ପୂର୍ବତନ ଏନ୍ଏସ୍ଇ ସିଇଓଙ୍କ ଘରେ ଆୟକର ଚଢ଼ାଉ
ମୁମ୍ବାଇ,୧୮।୨:ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକ୍ରିଷ୍ଣାଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ୨୦୧୬ରେ ଏନ୍ଏସ୍ଇରୁ ଇସ୍ତଫା ଦେଇଥିବା ଚିତ୍ରା ବହୁ ବେଆଇନ କାର୍ଯ୍ୟରେ ସାମିଲ…
ଆଜି ଭୋଟ୍ ଗ୍ରହଣ: ୧୯୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା
ମ.ରାମପୁର,୧୮ା୨(ଡି.ଏନ୍.ଏ.): ଆଜି ୧୮ ତାରିଖ ଶୁକ୍ରବାର ମ.ରାମପୁର ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୧୯ଟି ପଞ୍ଚାୟତର ୨୩୮ଟି ଭୋଟଦାନ କେନ୍ଦ୍ରରେ ୧୯୨ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ। ତନ୍ମଧ୍ୟରୁ ୨ଟି ଜିଲା ପରିଷଦର ସଭ୍ୟ ପଦବୀ ପାଇଁ ୮…
୫ ବର୍ଷ ପରେ ଏକାଠି ନିର୍ବାଚନ ପ୍ରଚାରରେ ଦେଖାଦେଲେ ଅଖିଳେଶ, ମୁଲାୟମ, ଶିବପାଲ
ଲକ୍ଷ୍ନୌ,୧୮ ।୨: ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯର୍୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି । ଏବେ ଇଟାୱାର ଏମିତି ଏକ ଫଟୋ ଦେଖିବାକୁ ମିଳିଛି ଯାହା ରାଜ୍ୟର ରାଜନୀତିରେ ଚାପା ଗୁଞ୍ଜରଣ…
ୟୁକ୍ରେନ-ରୁଷିଆ ସଙ୍କଟକୁ ନେଇ ଯୁଦ୍ଧ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି
ୱାଶିଂଟନ,୧୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛିଦିନ ମଧ୍ୟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁ୍ଦ୍ଧ ହୋଇପାରେ । ଏହାସହ ସେ କହିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ୍ କରିବାର କୌଣସି ଯୋଜନା…
ପିତାଙ୍କ ଜୟନ୍ତିରେ ହଜାର ହଜାର ଲୋକଙ୍କୁ ଥଣ୍ଡାରେ ଠିଆ କରାଇଲେ କିମ୍
ପ୍ୟୋଙ୍ଗୟାଙ୍ଗ,୧୮ ।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କର ଆଉ ଏକ କ୍ରୁରତା ସାମ୍ନାକୁ ଆସିଛି । କିମ୍ ତାଙ୍କ ପିତା କିମ୍ ଜନ ଇଲଙ୍କ ୮୦ ତମ ଜୟନ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜନତାଙ୍କ ସାମ୍ନାରେ…
ଦନ୍ତାହାତୀର ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା
ଟେନ୍ସା,୧୭।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଜରଡ଼ା ରେଞ୍ଜ ଅନ୍ତର୍ଗତ କଂସର ସେକ୍ସନ ରାଇପୁରୀ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଦନ୍ତାହାତୀର ମୃତ୍ୟୁ ଘଟଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ…
ହାଜତରେ ମହିଳାଙ୍କ ମୃତ୍ୟୁ
ଅହମଦାବାଦ,୧୭।୨: ଗୁଜରାଟର ବାଲସାଦ ଜିଲାରେ ବିଦେଶୀ ମଦ ଚୋରା ଚାଲାଣ ବେଳେ ଗିରଫ ହୋଇଥିବା ଜଣେ ୭୦ ବର୍ଷୀୟ ମହିଳାଙ୍କର ଭାପି ଥାନାରେ ମୃତ୍ୟୁ ଘଟିଛି। ସେ ରାଜ୍ୟ ପରିବହନ ବିଭାଗର ଏକ ବସ୍ରେ ମଦ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ।…
ବଦଳିବ ଦେଶର ୧୩ ବିମାନବନ୍ଦରର ନାମ
ଔରଙ୍ଗାବାଦ,୧୭।୨: ଦେଶରେ ବିମାନବନ୍ଦର, ସହର ଓ ଐତିହାସିକ ସ୍ଥାନଗୁଡିକର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ବର୍ତ୍ତମାନ ଦେଶର ୧୩ଟି ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ମୋଦି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ତାଲିକାରେ ମହାରାଷ୍ଟ୍ରର ଔରଙ୍ଗାବାଦ ସହର ମଧ୍ୟ…
ଟ୍ରକ୍ ଚାପରେ ମା’ ମୃତ, ଝିଅ ଆହତ
ଭବାନୀପାଟଣା,୧୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପରଦେଶୀପଡା ୨୬ ନଂ. ଜାତୀୟ ରାଜପଥରେ ଗୁରୁବାର ଏକ ଟ୍ରକ୍ ଚାପରେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ବାହାଦୁରବଗିଚାପଡାର ରାଜେଶ୍ୱରୀ ଦୀପ (୩୨)। ଖବର ପାଇ…
ଦ୍ୱିତୀୟ ସ୍ଥାନକୁ ଖସିଲା ଖୋର୍ଦ୍ଧା
ଭୁବନେଶ୍ୱର, ୧୭।୨ (ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସୁଛି। ଏଥିସହ ଦୈନିକ ସଂକ୍ରମଣରେ ସବୁବେଳେ ଶୀର୍ଷରେ ରହୁଥିବା ଖୋର୍ଦ୍ଧା ଜିଲା ଦୀର୍ଘଦିନ ପରେ ଏବେ ଦ୍ୱିତୀୟ ସ୍ଥାନକୁ ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ…
ଦୁଇମାସ ତଳେ ବଦଳିି ହୋଇ ଆସିଥିଲେ, ଚାଲିଗଲା ଜୀବନ
ସେମିଳିଗୁଡ଼ା/ସୁନାବେଡ଼ା,୧୭ା୨(ସ୍ବ.ପ୍ର.): ୨୬ ନମ୍ବର ଜାତୀୟ ରାଜପଥ ସେମିଳିଗୁଡ଼ା ଗଙ୍ଗାମା’ ମନ୍ଦିର ନିକଟରେ ଏକ ଟ୍ରକ୍ ସ୍କୁଟିକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ସ୍କୁଲ ଯାଉଥିବା ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଅନ୍ନପୂର୍ଣ୍ଣା କୁମାରୀ ପଣ୍ଡା (୪୯)। ମିଳିଥିବା ସୂଚନା…
ପାରମ୍ପରିକ ରୀତିନୀତିରେ ବିବାହ କରିବେ ଫରହାନ-ଶିବାନୀ
ମୁମ୍ବାଇ: ବଲିଉଡ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଫେବୃଆରୀ ୧୯ରେ ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ ବିବାହ କରିବେ। ଏହାପୂର୍ବରୁ ଅର୍ଥାତ୍ ଫେବୃଆରୀ ୧୭ରେ ଶିବାନୀ ଦାଣ୍ଡେକରଙ୍କ ହଲଦି ସମାରୋହ ଆୟୋଜିତ…
Archives


