Home Left

ପଛରୁ ଠେଲିଲେ ଷ୍ଟାର୍ଟ ହେଉଛି ୧୦୨ ଆମ୍ବୁଲାନ୍ସ

ଗଞ୍ଜାମ,୨୪।୧(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ୧୦୨ ଓ ୧୦୮ ଗାଡ଼ି ବ୍ୟବସ୍ଥା କରିଛନ୍ତି। ଏହି ଗାଡ଼ିଗୁଡିକ ପରିଚାଳନା ନିମନ୍ତେ ପ୍ରାଇଭେଟ୍‌ ଲୋକଙ୍କୁ ପ୍ରଶାସନ ଟେଣ୍ଡର ଦେଇଛି । ଟେଣ୍ଡର ନେଇଥିବା ବ୍ୟକ୍ତିମାନଙ୍କ ଅପାରଗତା ଏବଂ ଭଙ୍ଗା…

ସାନ ଭାଇ ସହ ମିଶିଗଲେ ଭଉଣୀ : ପିଟିଲେ ବଡ଼ ଭାଇଙ୍କୁ

ପାଟଣା,୨୪।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆ ପଡ଼ା ପଞ୍ଚାୟତ ମାନପୁର ଗାଁରେ ପାରିବାରିକ ସଂଘର୍ଷ ହୋଇଛି। ରବିବାର ସନ୍ଧ୍ୟାରେ ବଡ଼ଭାଇ ନାରାୟଣ ମହାନ୍ତଙ୍କୁ ଠେଙ୍ଗାରେ ମାଡ଼ ମାରିବା ଫଳରେ ସେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଗାନ୍ଧୀ ମାର୍ଗରେ ରିହରସାଲ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ୍‌ ରିହରସାଲ ସୋମବାର କରାଯାଇଛି। କୋଭିଡ୍‌ କଟକଣାରେ ଗାନ୍ଧୀ ମାର୍ଗରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ ଡିଜି ସୁନିଲ ବଂଶଲ ଫୁଲ ଡ୍ରେସ ରିହରସାଲକୁ ନିରୀକ୍ଷଣ କରିଥିଲେ। ଏଥର ପରେଡ୍‌ରେ ୧୦ଟି…

ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଲେ ଅକ୍ଷୟ କୁମାର, ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ତଥା ଖିଲାଡି ବୟ ଅକ୍ଷୟ କୁମାର ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥା’ନ୍ତି ତାଙ୍କ ବ୍ୟକ୍ତିଗତ କିଛି କଥାକୁ ନେଇ ମଧ୍ୟ ଚର୍ଚ୍ଚାରେ ଥାନ୍ତି। ଏବେ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣି  ଚର୍ଚ୍ଚାକୁ ଆସିଛନ୍ତି ଅକ୍ଷୟ।…

୩୫ ଲକ୍ଷ ଟଙ୍କାର ମୋବାଇଲ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

ବଲାଙ୍ଗୀର ଅଫିସ,୨୪।୧: ବଲାଙ୍ଗୀର ରମାଇ ଟକିଜ ନିକଟ ଏକ ମୋବାଇଲ ଦୋକାନରୁ ୧୪ ତାରିଖ ରାତିରେ ୫୦ ଲକ୍ଷ ଟଙ୍କାର ମୋବାଇଲ ଲୁଟ ହୋଇଥିଲା। ବଲାଙ୍ଗୀର ପୋଲିସ ଘଟଣାର ତଦନ୍ତ କରି ବିହାରର ଗୋରାସାହାନରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି…

ବାପା ହେବେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡର ଗାୟକ ତଥା ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଖୁବଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି । ସୋମବାର ଆଦିତ୍ୟ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ।…

ୟଶଙ୍କୁ ପରିବାର କହିଲେ ନୁସରତ

କୋଲକାତା: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ଅଭିନୟ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ବିବାହ ଠାରୁ ଆରମ୍ଭ କରି ନିଖିଲ ଜୈନଙ୍କଠାରୁ ଅଲଗା ରହିବା, ମା ହେବା ଏବଂ ପରେ ୟଶ…

ଦୁଇ ଦିନ ହେଲା ଗଛରେ ଭାଲୁ: ବନ ବିଭାଗର ସବୁ କୌଶଳ ଫେଲ୍‌

ନବରଙ୍ଗପୁର,୨୪।୧(ବି.ପ୍ର.): ନବରଙ୍ଗପୁର ଉମରକୋଟରେ ‘ମିଶନ ଭାଲୁ ରେସ୍କ୍ୟୁ’ ଚାଲିଛି। ଦୁଇ ଦିନ ହେଲା ଭାଲୁଟି ଗଛରେ ବସି ରହିଛି। ଭାଲୁକୁ ତଳକୁ ଓହ୍ଲାଇବା ପାଇଁ ଉମରକୋଟ ବନ ବିଭାଗର ସବୁ କୌଶଳ ଫେଲ୍‌ ମାରିଥିଲା ବେଳେ ସୋମବାର ନବରଙ୍ଗପୁରରୁ ଏକ ଟିମ୍‌…

୭୦ ଫୁଟ ଉଚ୍ଚରେ ଦୋଳିରେ ଝୁଲୁଛନ୍ତି ଭଉଣୀ-ଭାଇ

କିଛି ଲୋକ ସବୁବେଳେ ଆଶ୍ଚର୍ଯ୍ୟଜନକ କାମ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହାକୁ ଦେଖି କିଛି ଲୋକ ଭୟଭୀତ ହୋଇପଡ଼ନ୍ତି। ଏବେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଦେଖିଲେ ଆଖିରେ ପଲକ ପଡ଼ିବନି। ଅଷ୍ଟ୍ରେଲୀୟ ଭଉଣୀ-ଭାଇ ୭୦ ଫୁଟ…

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନା ସଂକ୍ରମିତ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ୍‌ ପଜିଟିଭ ହୋଇଛନ୍ତି। ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସଂକ୍ରମିତ ଚିହ୍ନଟ ହୋଇ ସେ ଏବେ ଚିକିତ୍ସିତ ହେଉଛନ୍ତି । ଗତ କିଛିଦିନରେ ଯେଉଁମାନେ…

ଟନ୍‌ ଟନ୍‌ ସୁନା ବିକୁଛି ଏହି ଦେଶ

କଲମ୍ବୋ,୨୪ା୧: ଶ୍ରୀଲଙ୍କା, ଭାରତ ଏବଂ ବିଶ୍ୱର କିଛି ଦେଶ ବହୁ ଟନ୍‌ ସୁନା ଜମା ରଖିଛନ୍ତି। ଯେତେବେଳେ ଆର୍ଥିକ ଅବସ୍ଥା ଖରାପ ହୁଏ, ଏହି ସୁନା ବିକ୍ରୟ କିମ୍ବା ବନ୍ଧକ ରଖିବା ଦ୍ୱାରା ଦେଶର ଅବସ୍ଥାରେ ଉନ୍ନତ ହୁଏ। ଖରାପ ଅର୍ଥନୀତି…

ଅଟୋକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ମହିଳାଙ୍କ ଜୀବନ, ୨ ଗୁରୁତର

ଗଞ୍ଜାମ,୨୪ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହୁମା ଗଳାଶଙ୍ଖଠାରେ ସୋମବାର ସକାଳେ ଏକ ଡାଲା ଅଟୋର ପଛକୁ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଡାଲା ଅଟୋରେ ବସିଥିବା ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ମହିଳା ଓ ଅଟୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri