ମଣ୍ଡିକୁ ଧାନ ଆସି ଫେରିଲା
ଯାଜପୁର ଅଫିସ,୯ା୬:ଯାଜପୁର ଜିଲାରେ ଗତ ୨୧ ତାରିଖରୁ ରବି ଧାନ କିଣା ଆରମ୍ଭ ହୋଇଛି। ହେଲେ ଏହି କାରବାରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଟୋକନ ମିଳିଛି, ମୋବାଇଲକୁ ଏସ୍ଏମ୍ଏସ୍ ଆସିଛି। ହେଲେ ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ଫେରାଇ ଦିଆଯାଇଛି।…
୨୦ ବର୍ଷ ବୟସରେ ମାରିଥିଲେ ୨୦ ଛକା: ମଦ ନିଶା ଯୋଗୁ ନଷ୍ଟ ହୋଇଯାଇଥିଲା କ୍ରିକେଟ୍ କ୍ୟାରିୟର୍
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସାଇମଣ୍ଡସ ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ପଡ଼ିଆରେ ଯାହା ବି କରିଥିଲେ, ସେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କରିଥିଲେ। ସେ ବୋଲିଂ, ବ୍ୟାଟିଂ କିମ୍ବା ସ୍ଲେଜିଂ…
ରୋମାଞ୍ଚକର ହେବ ଫାଇନାଲ୍: ୫ ଖେଳାଳିଙ୍କ ମଧ୍ୟରେ ରହିଛି ଖାସ୍ ସମ୍ପର୍କ
ଲଣ୍ଡନ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ର ଫାଇନାଲ ଜୁନ ୧୮ରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଉଭୟ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଉଭୟ…
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୩ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୧୨୩ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ୬,୦୧୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୬,୦୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୯୭ ଜଣ…
ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟ୍କା
ଲଣ୍ଡନ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡର ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ଟେଷ୍ଟ ଡ୍ର ଥିଲା ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡର ଦଳ ଏକ ବଡ଼ ଧରଣର ବ୍ୟାଟିଂ କରିଥିଲା। ନ୍ୟୁଜିଲାଣ୍ଡର…
୧୪ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର, ୯/୬(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ ଓଡ଼ିଶା ଛୁଇଁବ। ଏ ନେଇ ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ମହାରାଷ୍ଟ୍ରର ଆଲିବାଗ, ପୁଣେ ଆଦି ସ୍ଥାନରେ…
ସିଜେଆଇଙ୍କୁ ଚିଠି ଲେଖିଲେ ଛାତ୍ରୀ
କରୋନାରେ ଲୋକଙ୍କ କଷ୍ଟ ବୁଝି ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିଥିବାରୁ ସିଜେଆଇ ଏନ୍. ଭି. ରମାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେରଳର ୫ମ ଶ୍ରେଣୀ ଛାତ୍ରୀ ଲିଡ୍ଓ୍ବିନା ଜୋସେଫ୍। ମହାମାରୀ ସଙ୍କଟରେ ତୁରନ୍ତ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ପାଇଁ…
୨.୭ କୋଟିର ମୋନାଲିସା ପେଣ୍ଟିଂ
ଲିଓନାର୍ଡୋ ଡା ଭିନ୍ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି। ଏହି ନିଲାମ ଅର୍ଥ ୩ ଲକ୍ଷ ୟୁରୋ ବା ପ୍ରାୟ ୨.୭ କୋଟି ପର୍ଯ୍ୟନ୍ତ…
ନନ୍ଦିନୀ: ଏକ ସଂକଳ୍ପର ନାଁ
ନନ୍ଦିନୀ ଶତପଥୀ ଥିଲେ ବାସ୍ତବରେ ଏକ ସଂକଳ୍ପ, ଏକ ସ୍ବାଭିମାନ। ଉଭୟ ରାଜନୀତିରେ, ମାନବ ସେବାରେ, ସାହିତ୍ୟ ରଚନାରେ। ୧୯୩୧ ମସିହା ଆଜିର ଦିନରେ କଟକରେ ତାଙ୍କର ଜନ୍ମ। ଯୁଗନ୍ଧର ଲେଖକ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ତା’ଙ୍କ ବାପା। ଧୂଳିବାଲିରୁ ଉଠି…
ଅପଚୟ କଲେ କମ୍ ମିଳିବ
ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ସାବାଳକଙ୍କ ପାଇଁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। କେଉଁ ରାଜ୍ୟକୁ କେତେ ଡୋଜ୍ ଆବଣ୍ଟନ କରାଯିବ ତାହା ଜନସଂଖ୍ୟା,…
୧୧ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ
ଭୁବନେଶ୍ୱର,୯ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ସମଗ୍ର ଦେଶ ଛଟପଟ ହେଉଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତର ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିଚାଲିଛନ୍ତି। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ଧାରଣା…
Archives


