ସମ୍ପାଦକୀୟ

କ୍ୟାଲେଣ୍ଡର ଓ ପୌରାଣିକ କଥା

ଭାରତର ଜାତୀୟ କ୍ୟାଲେଣ୍ଡର ହେଉଛି ସାକ କ୍ୟାଲେଣ୍ଡର। ଏହା ୭୮ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଛି। ଏହାକୁ ସରକାରୀ ଭାବେ ୧୯୫୭ରେ ଗ୍ରହଣ କରାଯାଇଥିଲା, କାରଣ ସ୍ବାଧୀନ ଭାରତ ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ଉପରେ ନିର୍ଭର ନ କରି ତାହାର ନିଜର ଏକ କ୍ୟାଲେଣ୍ଡର…

ଏଇ ଭାରତରେ

ମହିଳା ସବୁବେଳେ ସଶକ୍ତ। ସୁଯୋଗ ପାଇଲେ ସେମାନେ ସବୁ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିପାରିବେ, ଯାହା ଦେଖିବାକୁ ମିଳିଛି ସୁନ୍ଦରବନରେ ଥିବା ଟାଇଗର ଓ୍ବିଡୋଜ୍‌(ବାଘ ଆକ୍ରମଣରେ ମୃତ୍ୟୁମୁଖରେ ପଡ଼ିଥିବା ପୁରୁଷଙ୍କ ସ୍ତ୍ରୀ)ଙ୍କ କ୍ଷେତ୍ରରେ। ସାଧାରଣତଃ ପୁରୁଷମାନେ ହେନ୍ତାଳବନରୁ ମହୁ ସଂଗ୍ରହ ପାଇଁ…

ସ୍ବଦେଶୀ ଜ୍ଞାନକୌଶଳ

ଗାନ୍ଧୀଙ୍କର ସ୍ବଦେଶୀ ଆନ୍ଦୋଳନ ଡାକରା, ବିଦେଶୀ ଜିନିଷ ହଟାଅ ଦେଶ ବଞ୍ଝାଅ ପରାଧୀନ ଭାରତର ସେତେବେଳେ ଯୁବଗୋଷ୍ଠୀକୁ ଏକ ନୂଆ ଦିଶା ମିଳିଥିଲା। ଆଜି ବି ସରକାରଙ୍କ ଆହ୍ବାନ ବିଦେଶୀ ଜିନିଷ ହଟାଅ, ବିକଶିତ ଭାରତ ବନାଅ। ୭୯ତମ ସ୍ବାଧୀନତା ଦିବସରେ…

ଏକ୍‌ ପେଡ୍‌ ମା’କେ ନାମ୍‌: ମା’ଙ୍କୁ ସମ୍ମାନ, ପରିବେଶକୁ ସୁରକ୍ଷା

ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୭୫ତମ ଜନ୍ମ ଦିବସ ସାରା ଭାରତରେ ପାଳନ ହେଉଛି। ଏହି ଅବସରରେ ରାଜନୈତିକ ଦଳ, ରାଜ୍ୟ ସରକାର, ବିଭିନ୍ନ ସାମାଜିକ ଅନୁଷ୍ଠାନ ନାନା ପ୍ରକାରେ ଏହି ଦିନକୁ ପାଳନ କରୁଛନ୍ତି। ଏହି…

ମୋଟା

ସାରା ବିଶ୍ୱରେ ଏବେ ପିଲା ଓ କିଶୋରମାନେ ମେଦବହୁଳତା ବା ପ୍ରୟୋଜନଠାରୁ ଅଧିକ ମୋଟା ହୋଇଯାଉଛନ୍ତି ବୋଲି ନିକଟରେ ୟୁନାଇଟେଡ୍‌ ନେଶନ୍ସ ଇଣ୍ଟରନ୍ୟାଶନାଲ ଚିଲ୍‌ଡ୍ରେନ୍ସ ଏମର୍ଜେନ୍ସି ଫଣ୍ଡ୍‌ (ୟୁନିସେଫ୍‌) ଦ୍ୱାରା ପ୍ରକାଶିତ ‘ଚାଇଲ୍ଡ ନ୍ୟୁଟ୍ରିଶନ ଗ୍ଲୋବାଲ ରିପୋର୍ଟ-୨୦୨୫’ରୁ ଜଣାପଡ଼ିଛି। ରିପୋର୍ଟରେ ଦର୍ଶାଯାଇଛି…

ଏମାନେ ବି ଥିଲେ ମେଧାବୀ

ଦେଶ ଶାସନରେ ଯେଉଁ ଦଳ ଥାଉ ନା କାହିଁକି ଦେଶ ଚଳାନ୍ତି ଅମଲାମାନେ। ଏମାନେ ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ କରନ୍ତି ଏବଂ ନିର୍ଦ୍ଧାରିତ ନୀତିକୁ କାର୍ଯ୍ୟକାରୀ କରନ୍ତି। ଏହି ନିର୍ଦ୍ଧାରିତ ନୀତି କାହିଁରେ କେତେ ସୋପାନ ଦେଇ ଉପରୁ ତଳଯାଏଁ…

ସେ ଯେଉଁ ସଙ୍ଗୀତ ସାନ୍ନିଧ୍ୟ

ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହୀ/ଦେହ ଧରି କିଏ ପାରିବ ରହି!“- ଖୁବ୍‌ ମର୍ମସ୍ପର୍ଶୀ ଏ କାବି୍ୟକ ଉଚ୍ଚାରଣ ଜୀବନ ଓ ବଞ୍ଚିବା ସମ୍ପର୍କରେ କେଡ଼େବଡ଼ ସତ୍ୟଟିଏ ଉପସ୍ଥାପନ ନ କରେ! ସୂର୍ଯ୍ୟ ନ ଥିବେ ଅଥଚ ସଂସାର ଥିବ ପୁଣି ବଞ୍ଚିବା…

ଅନ୍ୟାୟ ବଣ୍ଟାହେଉଛି

ସମାଧାନ ନ ହୋଇ ପଡ଼ିରହିଥିବା ଅନେକ କୋଟି ମାମଲା ଦ୍ୱାରା ଭାରତୀୟ ନ୍ୟାୟ ବ୍ୟବସ୍ଥା ଭାରାକ୍ରାନ୍ତ ହୋଇଗଲାଣି। ଏହି ବିଷୟରେ ଅନେକ ଲେଖା ଓ ଆଲୋଚନା ଏବଂ ସମ୍ମିଳନୀ କରାଯାଉଥିବା ପରିଲକ୍ଷିତ ହେଉଛି। ଅନେକ ସମ୍ମିଳନୀରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିମାନେ…

ଏଇ ଭାରତରେ

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଚାଳିତ ରୋବୋ ନିର୍ମାଣ କରିଛନ୍ତି ୨୨ ବର୍ଷୀୟ ରାହୁଲ ଆର୍‌ପାକା। ସେ ଏହାର ନାମ ରଖିଛନ୍ତି ରକ୍ଷକ। କାରଣ ଏହା ଫସଲକୁ ଘାସ ଦାଉରୁ ରକ୍ଷାକରିବ। ଫସଲକୁ ଘାସ କ୍ଷତି କରୁଥିବାରୁ ଏହାକୁ ବାଛିବାରେ କୃଷକମାନେ ଅଧିକ…

ମିଠା ସ୍ବର

ଆମମାନଙ୍କ ଭିତରେ ଅନେକଙ୍କ ଧାରଣା ଯେ ଅଭିନେତା ବା କଣ୍ଠଶିଳ୍ପୀମାନେ କେବଳ ନିଜର ସ୍ବର ଉପରେ ଧ୍ୟାନ ଦେବା ଦରକାର। ମାତ୍ର ସମସ୍ତଙ୍କ ପାଇଁ ସ୍ବରର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ନିକଟରେ ୟୁନିଭର୍ସିଟି ଅଫ୍‌ ମିଚିଗାନ ହେଲ୍‌ଥ ସିଷ୍ଟମ୍‌ର ଏକ ରିପୋର୍ଟର…

ନୂତନ ଆର୍ଥତ୍କ ମହାଶକ୍ତି

ବିଶ୍ୱରେ ଆଜି ପର୍ଯ୍ୟନ୍ତ ସୁପରପାଓ୍ବାର ବୋଲାଇ ଆସିଥିବା ଆମେରିକା ତା’ର ପ୍ରତିପତ୍ତି ଏବେ ହରାଇବାକୁ ଯାଉଛି। ‘ବିନାଶ କାଳେ ବିପରୀତ ବୁଦ୍ଧି’ ଗୋଟିଏ ପରେ ଗୋଟିଏ ଟ୍ରମ୍ପ୍‌ଙ୍କ ମୁଣ୍ଡକୁ ଜୁଟୁଛି। ଆଜି ପର୍ଯ୍ୟନ୍ତ ଆମେରିକାକୁ ଟକ୍କର ଦେବା ପାଇଁ କୌଣସି ରାଷ୍ଟ୍ର…

ବିକ୍ଷୋଭରୁ ପରିବର୍ତ୍ତନ

ବିଶ୍ୱବ୍ୟାପୀ ଜନବିକ୍ଷୋଭ ପୂର୍ଣ୍ଣିମାରେ ଜୁଆର ଭଳି ମାଡ଼ିଆସୁଛି। ସମ୍ପ୍ରତି ନେପାଳରେ ‘ଜେନ୍‌ ଜି’ ବର୍ଗ ଯେଉଁଭଳି ବିକ୍ଷୋଭ ପ୍ରଦର୍ଶନ କରି ସେଠାକାର ସରକାରକୁ ଗଡ଼ାଇଦେଲେ, ଯୁବବର୍ଗର ଶକ୍ତି କେତେ ତାହା ଜଣାପଡ଼ିଗଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନେପାଳରେ ‘ଜେନ୍‌ ଜି’ କୌତୂହଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri