Home Left

ମହଙ୍ଗା ପଡ଼ିଲା ଖଲିସ୍ତାନ ଶୋଭାଯାତ୍ରାରେ ସାମିଲ ହେବା: ହରିଶ ଶିଙ୍ଗଲା ଶିବସେନାରୁ ବହିଷ୍କାର

ପଟିଆଲା,୨୯।୪: ପଞ୍ଜାବର ପଟିଆଲାରେ ଶୁକ୍ରବାର ଶିବସେନା ପକ୍ଷରୁ ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା। ଏହି ସମୟରେ ଶିବସେନା କର୍ମକର୍ତ୍ତା ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ମୁହାଁମୁହିଁ ଶେଷରେ ଗୋଷ୍ଠି ସଂଘର୍ଷରେ ପରିଣତ ହୋଇଥିଲା।…

ଲୁଚକାଳି ଖେଳୁ ଖେଳୁ ଫ୍ରିଜ୍‌ରେ ଲୁଚିଲେ ଶିଶୁ: ଶ୍ୱାସରୁଦ୍ଧ ହୋଇ ୨ମୃତ

ବେଙ୍ଗାଲୁରୁ,୨୯।୪: କର୍ନାଟକ ମୈସୁର ଜିଲାର ମାସେଜ ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ମାସେଜ ଗ୍ରାମରେ ବାସ କରୁଥିବା ନାଗରାଜୁ ଓ ଚିକ୍କଦେବମାଙ୍କ ଝିଅ ଭାଗ୍ୟା(୧୨) ଏବଂ ରାଜନାୟକ ଓ ଗୋରମ୍ମାଙ୍କ ଝିଅ କାବ୍ୟା(୭)ଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଶୁକ୍ରବାର…

ଶୋ’ ଛାଡ଼ିଲେ ନିମ୍ରିତ୍‌

ବମ୍ବେ: ଶୋ’ ଛାଡ଼ିବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିମ୍ରିତ୍‌ କୌର ଅହ୍ଲୁଓ୍ବାଲିଆ। ‘ଛୋଟି ସର୍ଦ୍ଦାର୍‌ନୀ’ରେ ସେ ମୁଖ୍ୟ ନାୟିକା ଚରିତ୍ରରେ ନଜର ଆସୁଥିଲେ। ଧାରାବାହିକର କାହାଣୀ ବେଶ ନିଆରା ଥିବାରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା। ନିମ୍ରିତ୍‌ ନିଜର ଅଭିନୟରେ…

ଅଶ୍ଳୀଳ ଫଟୋ କରି ନାବାଳିକାଙ୍କୁ କରୁଥିଲେ ବ୍ଲାକ୍‌ମେଲ: ବାନ୍ଧିଲା ପୋଲିସ

କଟକ ଅଫିସ, ୨୯।୪: କଟକ ସାଇବର ଥାନା ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ନାବାଳିକାମାନଙ୍କ ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ ତିଆରି କରି ବ୍ଲାକ୍‌ମେଲ କରୁଥିବା ଜଣାପଡ଼ିଛି। ଅଭିଯୁକ୍ତ ଯୁବକ ଜଣଙ୍କ ସୋସିଆଲ ମିଡିଆ…

ଜିଗ୍ନେସଙ୍କୁ ମିଳିଲା ଜାମିନ

ଡିସପୁର,୨୯।୪: ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେସ ମେଭାନିଙ୍କୁ ମିଳିଲା ଜାମିନ। ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ଜିଗ୍ନେସଙ୍କୁ ଆସାମ ବାରପେଟା ଜିଲାର ଏକ ସ୍ଥାନୀୟ ଅଦାଲତ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ…

ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର,୨୯।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ବୈଠକ ଡାକିଥିବା କାର୍ଯ୍ୟକ୍ରମରେ ଯୋଗ ଦେବି। ଓଡ଼ିଶାର ବାକି ଥିବା ବିଭିନ୍ନ…

ଜେଡିୟୁ ଅର୍ଥ ନୀତୀଶ କୁମାର! ଦଳ ପୋଷ୍ଟରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ରହିବ ଫଟୋ, ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ପାଟନା,୨୯ ।୪: ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଯେ କୌଣସି ପୋଷ୍ଟର ଓ ବ୍ୟାନରରେ ଏବେ କେବଳ ନୀତୀଶ କୁମାରଙ୍କର ଫଟୋ ରହିବ । ଦଳ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶ ଜାରି କରାଯାଇ କର୍ମକର୍ତ୍ତା ଓ ନେତାଙ୍କୁ ସଫା ସଫା ନିର୍ଦ୍ଦେଶ…

ବନ୍ଧୁ ହେବ ତ ଏମିତି; ଚହଲ ଜିତନ୍ତୁ ବୋଲି କହି ଚର୍ଚ୍ଚାରେ କୁଲଦୀପ

ମୁମ୍ବାଇ,୨୯।୪: ଚଳିତ ବର୍ଷ ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ‘ଆଇସିସି ଟି୨୦ ବିଶ୍ୱକପ୍‌’ର ଆୟୋଜନ ହେବାକୁ ଯାଉଛି। ଏବେ ଆଇପିଏଲ୍‌ ଚାଲିଥିବାରୁ ସମସ୍ତ ଦେଶର ନଜର ନିଜ ନିଜ ଖେଳାଳିଙ୍କ ଉପରେ ରହିଛି। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍‌ରେ…

ବାତିଲ ହେଲା ୬୫୭ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୨୯।୪: କୋଇଲା ପରିବହନ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍‌ ସଙ୍କଟକୁ ଦୂର କରିବା ଲାଗି ୬୫୭ ଯାତ୍ରୀବାହୀ ଟ୍ରେନ୍‌କୁ ସାମୂହିକ ପାଇଁ ବାତିଲ କରାଯାଇଛି। ସରକାର ଶୁକ୍ରବାର ଏନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଗତ…

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ବାଇକ୍‌କୁ ଧକ୍କାଦେଲା ଆମ୍ବୁଲାନ୍ସ

କାମାକ୍ଷାନଗର,୨୯।୪: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଧୀନ ମୁକ୍ତାପଶି କେନାଲ ଛକ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସହ ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପରଜଙ୍ଗ ଥାନା କଙ୍କିଳି…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଅପହରଣ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜଧାନୀରେ ଦିନ ଦ୍ୱିପ୍ରହରରେ ଅପହରଣ। ଜଣେ ଯୁବତୀଙ୍କୁ ନୟାପଲ୍ଲୀ ଭୋଇ ସାହି ଅଞ୍ଚଳରେ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । କାରରେ ଯୁବତୀଙ୍କୁ ଅପହରଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଯାଇଥିଲେ ଅଭିଯୁକ୍ତ। ଏହି ଘଟଣାରେ ୩ ଜଣଙ୍କୁ…

ବୁର୍ଲା ପାୱାର କେନାଲରେ ଭାସିଗଲେ ଇଂଞ୍ଜିନିୟରିଂ ଛାତ୍ର

ସମ୍ବଲପୁର,୨୯।୪(ବ୍ୟୁରୋ): ସମ୍ବଲପୁର ବୁର୍ଲା ପାୱାର କେନାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗାଧୋଉଥିବାବେଳେ ଜଣେ ଇଂଞ୍ଜିନିୟରିଂ ଛାତ୍ର ଭାସିଯାଇ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭିସୁଟର ମେକାନିକାଲ ଇଂଞ୍ଜିନିୟରିଂ ଦ୍ୱିତୀୟ ବର୍ଷର ଛାତ୍ର ତ୍ରିଲୋଚନ ମହାରଣା। ମିଳିଥିବା ସୂଚନା ମୁତାବକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?