କେକେଆର ସହ ଖେଳି ଅବସର ନେବାକୁ ଚାହେଁ: ରସେଲ
ନୂଆଦିଲ୍ଲୀ,୩।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର) ସହ ଖେଳି ଅବସର ନେବାକୁ ଚାହେଁ ବୋଲି ଓ୍ବେଷ୍ଟଇଣ୍ଡିଜ ଧୂଆଁଧାର ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ କହିଛନ୍ତି। କ୍ୟାରିୟରର ଶେଷ ମ୍ୟାଚ୍ କୋଲକାତା ତରଫରୁ ଖେଳିବାକୁ ଚାହେଁ ବୋଲି…
ମେ ଶେଷ ସୁଦ୍ଧା ଜାତୀୟ କ୍ୟାମ୍ପ ଆରମ୍ଭ କରିବାକୁ ଯୋଜନା ରହିଛି: କ୍ରୀଡ଼ାମନ୍ତ୍ରୀ
ନୂଆଦିଲ୍ଳୀ୩।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ବନ୍ଦ କରାଯାଇଥିବା ଜାତୀୟ ପ୍ରଶିକ୍ଷଣ ଶିବିରକୁ ପୁଣି ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। କରୋନା ଭାଇରସ କାରଣରୁ ସାରା ଦେଶରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ…
ଦୀପିକା ବାହାରୁ ଯେତିକି ସୁନ୍ଦର ଭିତରୁ ତା’ଠାରୁ ଅଧିକ ସୁନ୍ଦର: ଅନନ୍ୟା
ମୁମ୍ବାଇ: ଏବେ ଲକ୍ଡାଉନ ଚାଲିଥିବାରୁ ବଲଉଡ୍ର ସମସ୍ତ ଶୁଟିଂ ବନ୍ଦ ରହିଛି। ହେଲେ ଆଗକୁ କିଛି ଫିଲ୍ମର ଶୁଟିଂ ପାଇଁ ସବୁକିଛି ଧାର୍ଯ୍ୟ କରାଗଲାଣି ବୋଲି ଶୁଣିବାକୁ ମିଳିଛି। ଏମିତିକି ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ ହୋଇଗଲାଣି। ଏହି କ୍ରମରେ ନିର୍ଦ୍ଦେଶକ ଶକୁନ…
ହାଟଡିହୀରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗ୍ରାମ ସିଲ୍ କଲା ପ୍ରଶାସନ
ହାଟଡିହୀ,୩ା୫(ଡି.ଏନ୍.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ପ୍ରଶାସନ ପକ୍ଷରୁ ଗ୍ରାମକୁ ସିଲ୍ କରାଯାଇଛି। ଏଠାରୁ ଚିହ୍ନଟ ହୋଇଥିବା ୩୦ ବର୍ଷୀୟ ଯୁବକ ଜଣକ କୋଲକାତାରୁ ଫେରି…
ଲକ୍ଡାଉନରେ ପୁଅର ଚୁଟି କାଟୁଛନ୍ତି ଶୈଫ
ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଚାଲିଛି ଲକ୍ଡାଉନ୍। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ବିଶେଷ ଭାବେ ଘରଲୋକଙ୍କ ପାଇଁ ହାତରେ ସମୟ ନ ଥିବା ସେଲିବ୍ରିଟିମାନେ ଏବେ ଅଧିକାଂଶ…
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଭାରତୀୟ ସେନା
ନୂଆଦିଲ୍ଲୀ,୩।୫: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏହି ଯୁଦ୍ଧର ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଇତ୍ୟାଦି। ରବିବାର ଏହି କରୋନା ଯୋଦ୍ଧାଙ୍କ ସମ୍ମାନରେ ଦେଶର ସ୍ଥଳସେନା, ନୌସେନା ଓ ବାୟୁସେନା ପକ୍ଷରୁ…
କରୋନା ଭାଇରସ: ସିଲ୍ ହେଲା ସିଆର୍ପିଏଫ୍ ମୁଖ୍ୟାଳୟ
ନୂଆଦିଲ୍ଲୀ,୩।୫: ରାଜଧାନୀ ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍)ର ଜଣେ ଅଧିକାରୀଙ୍କ ଘରୋଇ ସଚିବ କରୋନା ସଂକ୍ରମିତ ହେବା ପରେ ଏବେ ସିଆର୍ପିଏଫ୍ର ମୁଖ୍ୟାଳୟକୁ ରବିବାର ସିଲ୍ କରି ଦିଆଯାଇଛି। ସଂକ୍ରମିତ ବ୍ୟକ୍ତି ନିୟମିତ ଭାବେ ଲୋଧି ରୋଡ୍ରେ ଥିବା…
ହନ୍ଦଓ୍ବାଡା ଏନ୍କାଉଣ୍ଟର: ଲଶ୍କରର ଟପ୍ କମାଣ୍ଡର ହାଇଦର ନିହତ
ହନ୍ଦଓ୍ବାଡା,୩।୫: ଉତ୍ତର କଶ୍ମୀରରେ ରବିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରରେ ୫ ଯବାନ ଶହୀଦ ହୋଇଥିବା ବେଳେ ୨ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଥିଲା। ତେବେ ଏହି ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଲଶ୍କର-ଇ-ତୋଇବାର ଟପ୍ କମାଣ୍ଡର…
ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି: ଶାମି
ନୂଆଦିଲ୍ଲୀ,୩।୫ (ପି.ଟି.): ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି ଭାରତୀୟ ତାରକା ଦ୍ରୁତ ବୋଲି ମହମ୍ମଦ ସାମି। ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି ବୋଲି ସେ କହିଛନ୍ତି। ଗତକିଛି ବର୍ଷ ତଳେ ବ୍ୟକ୍ତିଗତ ସମସ୍ୟା ନେଇ ସଂଘର୍ଷର କରୁଥିବା…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ନ ରହି ଲୁଚୁଛନ୍ତି ବାହାର ଫେରନ୍ତା
ଲୋଇସିଂହା,୩ା୫(ଡି.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅଞ୍ଚଳରୁ ଦୁଇଜଣ ତାମିଲନାଡୁ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ବାହାରେ ଥିବା ଜିଲାର ଦାଦନଙ୍କୁ ରାଜ୍ୟ ସରକାର ଫେରାଇ ଆଣୁଥିବାରୁ ସଂକ୍ରମିତ ବଢ଼ିବା ଆଶଙ୍କାରେ ଏବେ ଜିଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅପରପକ୍ଷେ…
ମାଛ, ମାଂସ ଦର ଆକାଶଛୁଆଁ
ଗଞ୍ଜାମ,୩ା୫(ଡି.ଏନ୍.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନ କୁ ଦିନ ଏହାର ସଂଖ୍ୟା ବଢ଼ୁଛି l ଏଥିପାଇଁ ଲକ୍ଡାଉନ୍ ଅବଧି ମଧ୍ୟ ବଢିଛି। ଲୋକ ଭୟଭୀତ ହୋଇ ଘରୁପଦାକୁ ବାହାରୁନାହାନ୍ତି। ବର୍ତ୍ତମାନ ଗଞ୍ଜାମରେ ବି ଦୁଇଜଣ କରୋନା ସଂକ୍ରମିତ…
ସୁରଟରୁ ୫୦ପ୍ରବାସୀଙ୍କୁ ଗଞ୍ଜାମ ଆଣି ଆସୁଥିବା ବସ୍ ନାଗପୁରରେ ଓଲଟିଲା: ୨ ଆହତ
ଛତ୍ରପୁର/ପୁରୁଷୋତ୍ତମପୁର,୩ା୫(ଡି.ଏନ୍.ଏ.): ସୁରଟରୁ ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍ ରବିବାର ସକାଳେ ମହାରାଷ୍ଟ୍ରର ନାଗପୁରଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ…
Archives


