଗାର କାରବାରର ଗନ୍ତାଘର। ଯେତେ ଜବତ ହେଉଛି, ସେତେ ବାହାରୁଛି। ବିଶେଷକରି ବାଂଲାଦେଶ ଓ କଲିକତାରୁ ଓଡ଼ିଶା ଆସୁଥିବା ଏହି ବ୍ରାଉନସୁଗାରର ବଡ଼ ବଜାର ପାଲଟିଛି ରାଜଧାନୀ ଭୁବନେଶ୍ୱର। ଇତିମଧ୍ୟରେ ବହୁ ହୋଲ୍‌ସେଲର, ଡିଲରଙ୍କଠାରୁ ଆରମ୍ଭ କରି…

ନିଲାମ ଖଣିର ଜଙ୍ଗଲ ଅନୁମତି ନେଇ ହୋଇନାହିଁ ଆବେଦନ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ନିକଟରେ ନିଲାମ ହୋଇଥିବା କୌଣସି ଖଣିର ଜଙ୍ଗଲ ଅନୁମତି ସକାଶେ ରାଜ୍ୟ ସରକାର ଆବେଦନ କରିନାହାନ୍ତି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୋମବାର ବିଧାନସଭାରେ ଏନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନ ନଂ.୧୦୨୮ର…

ଅଜୟ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ ୨୦୧୯ ବର୍ଷ ପାଇଁ ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ଦ୍ୱାରା ଅନୂଦିତ ଓଡ଼ିଆ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ସେ କେନ୍ଦ୍ର ସାହିତ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri