ଗଣତନ୍ତ୍ରରେ ନୈତିକ ମୂଲ୍ୟବୋଧ

ଗଣତନ୍ତ୍ର ଗଣଙ୍କର ଶାସନ। ଗଣତନ୍ତ୍ରରେ ସତ୍ତାଧାରୀଙ୍କର କାର୍ଯ୍ୟାବଳୀର ମୂଲ୍ୟାୟନ ଜନତାଙ୍କ ମାଧ୍ୟମରେ ପ୍ରତି ପାଞ୍ଚବର୍ଷରେ ଥରେ ହୁଏ। ତେଣୁ ଚଷା ହୁଡ଼ିଲେ ବରଷେ ପରି ଭୋଟର ହୁଡ଼ିଲେ ପାଞ୍ଚ ବରଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ। ସତ୍ତା ଦେଶାନୁକୂଳ ଥିଲେ ଗଣ ସେହି ସତ୍ତାକୁ ପୁନର ସ୍ଥାପିତ କରିଥାଆନ୍ତି। ମାଧ୍ୟମ ଥାଏ ପ୍ରତ୍ୟେକ ଗଣଙ୍କର ମୁକ୍ତ, ନିର୍ଭୀକ, ନିରପେକ୍ଷ ଗୋଟିଏ ଗୋଟିଏ ସ୍ବାଧୀନଚେତା ଭୋଟ। କିନ୍ତୁ ଥରେ କ୍ଷମତା ଆସିଗଲେ ପାଞ୍ଚ ବର୍ଷ ଯାଏ ତାଙ୍କ ଶାସନ ଚାଲେ। ଯେ ହେତୁ ଭୋଟ ହିଁ ସତ୍ତା ଦେବାର ଏକମାତ୍ର ମାଧମ, ତେଣୁ ପ୍ରତ୍ୟେକ ଦଳ ଜନମତକୁ ଆକର୍ଷିତ କରିବାକୁ ବିଭିନ୍ନ ପନ୍ଥା ଆପଣେଇ ନିଅନ୍ତି। ସାମ, ଦାନ, ଦଣ୍ଡ, ଭେଦ ଯାହା ସ୍ଥାନ କାଳ ପାତ୍ର ନେଇ ଆବଶ୍ୟକ ପଡ଼େ ତାହାର ଉପଯୋଗ କରନ୍ତି। ସବୁଠୁଁ ବଡ଼ ଆକର୍ଷଣ ନିଆଯାଏ ସରକାରୀ ଦଳର ଶେଷ ସମୟର ଆକର୍ଷଣୀୟ ଅନୈତିକ ପଦକ୍ଷେପ। ଯାହା ସମୂହ ପାଇଁ ନ ହୋଇ ଉଦ୍ଦିଷ୍ଟ ଥାଏ ପ୍ରାୟତଃ ଗୋଟିଏ ବଡ଼ ଗୋଷ୍ଠୀ ପାଇଁ। ତାହା ପୁଣି ସରକାରୀ ତହବିଲରୁ ଏବଂ ସାମୟିକ। ଏହା ବସ୍ତୁତଃ କରିଥାଏ ସେହି ସରକାରୀ ଦଳ ଯିଏ ନିଜେ ଅନୁଭବ କରେ, ତା’ର ଶାସନ ସମୟରେ କରିଥିବା କାର୍ଯ୍ୟ ଲୋକଙ୍କୁ ଆକର୍ଷିତ କରିବାକୁ ଯଥେଷ୍ଟ ନୁହେଁ। ଅବହେଳିତ ଗୋଷ୍ଠୀଟି ତାଙ୍କ ପ୍ରତି କରାଯାଇଥିବା ସମସ୍ତ ଅବହେଳାକୁ ଭୁଲିଯାଇ ସାମ୍ପ୍ରତିକ ଅନୁଦାନ ଦ୍ୱାରା ପ୍ରଲୋଭିତ ହୋଇ ଅଧିକାଂଶ ଆକର୍ଷିତ ହୁଅନ୍ତି। ପକ୍ଷାନ୍ତରେ କିଣା ହୋଇ ଯାଆନ୍ତି କହିଲେ ଚଳେ। ଫଳରେ ସରକାରୀ ଦଳପ୍ରତି ଅହେତୁକ ଅନୁକମ୍ପା ଭୋଟ ମାଧ୍ୟମରେ ଅଜାଡି ଦିଅନ୍ତି। ଧରାଇ ଦିଅନ୍ତି ପୁନଶ୍ଚ ଶାସନ ଭାର।
ହଜିଯାଏ ନିଜର ବହୁଦିନରୁ ପ୍ରତୀକ୍ଷିତ ବିଚାରଧାରା। ସାମୟିକ ମନ ଭୁଲାଣିଆ ଅନୁଦାନ ଦ୍ୱାରା ପ୍ରଭାବିତ ହୁଏ। ଆଗରୁ ବିରୋଧ କରିବାର ନିଷ୍ପତ୍ତି ନେଇଥିବା ଲୋକଟି ସମର୍ଥନରେ ଭୋଟ ଦେବାକୁ ମନ ବଳାଏ। ଗଣତନ୍ତ୍ରର ପଦ୍ଧତି କ’ଣ ଏଇଆ! ଯେଉଁଥିରେ ସ୍ଥାୟୀ ଜନହିତକର ବ୍ୟବସ୍ଥା ନ କରି ସାମୟିକ ମନଭୁଲା ପଦକ୍ଷେପ ନେଇ ଭୋଟ ବଳରେ ସତ୍ତାକୁ ଆସିବା। କେରାଣ୍ଡି ଗୁନ୍ଥି ଶେଉଳ ଧରିବା ପରି ମନେହୁଏ ଯାହାକି ମାଛ ତେଲରେ ମାଛ ଭାଜିଲା ପରି। ଏଥିରେ ଦେଶ ପାଏ କ’ଣ! ନା ହୁଏ ପ୍ରଗତି ନା ଆସେ ଆର୍ଥିକ ସୁଧାର। ସରକାର ଯଦି ଦେଶବାସୀଙ୍କୁ ଅର୍ଥନୀତିରେ ସମୃଦ୍ଧ କରିପାରନ୍ତେ, ତେବେ କ’ଣ ସାମୟିକ ଆକର୍ଷଣ ପାଇଁ ଭୋଟ ପୂର୍ବରୁ କିଛି ପ୍ରୋତ୍ସାହନ ଦେବାକୁ ପଡ଼ନ୍ତା କି ? ସ୍ବାବଲମ୍ବୀ ହେଲେ ଲୋକେ ସ୍ବାଧୀନମତ ପ୍ରଦାନ କରି ଗଣତନ୍ତ୍ରର ପ୍ରକୃତ ଶାସକ ବାଛି ପାରନ୍ତେ। କାମ କରିଥିବା ସତ୍ତାପ୍ରତି ଜନତା ଆକର୍ଷିତ ହୁଅନ୍ତେ। ଭୋଟ ଆଗରୁ କିଛି ହାତଗୁଞ୍ଜା କଥା ଚିନ୍ତାକୁ ଆସନ୍ତାନି। ଦଳୀୟ ଭାବନା କେତେ ଅନୁକୂଳ ତା’ର ପ୍ରଭାବ ଭୋଟରୁ ହିଁ ଜଣାପଡ଼ନ୍ତା ! ବର୍ତ୍ତମାନର ଗରିବୀ ଚିନ୍ତାଧାରା ବଦଳରେ ସମସ୍ତଙ୍କ ପାଇଁ କଲ୍ୟାଣକର ଯୋଜନା ଆସନ୍ତା। ଦେଶ କଥାରେ ନୁହେଁ କାର୍ଯ୍ୟରେ ପ୍ରଗତିଶୀଳ ହୁଅନ୍ତା। କିନ୍ତୁ ତାହା ଆମ ଦେଶରେ ଏ ପର୍ଯ୍ୟନ୍ତ ପରିକଳ୍ପନାରେ ସୀମିତ। ଭୋଟ ବେଳେ ବାଣ୍ଟିବା ଆଉ ଭୋଟ ପରେ ଅମଳ କରିବାର ଲକ୍ଷ୍ୟ ଏବର ଦଳୀୟ ଭାବନା।
ବାଣ୍ଟିକରି ଭୋଟପାଇବା ସହଜ ଏବଂ ସମ୍ଭବ ଯେ ପର୍ଯ୍ୟନ୍ତ ଲୋକମାନେ ବଣ୍ଟା ଧନ ପାଇବାକୁ ଚାତକ ପରି ଚାହିଁଥିବେ, ସେ ସରକାରୀ ସ୍ତରରୁ ହେଉ ବା ବେସରକାରୀ ଦଳରୁ। ବାଣ୍ଟିବା, ନେବେ କିଏ? ଯାହାର ଢୋକେପିଇ ଦଣ୍ଡେଜିଇ ଯିବାର ମନୋଭାବ ଥିବ। ଏହା କେବଳ ଦେଶରେ ଶିକ୍ଷାର ପ୍ରସାର ନ ହେବା କିମ୍ବା ଆର୍ଥିକ ଦୁଃସ୍ଥତା ଲାଗିରହିବା ଫଳରେ ଦେଖାଯାଏ। ଯେତେ ଗରିବ ରହିବେ, ସେତେ ଭୋଟବେଳେ ପାଇବାକୁ ଅପେକ୍ଷା କରିବେ, ଆଉ କିଛି ଫୋପାଡ଼ି ଦେଇ ତାଙ୍କୁ ଅଳ୍ପକେ ସନ୍ତୁଷ୍ଟ କରି ଭୋଟ ହାତେଇ ହେବ। ଏଇ ତ ଆମ ଦେଶର ଗଣତନ୍ତ୍ର। ଏ ପ୍ରକାର ଅନ୍ତର୍ଦୃଷ୍ଟିରେ ଦେଶ ଆଗେଇବ କିପରି ? ଦିନୁ ଦିନ ଏପରି ଅବସ୍ଥା ହେଲାଣି ଯେ, ପ୍ରାୟ ପ୍ରତ୍ୟେକ ଦଳ ମତ ନିର୍ବିଶେଷରେ ନିଜର ସ୍ଥିତିପାଇଁ ବାଣ୍ଟିବାକୁ ବାଧ୍ୟ ହେଉଛନ୍ତି। ଏହା ପରୋକ୍ଷରେ ଭୋଟ କିଣା ନୁହେଁ ତ ଆଉ କ’ଣ ବୋଲି କୁହାଯାଇ ପାରେ। ଏଥିରୁ ସ୍ପଷ୍ଟ ଯେ ସରକାର ସବୁବେଳେ ଚାହିଁବେ, ଭୋଟରମାନେ ରୋଜଗାରକ୍ଷମ ନ ହୁଅନ୍ତୁ। ଅଭାବ ନ ଘୁଞ୍ଚୁ। ଗରିବୀ ଥାଉ ତା’ ପୁଣି ଯେତେ ଅଧିକ ସେତେ ଭଲ। କାରଣ ସେତେ ଅଧିକଙ୍କୁ ଆପଣେଇ ହେବ। ଆଜିକାଲି ଗଣମାଧ୍ୟମ ଯେତେ ପ୍ରେରଣାଦାୟୀ ହେଲେ ମଧ୍ୟ ତାହା ସେ ପର୍ଯ୍ୟନ୍ତ ଭଲ ଯଦି କେହି କିଣିବାର ପ୍ରୟାସ ନ କରନ୍ତି। ନିରପେକ୍ଷ ନିର୍ଭୟ ଭୋଟ ଧାରା ଆପେ ଆପେ ପ୍ରତିଫଳିତ ହୁଅନ୍ତା। ବର୍ତ୍ତମାନ ଜିତିବାକୁ ଅଧିକ ଦାମ୍‌ରେ ଭୋଟ କିଣା ଯାଉଛି ବୋଲି ଅନୁଭବରେ ଆସୁଛି।
ସବୁଠୁ ବିଚିତ୍ର କଥା ହେଲା ଆମଦେଶରେ ଗାଁ ସାହି ମୁଖିଆଙ୍କ ପ୍ରଭାବ ବି କିଛି କମ୍‌ ନୁହେଁ। ଯେହେତୁ ସେମାନେ ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ଥାନ୍ତି, ତାଙ୍କ ପ୍ରଭାବ ବହୁତ କିଛି ବଦଳାଇଦିଏ। ଯଦି କେହି ସାହସ ବାନ୍ଧନ୍ତି ନିଜ ମନ କହୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ, ବେଳେବେଳେ ସିଏ ଡରିଯାଏ। ସମୂହ କଥାରୁ ବାହାରିଗଲେ ସମାଜରେ ତା’ ପାଇଁ ଚଳିବା ବହୁ କଷ୍ଟକର ହୋଇଥାଏ। ନିଜ ଇଚ୍ଛାକୁ ମାରି ଗୋଷ୍ଠୀଭାବନାରେ ହାତମିଳାଏ।
ନୀତିବାନ୍‌ର ନୀତି ହଜିଯାଏ। ଆଖି ବି ଦେଖିଛି, ଲୋକ ଅପେକ୍ଷାରେ ଥା’ନ୍ତି କିପରି କେଉଁ ଦଳ ଆସିଲେ କେତେ କଞ୍ଚା ପଇସା ଦେବ। ଯଦି କିଛି ପଇସା ମିଳନ୍ତା ମୁଁ ଭୋଟଖଣ୍ଡିକ ସେଠି ଦେଇ ଆସନ୍ତି। ”ବୁଭୁକ୍ଷିତ କିଂ ନ କରୋତି ପାପଂ“ର ଅବସ୍ଥା ଆସିଯାଏ। ଏଇତ ଆମଦେଶର ଭୋଟ ବ୍ୟବସ୍ଥା। ଧନ୍ୟ ଆମର ନୈତିକ ମୂଲ୍ୟବୋଧ। ଧନ୍ୟ ଆମର ଗଣତାନ୍ତ୍ରିକ ପ୍ରକ୍ରିୟା। ଏଥିରେ ଦେଶର ପ୍ରଗତି ଆଶା ରଖିବା କେତେଦୂର ଯଥାର୍ଥ ତାହା ପାଠକଙ୍କ ବିଚାର୍ଯ୍ୟ।

ଭଗବାନ ଦାଶ
ଗୁଣ୍ଡିଚାବିହାର, ପୁରୀ
ମୋ: ୮୨୪୯୦୮୨୪୦୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଦିଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳେ

ଓସିରିସ୍‌ ଏଗ୍ରିଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧୀନ ‘ଓଡ଼ିଶା କଫି’ର ପ୍ରତିଷ୍ଠାତା ହେଉଛନ୍ତି ପ୍ରୀତି ପଲ୍ଲବୀ ପଟ୍ଟନାୟକ। କୋରାପୁଟ କଫିର ପ୍ରଚାରପ୍ରସାର କ୍ଷେତ୍ରରେ ‘ଓଡ଼ିଶା କଫି’ର ଯଥେଷ୍ଟ ଅବଦାନ…

‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

ଭୁବନେଶ୍ୱର,୧୯ା୪ (ଅନୁରାଧା ମହାରଣା): ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ର ୬୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି…

ଚଢ଼ାଉ ବେଳେ ଟ୍ରାକ୍ଟର ଚଢ଼ାଇ ଦେଲେ: ତହସିଲଦାର ଗୁରୁତର

ଯାଜପୁର/ବ୍ୟାସନଗର (ହର୍ଷବର୍ଦ୍ଧନ ବେହେରା/ ପବିତ୍ର ରଞ୍ଜନ ମହାନ୍ତି), ୧୯ା୪ : ମାଟି ଚୋରାଚାଲାଣ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଯାଜପୁର ଜିଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ…

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri