କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ
ସଜନାଗଡ଼, ୩୦।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଓଡ଼ିଆ ଯୁବତୀଙ୍କୁ ଗାଧୁଆଘରେ ଗତ ୨୬ତାରିଖରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ମାମଲା (ନଂ. ୩୯/୨୦)…
ଜୁନ୍ ୮ରୁ ଖୋଲିବ ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ
ନୂଆଦିଲ୍ଲୀ,୩୦।୫: ଜୁନ୍ ପହିଲାରୁ ଏକ ମାସ ଅର୍ଥାତ ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଛି ଲକ୍ଡାଉନ୍ ଅବଧି। ଶନିବାର ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ହେଲେ ଲକ୍ଡାଉନ୍ ୫.୦ରେ କେବଳ କଣ୍ଟେନ୍ମେଣ୍ଟ ଜୋନ୍ରେ କଟକଣା ଜାରି ରହିବ। କଣ୍ଟେନ୍ମେଣ୍ଟ…
‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା ଭୋସଲେ, ଶଙ୍କର ମହାଦେବନ
ବମ୍ବେ: ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ଗାୟକ ଶଙ୍କର ମହାଦେବନ୍ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’। ଉଭୟ ନିଜ ଟୁଇଟର ପୃଷ୍ଠାରେ ଏହାର ଭିଡିଓ ଶେୟାର କରିଛନ୍ତି। ମହାଦେବନ୍ ଏହାକୁ ପ୍ରଯୋଜନା କରିଥିବା ବେଳେ ନୀଳ ମାଧବ ପଣ୍ଡା ଏହାକୁ ନିର୍ଦ୍ଦେଶନା…
ଚାଇନା ବିରୋଧରେ ଅଭୂତପୂର୍ବ କାର୍ଯ୍ୟାନୁଷ୍ଠାନ ଘୋଷଣା କଲେ ଟ୍ରମ୍ପ
ଓ୍ବାଶିଂଟନ,୩୦।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଜିଂ ଉପରେ ଶୁକ୍ରବାର ଏକ ଅପ୍ରତ୍ୟାଶିତ ଆକ୍ରମଣ କରିଛନ୍ତି। ଗୁପ୍ତଚରଠାରୁ ନେଇ ହଂକଂର ସ୍ବାଧିନତା ଉଲ୍ଲଂଘନ ପର୍ଯ୍ୟନ୍ତ ସବୁକଥା ଉଠାଇ ଟ୍ରମ୍ପ ପ୍ରତିଶୋଧ ପରାୟଣ ପଦକ୍ଷେପ ନେବାକୁ କରିଛନ୍ତି ଘୋଷଣା । ଏବେ ଏହା…
ବିନା ଅନୁମତିରେ ବିଜ୍ଞାପନରେ ଅଭିନେତ୍ରୀଙ୍କ ଫଟୋ ଦେଇ କ୍ଷମା ମାଗିଲା ଫ୍ୟାଶନ କମ୍ପାନୀ
ମୁମ୍ବାଇ: ‘ଶୁଭମଙ୍ଗଳ ଜ୍ୟାଦା ସାବ୍ଧାନ’ର ଅଭିନେତ୍ରୀ ମାନଭି ଗାଗାରୁଙ୍କୁ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ କ୍ଷମା ମାଗିଛି। ମାନ୍ଭିଙ୍କ ବିନା ଅନୁମତିରେ ଏକ କମ୍ପାନୀ ବିଜ୍ଞାପନ ପାଇଁ ତାଙ୍କ ଫଟୋ ବ୍ୟବହାର କରିଥିଲା। ଖାଲି ବ୍ୟବହାର କରି ନ ଥିଲା ବରଂ…
କରୋନା ସଂକ୍ରମଣରେ ଏଠି ହୋଇନାହିଁ ଜଣଙ୍କର ବି ମୃତ୍ୟୁ
ଇନୋଇ,୩୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଆମେରିକା ଭଳି ବିକାଶଶୀଳ ଦେଶରେ ବି ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଶହଶହ ଲୋକଙ୍କ ମୃତ୍ୟୁ ହେଉଛି। ହେଲେ ଚାଇନା ସୀମାକୁ ଲାଗି…
ଟ୍ରେନ୍ ଚେନ୍ ଟାଣି ୧୫୩୪ ପ୍ରବାସୀ ଓହ୍ଲାଇବା ଘଟଣା: ୨୭ଟି ବସ୍ ଯୋଗେ କ୍ୱାରାଣ୍ଟାଇନ୍ ସେଣ୍ଟରକୁ ପଠାଇଲା ପ୍ରଶାସନ
ଛତ୍ରପୁର,୩୦ା୫(ଡି.ଏନ୍.ଏ.): ସୁରଟରୁ ବାଲେଶ୍ୱର ଯାଉଥିବା ଟ୍ରେନର ଚେନ୍ ଟାଣିି ଗଞ୍ଜାମ ଜିଲା ଛତ୍ରପୁର ଷ୍ଟେଶନ ନିକଟରେ ୧୫୩୪ ଜଣ ପ୍ରବାସୀ ଶୁକ୍ରବାର ସନ୍ଧ୍ୟାରେ ଓହ୍ଲାଇ ପଡ଼ିଥିଲେ। ଘଟଣାସ୍ଥଳରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସ୍ପି ବ୍ରିଜେଶ କୁମାର ରୟ, ପୋଲିସ,…
୪୬ ବର୍ଷରେ ପ୍ରଥମଥର ମାଆଙ୍କ ହାତ ତିଆରି ଖାଦ୍ୟ ଖାଇଲେ ଟ୍ବିଙ୍କଲ
ମୁମ୍ବାଇ: ବଲିଉଡ୍ଠାରୁ ବେଶ୍ କିଛିଦିନ ହେବ ଦୂରେଇ ରହିଥିବା ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ କିନ୍ତୁ ବେଶ୍ ଆକ୍ଟିଭ। ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଥିବା ଦେଖାଯାଏ। ନିକଟରେ ସେ ଏମିତି ଏକ ଫଟୋ…
କରୋନା ଯୋଦ୍ଧାଙ୍କୁ ୧ ଲକ୍ଷ ସାନିଟାଇଜର ଦାନ କଲେ ସଲମାନ
ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ବଲିଉଡ୍ ଭାଇଜାନ ସଲମାନ ଖାଁ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ଏମିତିକି ସହାୟତା ପାଇଁ ଆସୁଥିବା କୌଣସି ସୁଯୋଗକୁ ଯେମିତି ସେ ହାତଛଡା କରିବାକୁ…
କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: କେଜରିଓ୍ବାଲ
ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ସରକାର କେତେ ପ୍ରସ୍ତୁତ ଅଛନ୍ତି ସେକଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଡାଉନକୁ ଆମେ ସବୁଦିନ ପାଇଁ ରଖିପାରିବା ନାହିଁ।…
ଦିଲ୍ଲୀ-ମସ୍କୋ ଏୟାର ଇଣ୍ଡିଆ ବିମାନ ପାଇଲଟ୍ କରୋନା ପଜିଟିଭ୍: ଉଡ଼ାଣ ବାତିଲ
ନୂଆଦିଲ୍ଲୀ,୩୦।୫: ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏହି ବିମାନର ପାଇଲଟ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶନିବାର ସକାଳେ ରିପୋର୍ଟ ସମ୍ପର୍କରେ ଜଣାପଡ଼ିବା…
ଯୌତୁକ ନିର୍ଯାତନା ଅଭିଯୋଗ: ୪ଜଣଙ୍କ ନାମରେ ମାମଲା
ଭଣ୍ଡାରିପୋଖରୀ,୩୦।୫(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତରେ ଜଣେ ବଧୂଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀଙ୍କ ସମେତ ୪ ଜଣଙ୍କ ନାମରେ ଶୁକ୍ରବାର ମାମଲା ରୁଜୁ କରିଛି। ପ୍ରକାଶ ଯେ, ୨୦୧୯ରେ ଭଣ୍ଡାରିପୋଖରୀ ଥାନା ସରପଦା…
Archives


