ସମର୍ପଣର ପର୍ବ

ଏଥର ଆଉ ନାହିଁ ଲକ୍‌ଡାଉନ କଟକଣା। ମନ୍ଦିର ସାଙ୍ଗକୁ ଦୋକାନ ବଜାର ବି ଖୋଲା। ତେଣୁ ବିଧି ମୁତାବକ ସାବିତ୍ରୀ ପାଳନ କରିବା ପାଇଁ ବେଶ୍‌ ଉତ୍ସାହିତ ନାରୀମାନେ…

ସେବା ଓ ସତୀତ୍ୱ ବଳରେ ସ୍ତ୍ରୀଟିଏ ତା’ ସ୍ବାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିବାର କଥା ଆମେ ଶୁଣିଛେ ପୁରାଣରୁ। ଏହାକୁ ଆଧାରକରି ଆଜି ବି ନାରୀମାନେ ସ୍ବାମୀଙ୍କର ମଙ୍ଗଳ ମନାସି ପାଳନ କରିଥାନ୍ତି ସାବିତ୍ରୀ ବ୍ରତ। ୨ବର୍ଷ ପରେ କରୋନା ପାଇଁ ରହିଥିବା ଲକ୍‌ଡାଉନ କଟକଣା ଏଥର ନ ଥିବାରୁ ସାବିତ୍ରୀ ବ୍ରତ ପାଇଁ ବେଶ୍‌ ଚଳଚଞ୍ଚଳ ସମସ୍ତେ।
ବହୁଆଗରୁ ପ୍ରସ୍ତୁତି: ଓଡ଼ିଆ ଘରେ ପ୍ରତ୍ୟେକ ସଧବା ନାରୀ ସାବିତ୍ରୀ ବ୍ରତ କରିଥାନ୍ତି। ବିଧି ମୁତାବକ ପୂଜାର୍ଚ୍ଚନା କରି ନିଜ ସ୍ବାମୀଙ୍କ ପ୍ରତି ସମର୍ପଣ ଭାବକୁ ଦର୍ଶାଇଥାନ୍ତି। ହେଲେ ସମୟ ଅନୁସାରେ ଏବେ ଏହି ବ୍ରତକୁ ସମସ୍ତେ ଆଡ଼ମ୍ବରରେ ପାଳନ କରିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ବହୁଆଗରୁ ପ୍ରସ୍ତୁତି କରିବାକୁ ହେଉଛି। କ’ଣ ପିନ୍ଧିବେ, କ’ଣ ଖାଇବେ, କୋଉ ମନ୍ଦିରକୁ ଯିବେ ଏସବୁ ପାଇଁ ପୂର୍ବରୁ ହିଁ ସବୁ ଯୋଜନା ତିଆରି ବି କରିଥାନ୍ତି।
ଶାଢ଼ିର ଆକର୍ଷଣ: ଯେହେତୁ ସାବିତ୍ରୀ ବ୍ରତ ନିମନ୍ତେ ନୂଆ ଶାଢ଼ି ପୂଜା ହେବା ପରମ୍ପରା ରହିଛି ସେଥିପାଇଁ ସମସ୍ତେ ନିଶ୍ଚିତଭାବେ ଶାଢ଼ି କିଣିଥାନ୍ତି। ତେବେ ନିଜ ନିଜ ବଜେଟ ଅନୁସାରେ ନାରୀମାନେ ଶାଢ଼ି କିଣିବା ପାଇଁ ଅର୍ଥ ଖର୍ଚ୍ଚ କରିଥାନ୍ତି। ବେଳେବେଳେ ଏହି ପରମ୍ପରା ଦାବି କରିବା ଭଳି ରୂପ ନେଇଥାଏ ଯାହା ଆଦୌ ଠିକ୍‌ ନୁହେଁ। ତେଣୁ ବ୍ରତର ମୁଖ୍ୟ ଭାବକୁ ମନେ ରଖି ବ୍ରତ ପାଳନ କରିବା ଫଳରେ ଘରେ ଏକ ସୁନ୍ଦର ବାତାବରଣ ସୃଷ୍ଟି ହୋଇଥାଏ।
ବଜେଟ ବୋଝ: ସାବିତ୍ରୀ ସମୟରେ ଗୃହିଣୀମାନଙ୍କ ପାଇଁ ସବୁ କିଛି କିଣାକିଣି କରିବାକୁ ପଡ଼ିଥାଏ। ଶାଢ଼ି, ଚୁଡ଼ି ତଥା ବିଭିନ୍ନ ପ୍ରକାର ଫଳମୂଳ ଓ ପୂଜାସାମଗ୍ରୀ ସବୁ କିଣିବା ପାଇଁ ଏକରକମ ବାଧ୍ୟ ହୋଇଥାନ୍ତି ଗୃହକର୍ତ୍ତା। ଖାଲି ସେତିକି ନୁହେଁ, ବିବାହିତ ଝିଅମାନଙ୍କ ଘରକୁ ସାବିତ୍ରୀ ବ୍ରତ ସମୟରେ ଶାଢ଼ି ସହ ଫଳମୂଳ ଆଦି ବିଭିନ୍ନ ପୂଜା ସାମଗ୍ରୀ ଓ ଭାର ଦେବାର ମଧ୍ୟ ପରମ୍ପରା ରହିଛି। ଆଉ ନବ ବିହାହିତ ହୋଇଥିଲେ ସାବିତ୍ରୀ ସମୟରେ ଅଧିକ ଭାର ବେଭାର ବି ଦେବାକୁ ପଡ଼େ। ତେଣୁ ସାବିତ୍ରୀ ସମୟରେ ଘରର ବଜେଟ ଉପରେ ନିଶ୍ଚିତଭାବେ ପ୍ରଭାବ ପଡ଼ିଥାଏ।
କେବଳ ଘରେ ନୁହେଁ, ମାର୍କେଟ ଉପରେ ମଧ୍ୟ ସାବିତ୍ରୀର ପ୍ରଭାବ ଦେଖିବାକୁ ମିଳିଥାଏ। ବିଭିନ୍ନ ଶାଢ଼ି ଦୋକାନରେ ସାବିତ୍ରୀ ଉପଲକ୍ଷେ ସମସ୍ତଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ରିହାତି ଘୋଷଣା କରାଯାଇଥାଏ। ଫଳରେ ମହିଳାମାନେ ଅଧିକ ସପିଂ କରିବା ପାଇଁ ଇଚ୍ଛା କରିଥାନ୍ତି। ଅନ୍ୟପଟେ ବିଭିନ୍ନ ପ୍ରକାର ଫଳ ତଥା ପୂଜା ସାମଗ୍ରୀର ମୂଲ୍ୟ ମଧ୍ୟ ଏହି ସମୟରେ ବହୁତ ବଢ଼ି ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଖାଇଲେ ଖୁବ୍‌ଶୀଘ୍ର ବଢ଼ିବ ପିଲାଙ୍କ ଉଚ୍ଚତା

ପିଲାଙ୍କ ଉଚ୍ଚତା ବଢ଼ିବା ନେଇ ଅନେକ ମା’ ବାପା ଚିନ୍ତାରେ ଥାନ୍ତି। ଏଥିପାଇଁ କ’ଣ ଖାଇବା ପିଇବାକୁ ଦେବେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେବେ ପିଲାଙ୍କୁ ପ୍ରତିଦିନ...

ଓଜନ କମାଇବାର ସହଜ ଉପାୟ

ଓଜନ କମାଇବାର ଏକ ସହଜ ତଥା ସରଳ ଉପାୟ ରହିଛି। ପୁଣି ଏଥିପାଇଁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। ବାସ୍‌, ପ୍ରତିଦିନ ଗୋଟିଏ...

ଶାଢ଼ି ପୁରୁଣା ଲୁକ୍‌ ନୂଆ

ଶାଢ଼ି ଏମିତି ଏକ ପରିଧାନ, ଯାହାକୁ ସବୁ ଅକେଜନ୍‌ରେ ପିନ୍ଧିହେବ। କିନ୍ତୁ କିଛିଦିନ ପିନ୍ଧିବା ପରେ ତାହା ପୁରୁଣା ହେବ ନଚେତ ଆଉଟ୍‌ ଅଫ୍‌ ଫ୍ୟାଶନ୍‌...

ବନ୍ଧ୍ୟାଦୋଷ, ମେଦବହୁଳତା ଦୂର କରେ ସଜନାଛୁଇଁ

ସଜନାଛୁଇଁ ଭଜା ହେଉ କି ତରକାରୀ ଯେଉଁଥିରେ ପଡ଼ିଲେ ତା’ର ସ୍ବାଦ ବଢ଼ି ଯାଇଥାଏ। ଏହା ପାଟିକୁ ଯେତିକି ସୁଆଦିଆ ଦେହକୁ ସେତିକି ହିତ ମଧ୍ୟ।...

ଅରେଞ୍ଜ ଫେସ୍‌ ପ୍ୟାକ୍‌

ବେସନ ସହିତ କମଳା ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରି ମୁହଁରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ନିମନ୍ତେ ୨ ଚାମଚ କମଳା...

କାଶ, କଫ ଭଲ କରେ ଗୋଲମରିଚ

ଭୋଜନରେ ଗୋଲମରିଚର ବ୍ୟବହାର ଯେ କେବଳ ସ୍ବାଦ ବଢ଼ାଇବା ପାଇଁ ହୁଏ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ...

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନରେ ୩ ଥର ପିଅନ୍ତୁ ଏହାକୁ…

ନିୟମିତ ଗ୍ରୀନ୍‌ ଟି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଦିନକୁ ୩ ଥର ଗ୍ରୀନ୍‌ ଟି ପିଇବା ଦ୍ୱାରା ପୁରୁଷମାନଙ୍କଠାରେ ଦେଖା ଦେଉଥିବା ପ୍ରୋଷ୍ଟେଟ୍‌...

ପାଲକ ଡାଲ୍‌ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ: ଛୋଟ ଛୋଟ କଟା ପାଳଙ୍ଗ ଶାଗ ୧ କପ୍‌, ୧ଟି କଟା ପିଆଜ, ୨ଟି କଟା ଟମାଟୋ, ଦେଢ଼ କପ୍‌ ଚାଉଳ, ଡାଲି...

Advertisement
Archives

Model This Week