Posted inଅପରାଧ

ହ୍ବାଟସ୍‌ଆପ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅଶୀଳ ଭିଡିଓ ପଠାଇଥିବା ବ୍ୟକ୍ତି ଗିରଫ

ଗାଜିଆବାଦ, ୭।୯: ଗାଜିଆବାଦ ପୋଲିସ ଏଭଳି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି, ଯିଏକି ମହିଳାଙ୍କୁ ଅଶୀଳ ଭିଡିଓ ପଠାଉଥିଲା। କୁହାଯାଉଛି କି, ଏହି ଯୁବକଜଣଙ୍କ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ହ୍ବାଟସ୍‌ଆପ୍‌ରେ ଅଶୀଳ ଭିଡିଓ ପଠାଇ ସାରିଛି। ସେହିଭଳି ଅନେକ ମହିଳାଙ୍କୁ ସେ ଭିଡିଓ କଲ୍‌ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ଏହି ବ୍ୟକ୍ତିଙ୍କ ନାମରେ ରହିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବ୍ୟକ୍ତିଜଣଙ୍କ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍ଲିକେଶନ ବ୍ୟବହାର କରୁଥିଲେ ଯାହା ଦ୍ୱାରା ଡିସ୍‌ପ୍ଲେରେ ମଧ୍ୟ ନମ୍ବର ବଦଳି ଯାଉଥିଲା। ଗାଜିଆବାଦ ସିଓ ଅଭୟ କୁମାର କହିଛନ୍ତି, ଅନେକ ଦିନ ଧରି ଅଭିଯୋଗ ଆସୁଥିଲା କି ଗୋଟିଏ ନମ୍ବରରୁ ବହୁ ମହିଳାଙ୍କୁ ହଇରାଣ କରାଯାଉଛି। ପ୍ରଥମେ ଅଶୀଳ ଭିଡିଓ ପଠାଇବା ପରେ ଭିଡିଓ କଲ୍‌ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା। ଅଭିଯୋଗ ଆସିବା ପରେ ପୋଲିସ ନମ୍ବରକୁ ଟ୍ରାକ୍‌ କରିବାକୁ ଚେଷ୍ଟା କରିଥିଲା। ଶେଷରେ ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ଏହି ନମ୍ବରଟି ହରିୟାଣାର। ପୋଲିସ ଏହାପରେ ତଦନ୍ତକୁ ଜୋର୍‌ଦାର କରି ଶେଷରେ ରୋହତକ୍‌ରୁ ସେହି ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଯୁବକଜଣଙ୍କ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅଶୀଳ ଭିଡିଓ ପଠାଇବା ସହ ଭିଡିଓ କଲ୍‌ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା ହନୁମାନ ପଇସା: ଚଢ଼ାଉ କରି ୭ ଜଣଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର ଅଫିସ ,୨୬।୧- ତିନୋଟି ହନୁମାନ ମୁଦ୍ରାକୁ ୨ କୋଟି ଟଙ୍କାରେ ବିକ୍ରି ଏବଂ ଠକେଇ କାରବାର ଉଦ୍ୟମକୁ ଗଞ୍ଜାମ ବାଦବାଜାର ପୋଲିସ ପଣ୍ଡ କରିଛି...

ନାବାଳିକାଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା: ସ୍ବାମୀ ଗିରଫ, ଶାଶୁ, ଶ୍ୱଶୁର, ଦିଅର ଫେରାର

ପୁରୁଷୋତ୍ତମପୁର,୧୯ା୯(ଡି.ଏନ.ଏ.)- ସରକାର ବାଲ୍ୟ ବିବାହ ରୋକିବା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ବିବାହ କରୁଥିବା ଅଧିକାରୀ ଓ ବିବାହ ପଞ୍ଜିକୃତ ଅଧିକାରୀଙ୍କୁ ଉଭୟ ବର...

ଲକ୍‌ଡାଉନ୍‌ରେ ସକ୍ରିୟ ମଦ ମାଫିଆ: ଦେଶୀ ମଦ ରନ୍ଧା ଭାଟି ଉପରେ ବେଗୁନିଆ ପୋଲିସର ଚଢ଼ାଉ, ନଷ୍ଟ କଲା ୨ହଜାର ଲିଟର ପୋଚ୍‌

ବେଗୁନିଆ,୯।୪ (ଡି.ଏନ୍‍.ଏ): ଖୋର୍ଦ୍ଧା ଜିଲା ବେଗୁନିଆ ପୋଲିସ ଗୁରୁବାର ଏକ ଦେଶୀ ରନ୍ଧା ମଦଭାଟି ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ମାଫିଆମାନେ...

ପୁଅ ପିଠିରେ ଗଧ ଲେଖି ନିସ୍ତୁକ ପିଟିଲେ ବାପା: ଗିରଫ କଲା ପୋଲିସ

ତେଲକୋଇ,୧୨।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ୮ ବର୍ଷର ଶିଶୁପୁତ୍ରକୁ ତାଙ୍କ ବାପା ନିସ୍ତୁକ...

ବିଳମ୍ବିତ ରାତିରେ ଆତଙ୍କ ଖେଳାଇଲେ ୫ ଯୁବକ : ବାର୍‌ରେ ପଶି ଆକ୍ରମଣ, ବାର୍‌ ଡ୍ୟାନ୍ସରଙ୍କୁ ପିଛା କରି ଲୁଟିଲେ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଛକରୁ ସତ୍ୟବିହାର ପର୍ଯ୍ୟନ୍ତ ଆତଙ୍କ ଖେଳାଇଥିଲେ ୫ଜଣ ଯୁବକ। ପ୍ରଥମେ କଟକ ରୋଡ୍‌ରେ ଥିବା ରେନ୍‌ ଦି...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୧।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ଜାମୁଝାଡିଠାରେ ମଙ୍ଗଳବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨...

ଜୁଆଆଡ୍ଡାରେ ଚଢ଼ାଉ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲେ ୬ ଜୁଆଡ଼ି

ବଡ଼ବିଲ,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟ ପାର୍କିଂ ଏରିଆରେ ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ାଉ କରି ୬ ଜଣ ଜୁଆଡ଼ିଙ୍କୁ...

ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଯୁବକ ଗିରଫ

ଦାରିଙ୍ଗବାଡ଼ି,୨୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ...

Advertisement
Archives

Model This Week