ଜୁଲାଇ ଶେଷ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବ !
ନୂଆଦିଲ୍ଲୀ,୩।୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା ବେଳେ ଏବେ ଏହା ଚିନ୍ତା ବଢାଇଛି। ଏହାକୁ ନେଇ କିଛି ଗାଣିତିକ ଆକଳନ ମଧ୍ୟ…
ସମୂଦ୍ର କୂଳରେ ଚାଲିଥିଲା ବିବାହ ଫଟୋଶୁଟ୍, ଘଟିଲା କିଛି ଏମିତି…
ବର୍ତ୍ତମାନ କରୋନା କବଳରେ ସମଗ୍ର ବିଶ୍ୱ। ଇତିମଧ୍ୟରେ କରୋନା ସହ ବଞ୍ଚିବା ମଧ୍ୟ ଆମେ ଶିଖିଯାଇଛୁ। ପରସ୍ପର ମଧ୍ୟରେ ଦୂରତା ବଜାର ରଖିବା, ବାରମ୍ବାର ହାତ ଧୋଇବା, ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଆଦି। ହେଲେ ଏମିତି ବି ଲୋକ…
ଗୁପ୍ଚୁପ୍ ଏଟିଏମ୍: ଚାହିଁଲେ ଅଧିକ ପାଣି ବି ମାଗିପାରିବେ
ଗୁପ୍ଚୁପ୍ ଏଟିଏମ୍। ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଟିଏମ୍ରୁ ବାହାରୁ ଗୁପ୍ଚୁପ୍। ତାହା ସହ ଖଟା ପାଣି ଆଉ ମିଠା ଚଟନୀ ମଧ୍ୟ ବାହାରୁଛି। ସୋସିଆଲ୍ ମିଡିଆରେ ଏହି ଗୁପ୍ଚୁପ୍ ମେଶିନ୍ର ଭିଡିଓ ଭାଇରାଲ ହୋଇଛି। ଲୋକେ ଏମିତି…
ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’: ୭ ଲକ୍ଷ ଚାଷୀଙ୍କୁ ଦିଆଯିବ ୧୦୪୦ କୋଟି ଋଣ
ଭୁବନେଶ୍ୱର,୩।୭(ବ୍ୟୁରୋ): ଭୂମିହୀନ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ୧୦୪୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯିବ। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…
ସିଂହ ସହ ଖେଳନ୍ତି ଏହି ମହିଳା କ୍ରିକେଟର୍, ଫିଟନେସ୍ରେ ବି ନଂ୧
ଭାରତର ତାରକା କ୍ରିକେଟର୍ ତାନିଆ ଭାଟିଆ ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ଅଟନ୍ତି। ୧୯୯୭ ନଭେମ୍ବର ୨୮ରେ ଚଣ୍ଡିଗଡ଼ରେ ଜନ୍ମ ହୋଇଥିବା ତାନିଆ ବହୁତ କମ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ପଶୁପ୍ରେମୀ ତାନିଆ ସିଂହ ସହ ଖେଲିବାକୁ ପସନ୍ଦ କରନ୍ତି।…
ପିପିଇ କିଟ୍ ପିନ୍ଧି ନୃତ୍ୟ କଲେ ଡାକ୍ତର
କରୋନା ମହାମାରୀ ସମୟରେ ସମଗ୍ର ବିଶ୍ୱରେ ସ୍ବାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀ ସେମାନଙ୍କର ନିସ୍ବାର୍ଥପର ସେବା ପାଇଁ ପ୍ରକୃତ ହିରୋ ସାଜିଛନ୍ତି। କରୋନା ଭାଇରସ ବିରୋଧରେ ଲଢ଼େଇ ପାଇଁ ଡାକ୍ତରମାନେ ସବୁଠାରୁ ଆଗରେ ଛିଡ଼ା ହୋଇଛନ୍ତି। ଜଣେ ଡାକ୍ତର ପିପିଇ କିଟ୍ ପିନ୍ଧି…
ସିଏମ୍ସି ଅଫିସ୍କୁ ସର୍ବସାଧାରଣ ମନା
କଟକ ଅଫିସ,୩।୭: କଟକ ମହାନଗର ନିଗମ (ସିଏମ୍ସି) କାର୍ଯ୍ୟାଳୟକୁ ସାଧାରଣ ନାଗରିକଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ବିଜୁଭବନ ଓ ବିକାଶ ଭବନକୁ ଯିବା ପାଇଁ ବାରଣ ହୋଇଛି। ଏନେଇ ଗୁରୁବାର ସିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।…
ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ପାଖାପାଖି ୨୧ ହଜାର ଆକ୍ରାନ୍ତ, ୩୭୯ ମୃତ
ନୂଆଦିଲ୍ଲୀ,୩।୭: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୦ ହଜାର ୯୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪ ହୋଇଛି ।…
୫୦ ପ୍ରତିଶତ କର୍ମଚାରୀରେ ଚାଲିବ ହାଇକୋର୍ଟ ଅଫିସ୍
କଟକ ଅଫିସ,୩ା୭: ହାଇକୋର୍ଟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ରୋଷ୍ଟର ବ୍ୟବସ୍ଥା ବ୍ୟବସ୍ଥା ଅନୁଯାୟୀ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।…
ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୩।୭(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ପରେ ଗର୍ଭପାତ କରିବା ଘଟଣାକୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍ଏଚ୍ଆର୍ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ସଂକ୍ରାନ୍ତ…
ମାତ୍ର ୩ ବର୍ଷ ବୟସରୁ ସରୋଜ ଆରମ୍ଭ କରିଥିଲେ କ୍ୟାରିୟର, ୩ ଥର ପାଇଥିଲେ ଜାତୀୟ ପୁରସ୍କାର
ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରୋଜଙ୍କ ବିୟୋଗ ବଲିଉଡ୍ରେ ଶୋକର ଛାୟା ଖେଲିଯାଇଛି। ସରୋଜ ଖାନ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। କୋରିଓଗ୍ରାଫି ଜରିଆରେ ସେ ପ୍ରଶଂସକଙ୍କ…
ଦିନକ ପାଇଁ କ୍ୟାନସର ହସ୍ପିଟାଲ ଆଉଟ୍ଡୋର ବନ୍ଦ
କଟକ ଅଫିସ,୩ା୭: ଶୁକ୍ରବାର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆଉଟ୍ଡୋରକୁ ଦିନକ ପାଇଁ ବନ୍ଦ କରିଦିଆଯାଇଛି। ସେହିପରି ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କଟକସ୍ଥିତ ଦୁଇଟି ହସ୍ପିଟାଲରୁ ଗୁରୁବାର ଗୋଟିଏ ଦିନରେ ୬୬ ଜଣ କରୋନା ଆକ୍ରାନ୍ତ…
Archives


