ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲାଇ ଗାଁକୁ ଆସିଛି ପାର୍ବଣ। କରୋନା କଟକଣା ମଧ୍ୟରେ ଗାଁର ଆବାଳବୃଦ୍ଧବନିତା ମସ୍‌ଗୁଲ ହୋଇଉଠିଛନ୍ତି। ମା’ ଦୁର୍ଗତିନାଶିନୀ ଗାଁର ପୂଜା ମେଢରେ ପଦାର୍ପଣ କରିସାରିଛନ୍ତି। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ଗ୍ରାମବାସୀ ନିଜକୁ ଆଧ୍ୟାତ୍ମିକତାରେ ହଜେଇ ଦେଇଥାନ୍ତି। ପୁରୁଷ ପୁରୁଷ ଧରି ପାର୍ବଣର ପରମ୍ପରାକୁ ବଜାୟ ରଖିଥିବା ଏକ ଗାଁ ହେଉଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ ଜନପଦ, ଯେଉଁଠି ପାରମ୍ପରିକ ନିଆରା ଦୁର୍ଗାପୂଜା ସଂଗଠିତ ହୋଇଥାଏ।
ଏଠାରେ ବାସ କରୁଥିବା କ୍ଷତ୍ରିୟ ବଂଶର ଦୁଇ ଗୋଷ୍ଠୀ ନିଜ ଜନପଦକୁ ବଡଓଳଗ ଓ ସାନଓଳଗ ଭାବରେ ନାମିତ କରିଛନ୍ତି। ଏହି ଦୁଇ ଗ୍ରାମରେ ସ୍ବତନ୍ତ୍ର ଶୈଳୀରେ ଦୁର୍ଗାପୂଜା ପାଳିତ ହୋଇଆସୁଛି। ବଡଓଳଗର ବଡଭାଇ ଗୋଷ୍ଠୀ (ମହାପାତ୍ର)ର ବଂଶଜମାନେ କଳସକୁ ମା’ ଦୁର୍ଗାଙ୍କ ମୂର୍ତ୍ତି ମାନି ମଣ୍ଡପରେ ସ୍ଥାପନ କରି ପୂଜା କରୁଛନ୍ତି। ଏକ ପିତ୍ତଳ କଳସରେ ସ୍ବର୍ଣ୍ଣ ଓ ରୌପ୍ୟ ଚକ୍ଷୁ, ନାସିକା, କର୍ଣ୍ଣ, ଅଧର ରୋପଣ କରି ସେମାନେ ମା’ଙ୍କୁ ଆରାଧନା କରୁଛନ୍ତି। ସେହିପରି ସାନଓଳଗର ସାନଭାଇ ଗୋଷ୍ଠୀ (ସୁନ୍ଦରରାୟ)ମହଣ ପତ୍ରକୁ ଦେବୀଦୁର୍ଗା ବୋଲି ମାନ୍ୟତା ଦେଇ ପୂଜା କରୁଛନ୍ତି। ସେମାନେ ଏହି ପତ୍ରରେ ରୌପ୍ୟ ଓ ସ୍ବର୍ଣ୍ଣରେ ନିର୍ମିତ ଚକ୍ଷୁ, ଅଧର, ନାସିକା କର୍ଣ୍ଣ ଆଦି ରୋପଣ କରି ପୂଜାର୍ଚ୍ଚନା କରୁଥିଲେ। ତେବେ ୪ବର୍ଷ ହେଲା ଏଠାରେ ମା’ଙ୍କର ମୁଖମଣ୍ଡଳ ସହ ଶରୀରର ଏକ ଖୋଳପା ମହଣ ପତ୍ର ଉପରେ ରଖାଯାଇ ଆରାଧନା କରାଯାଉଛି ା
ପବିତ୍ର ଷଷ୍ଠୀ ତିଥିଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ଉଭୟ ଜନପଦରେ ମା’ ଦୁର୍ଗାଙ୍କୁ ଆବାହନ କରାଯାଇ ପୂଜାରମ୍ଭ କରାଯାଇଛି ା ଦୁଇ ଜନପଦର ଜଣେ ଜଣେ ବ୍ୟକ୍ତି ପ୍ରଥମେ ପୁଣ୍ୟତୋୟା ବୈତରଣୀରେ ଘଟ ଉତ୍ତୋଳନ କରିଛନ୍ତି। ପୂଜା ମଣ୍ଡପରେ ପବିତ୍ର ଘଟକୁ ସ୍ଥାପନ କରାଯାଇଛି। ବିଧିପୂର୍ବକ ଏହି କ୍ଷତ୍ରୀୟ ବଂଶଜର ଦାୟାଦମାନେ ନିଜ ନିଜ ଘରେ ଥିବା ବାଡି, ଖଣ୍ଡା, ଧନୁ, ଶର, ତେଣ୍ଟା ଆଦି ହତିଆରକୁ ପୂଜା ମଣ୍ଡପରେ ଅବସ୍ଥାପନ କରିଛନ୍ତି। ବିନା ଡାକବାଜି ଯନ୍ତ୍ରରେ ଚାଲିଛି ପୂଜା ବେଦୀରେ ପୁରୋହିତଙ୍କ ମନ୍ତ୍ର ପାଠ।
ଶନିବାର ପବିତ୍ର ମହାଷ୍ଟମୀରେ ପୂଜା ମଣ୍ଡପରେ ସକାଳଠାରୁ ରାତ୍ରର ଅନ୍ତିମ ପ୍ରହର ଯାଏ ଚଣ୍ଡିପାଠ ସହ ଘୃତାହୁତି ପ୍ରଦାନ କରାଯାଇଛି। ଗ୍ରାମର ସମସ୍ତ ପରିବାରର ସଦସ୍ୟମାନେ ଉପବାସ କରିଛନ୍ତି। ଏହିଦିନ ବଳି ସ୍ବରୁପ ମା’ଙ୍କୁ କୁଷ୍ମାଣ୍ଡ ଅର୍ପଣ କରାଯାଇଛି। ପୂଜା ଶେଷରେ ପରିବାରର ସମସ୍ତ ବ୍ୟକ୍ତି ମା’ଙ୍କ ଚରଣାମୃତ ପାନ କରି ବ୍ରତ ଭଙ୍ଗ କରିଛନ୍ତି। ରବିବାର ମହାନବମୀରେ ମା’ ଙ୍କର ସମସ୍ତ ପୂଜା ବିଧି ମୁତାବକ କରାଯିବ ା ସୋମବାର ଦଶହରା ା ଏହି ଦିନ ପୂର୍ବାହ୍ନରେ ମା’ଙ୍କୁ ଜଳରେ ବିସର୍ଜନ କରାଯିବ ବୋଲି ସ୍ଥୀରିକୃତ ହୋଇଛି।
-ଦୀପ୍ତିରଞ୍ଜନ ନାୟକ, ଆରଡ଼ି


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri