ଆଜିର ଯୁବସମାଜ

କିଛି ଦିନ ପୂର୍ବେ ଜଣେ ଛାତ୍ରଙ୍କୁ କହିଲି ଆସନ୍ତା ରବିବାର କିଛି ସାମାଜିକ ସେବା କରିବା। କଥା ଶୁଣି ଯୁବ ଛାତ୍ର ଜଣକ ଉତ୍ତର ଦେଲା- ସରି ସାର୍‌, ଆଇ ଓ୍ବିଲ କମ୍ପଲିଟ୍‌ ମାଇଁ ସ୍ଲିପ ସାଇକେଲ। ମାନେ ସାର୍‌ ରବିବାର ଦିନ ମୁଁ ମୋର ନିଦ ପୂରା କରିବି। ମୁଁ ପଚାରିଲି ଅନ୍ୟ ଦିନ ଶୋଉ ନାହଁ କି? ସେ କହିଲେ ରାତି ବାରରୁ ସକାଳ ସାଢ଼େ ଆଠ ଯାଏ ଶୋଉଛି କିନ୍ତୁ ରବିବାର ଭଳି ଛୁଟି ଦିନଗୁଡ଼ିକରେ ଅନ୍ତତଃ ବାର ଚଉଦ ଘଣ୍ଟା ଶୋଇଥାଏ। ଏହା ହେଉଛି ଆଜିକାଲିର ଯୁବପିଢ଼ିଙ୍କ ମାନସିକତା। ସେହିପରି ଯେତେବେଳେ ଛାତ୍ରୀଛାତ୍ରଙ୍କୁ ପଚାରେ ଆଜି କ’ଣ ଖାଇଛ? ପ୍ରାୟତଃ ଉତ୍ତର ଆସେ ଫାଷ୍ଟ ଫୁଡ୍‌ ଖାଇ ଦେଇଛି। ସେହିପରି ଘଣ୍ଟା ଘଣ୍ଟା ଧରି ମୋବାଇଲ ଫୋନ ବ୍ୟବହାର କରିବା ଏମାନଙ୍କ ଏକ ସଉକ। ଅପରପକ୍ଷରେ, ଆଜିର ଯୁବସମାଜ କୌଣସି କାରଣବଶତଃ ନିଶା ପାନ ଭଳି କୁଅଭ୍ୟାସର ବଶବର୍ତ୍ତୀ। ମଦଦୋକାନ ପାଖରେ କିଶୋରମାନଙ୍କୁ ଦେଖିଲେ ମନରେ ଆଘାତ ସୃଷ୍ଟି ହୁଏ। ଗୁଟ୍‌ଖାର ବେପରୁଆ ବ୍ୟବହାର ଯୁବବର୍ଗଙ୍କ ଏକ କୁଅଭ୍ୟାସ ଯାହାର କୁପରିଣତି ନିଜେ, ପରିବାର ଓ ସମଗ୍ର ସମାଜକୁ ଭୋଗିବାକୁ ପଡୁଛି। କିନ୍ତୁ ତାଙ୍କୁ କହିବ କିଏ! ମାନେ ଆଜିକାଲି ଯୁବଗୋଷ୍ଠୀଙ୍କ ଜୀବନଚର୍ଯ୍ୟା ସମ୍ପୂର୍ଣ୍ଣ ବିଶୃଙ୍ଖଳିତ, ଅସନ୍ତୁଳିତ ଏବଂ ସେମାନଙ୍କ ଆଚରଣ ମଧ୍ୟ ସମାଜ ଉପଯୋଗୀ ନୁହେଁ। ଶୋଇବା, ଉଠିବା, ଖାଇବା ଇତ୍ୟାଦିରେ କୌଣସି ସମୟ ସାରଣୀ ନାହିଁ। ପାଟିଟା ସ୍ବାଦଚଖା ଯନ୍ତ୍ର। ମୋବାଇଲ ପାଇଁ ଏମାନେ ରାତିଚର। ନିଶାଦ୍ରବ୍ୟଲାଗି ଏମାନେ ଏକ ପ୍ରକାର ପାଗଳ। ଏଭଳି ପରିସ୍ଥିତିରେ ଏମାନଙ୍କଠୁ ପିତାମାତା ଓ ଦେଶବାସୀ କ’ଣ ଆଶାକରିବେ।
ଆଜିକାଲିର ଯୁବଗୋଷ୍ଠୀ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ। କିନ୍ତୁ ସାମାଜିକ ଜୀବନ ଧାରଣର ମୌଳିକ ଗୁଣାବଳୀ ଆଦି ତୁଳନାତ୍ମକ ଭାବରେ ନଗଣ୍ୟ। ଏମାନେ ପରୀକ୍ଷାରେ ସଫଳ କିନ୍ତୁ ଜୀବନରେ ବିଫଳ। ଜୀବିକା କଳା କୌଶଳରେ ପ୍ରବୀଣ କିନ୍ତୁ ଜୀବନ କଳା କୌଶଳ ବିକାଶ କ୍ଷେତ୍ରରେ ପଛୁଆ। ଜ୍ଞାନ, ଦକ୍ଷତା ଓ କୌଶଳ ବିଦ୍ୟାରେ ପାରଙ୍ଗମ, ହେଲେ ନୈତିକତା, ମୂଲ୍ୟବୋଧ, ଅନୁଶାସନ ଆଦିରେ ପଛରେ। ବିଚାର ବିଭ୍ରାଟ ଓ ବିପର୍ଯ୍ୟସ୍ତ ଦିନଚର୍ଯ୍ୟା ଏମାନଙ୍କ ପାଇଁ ବଡ଼ ସଙ୍କଟ।
ଆମ ସାମାଜିକ ବ୍ୟବସ୍ଥାରେ ବ୍ରହ୍ମ ସ୍ନାନ, ଋ଼ଷି ସ୍ନାନ, ଦେବ ସ୍ନାନ, ମାନବ ଓ ଦାନବ ସ୍ନାନ ଆଦି ଅନେକ ପ୍ରକାର ସ୍ନାନ ବ୍ୟବସ୍ଥାର ସଂରଚନା ଅଛି। କିନ୍ତୁ ଯୁବଗୋଷ୍ଠୀ ପାଇଁ ଦାନବ ବା ରକ୍ତ ସ୍ନାନ ହିଁ ଏକମାତ୍ର ବିକଳ୍ପ। କାରଣ ଏମାନଙ୍କ ଉଠିବା ସମୟ ଦିନ ୯ ପରେ। ଖାଇବା ପିଇବାରେ କୌଣସି ଶୃଙ୍ଖଳା ନାହିଁ କହିଲେ ଚଳେ। ଯେତେବେଳେ ଯାହା ମିଳିଲା ଖାଇ ଚାଲିଲେ। ପୋଷଣ ଯୁକ୍ତ ସ୍ବଦେଶୀ ଖାଦ୍ୟ ଏମାନଙ୍କୁ ରୁଚିକର ନୁହେଁ। ସେଥିପାଇଁ ଖାଦ୍ୟଜନିତ ରୋଗରେ ପୀଡ଼ିତ ହେବା ଏକ ସାଧାରଣ ଘଟଣା। ହଜମଜନିତ, ଅମ୍ଳ ଦୋଷ ଜନିତ, ମଧୁମେହ, ମେଦବହୁଳ, ରକ୍ତଚାପ ଆଦି ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ଆଜିର ଯୁବପିଢ଼ି। ହୃଦ୍‌ଘାତଜନିତ ଅକାଳ ମୃତ୍ୟୁବରଣ ସଂଖ୍ୟା ବହୁଗୁଣିତ ହୋଇଛି। ଯଦିଓ ଏହାର ବାସ୍ତବ କାରଣ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଠିକ୍‌ କହିପାରିବେ। କିନ୍ତୁ ସାଧାରଣ ଭାବରେ କହିଲେ ଅସନ୍ତୁଳିତ ଦିନଚର୍ଯ୍ୟା ଓ ଅଶୃଙ୍ଖଳିତ ଖାଦ୍ୟାଭ୍ୟାସ ଏଭଳି ସଙ୍କଟର କାରଣ ହୋଇପାରେ।
ନିଜକୁ ନିଜେ ନ୍ୟାୟ ପ୍ରଦାନ କରିବାରେ ଅସମର୍ଥ ଆଜିର ଯୁବବର୍ଗଙ୍କ ସମାଜ ଓ ପରିବେଶ ପ୍ରତି ମଧ୍ୟ ସେମାନଙ୍କ ଉତ୍ତରଦାୟିତ୍ୱ ଥିବା ଭଳି ପରିଲକ୍ଷିତ ହେଉନାହିଁ। ବେଧଡ଼କ ପଲିଥିନ ଓ ପ୍ଲାଷ୍ଟିକର ଅପର୍ଯ୍ୟାପ୍ତ ବ୍ୟବହାର ଏହାର ଏକ ଜ୍ୱଳନ୍ତ ନମୁନା। ଜଳଖିଆ ପାର୍ସଲଠାରୁ ପନିପରିବା ନେବା ଯାଏ ସବୁଠି ପଲିଥିନର ଉପଯୋଗ ପରିବେଶ ପ୍ରତି ଏକ ଆହ୍ବାନ ସୃଷ୍ଟି କରିଛି। କେବଳ ସେତିକି ନୁହେଁ ବୃତ୍ତିଗତ ମୂଲ୍ୟବୋଧର ଅଭାବ ମଧ୍ୟ ସ୍ପଷ୍ଟ। ଏମାନେ ସମସ୍ତେ ସହରରେ କାମ କରିବାକୁ ପ୍ରସ୍ତୁତ କିନ୍ତୁ ଗାଁ କଥା କହିଲେ ପଳାୟନପନ୍ଥୀ। କାମ କରିବାର ମାନସିକତା ମଧ୍ୟ ବହୁତ ନକାରାତ୍ମକ। ଲାଭାର୍ଥୀମାନଙ୍କୁ ଉପଯୁକ୍ତ ସେବା ଦେବାରେ କୁଣ୍ଠିତ। ସଂକ୍ଷେପରେ କହିଲେ ଆଜିର ଯୁବ ସମାଜ ମୁଖ୍ୟତଃ ଆତ୍ମକୈନ୍ଦ୍ରିକ। ଆପଣା ସୁଖ ସେମାନଙ୍କ ଜୀବନର ଲକ୍ଷ୍ୟ।
ଅମନଯୋଗୀ, ବୃତ୍ତିଗତ ମୂଲ୍ୟବୋଧର ଅଭାବ, ଅସହନଶୀଳତା, ଅଳସୁଆ ମନୋଭାବ, ଅଧିକ ସ୍ବାର୍ଥୀ, ସମାଜ ଓ ରାଷ୍ଟ୍ର ମନସ୍କ କମ, ମାତାପିତା ତଥା ଗୁରୁଜନଙ୍କ ପ୍ରତି ସମ୍ମାନ ବୋଧର ଘୋର ଅଭାବ, ବିଶୃଙ୍ଖଳିତ ଆଚରଣ ଇତ୍ୟାଦି ଯୁବପିଢ଼ିକୁ ବିପଥଗାମୀ କରୁଛି।
ପ୍ରକୃତରେ ଯୁବାବସ୍ଥା ହେଉଛି ଜୀବନର ପ୍ରକୃଷ୍ଟ ସମୟ। ଏହି ସମୟରେ ସବୁ ଅସମ୍ଭବକୁ ସମ୍ଭବ କରାଯାଇପାରେ। ଏ ସମୟରେ ଯୁବତୀଯୁବକଙ୍କ ପାଖରେ ଥାଏ ଦୃଢ଼ ମନୋବଳ, ଅବିଶ୍ବାସ୍ୟ ଇଚ୍ଛାଶକ୍ତି, ଆତ୍ମବିଶ୍ବାସ, ଅଦମ୍ୟ ସାହସ, ଶୌର୍ଯ୍ୟ, କିଛିକରି ଦେଖେଇବାର ମାନସିକତା ଓ ସଙ୍କଳ୍ପ, ଅସୀମ ସମ୍ଭାବନା ଓ ଯେକୌଣସି କାର୍ଯ୍ୟ ସମ୍ପାଦନର ଅସୀମ ଧୈର୍ଯ୍ୟ ଓ ଶକ୍ତି। କିନ୍ତୁ ମୂଲ୍ୟବୋଧର ଅଭାବ କାରଣରୁ ଯୁବପିଢ଼ି ବିପଥଗାମୀ। ଇତିହାସ ପୃଷ୍ଠାକୁ ଓଲଟାଇଲେ ଜଣାଯାଏ କି ଆଜି ବିଶ୍ବ ପ୍ରସିଦ୍ଧ ମହାପୁରୁଷମାନେ ନିଜର ଯୁବାବସ୍ଥାରେ ଯାହା କରିଛନ୍ତି, ସେଥିପାଇଁ ସେମାନେ ଅମର ହୋଇରହିଛନ୍ତି। ଯଦି ଯୁବାବସ୍ଥାରେ ଶୋଇ ରହିବା, ଅମନଯୋଗୀ ହେବା, ସମୟର ଅପଚୟ କରିବା, ନିଜ କାମ ଠିକ୍‌ ଭାବେ କରିବା ନାହିଁ, ଠିକ୍‌ ଜ୍ଞାନ ଓ କୌଶଳ ଶିଖିବା ନାହିଁ, ମାନବୀୟ ମୂଲ୍ୟବୋଧ ଆହରଣ କରିବା ନାହିଁ ଏବଂ ସମାଜ, ରାଷ୍ଟ୍ର ତଥା ବିଶ୍ବ ପାଇଁ କିଛି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ନାହିଁ, ତା’ହେଲେ ଯୁବପିଢ଼ି ସମାଜର ଆଶୀର୍ବାଦ ପରିବର୍ତ୍ତେ ଅଭିଶାପ ବା ବୋଝ ହୋଇ ନିଜର ଓ ସମାଜର ଅସୀମ କ୍ଷତି କରିବେ। ତେଣୁ ଯୁବ ସମାଜ ନିଜର ସାମର୍ଥ୍ୟ ଜାଣି ଓ ବୁଝି, ନିଜ ପାଇଁ, ପରିବାର ପାଇଁ, ରାଷ୍ଟ୍ର ଓ ସମାଜ ପାଇଁ କିଛି କରି ଜୀବନର ସାର୍ଥକତା ହାସଲ କରିବା ଉଚିତ। ହଁ ମନେରଖିବା ଉଚିତ୍‌ କି ମାନବିକତା, ମୂଲ୍ୟବୋଧ ଓ ନୈତିକତା ବିନା ଆମର ସମସ୍ତ କୃତି ଓ କୀର୍ତ୍ତି ନିଷ୍ଫଳ ଏବଂ ଅର୍ଥହୀନ। ଏ କଥା ମଧ୍ୟ ମନେରଖିବା ଉଚିତ୍‌ କି ଯୁବଶକ୍ତି ହିଁ ରାଷ୍ଟ୍ର ଶକ୍ତି। ସେମାନଙ୍କ ଶକ୍ତି, ସାମର୍ଥ୍ୟ ଓ ସମର୍ପଣ ହିଁ ଗୋଟିଏ ରାଷ୍ଟ୍ରକୁ ସ୍ବାବଲମ୍ବୀ, ସ୍ବାଭିମାନୀ ଓ ସମୃଦ୍ଧିର ଶୀର୍ଷରେ ପହଞ୍ଚତ୍ବା ପାଇଁ ମାର୍ଗ ପ୍ରଶସ୍ତ କରିବ।
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ:୭୦୦୮୨୮୩୦୫୫

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri