ଆମେରିକାର ସାମ୍ରାଜ୍ୟବାଦ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରେ ଏବେ ବ୍ୟବସାୟିକ, ଭୂରାଜନୈତିକ ତଥା ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ପ୍ରଭୁତ୍ୱ ବିସ୍ତାର କରିବାର ପାଗଳାମି ପ୍ରକାଶ ପାଇଛି ଏବଂ ଏହା ପଛରେ ଏକ ରଣନୀତି ରହିଛି। ତାଙ୍କ ପ୍ରଶାସନ ଭେନେଜୁଆଲା ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋଙ୍କୁ ଅପହରଣ କରିବା ଏବଂ ସେହି ଦେଶରେ ବୋଲକରା ଶାସନ ପ୍ରତିଷ୍ଠା କରି ସେଠାକାର ଗଚ୍ଛିତ ତେଲକୁ ନିୟନ୍ତ୍ରଣକୁ ନେବା ପାଇଁ ଜାରି ରଖିଥିବା ପଦକ୍ଷେପରୁ ଏହି ପାଗଳାମି ଅଧିକ ସ୍ପଷ୍ଟ ହୋଇଛି। କହିବାକୁ ଗଲେ ଟ୍ରମ୍ପ୍‌ ପୂର୍ବତନ ରାଷ୍ଟ୍ରପତି ଜେମ୍ସ ମୋନରଏଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ‘ମୋନରୋଏ ଡକ୍‌ଟ୍ରିନ୍‌’ ବା ସିଦ୍ଧାନ୍ତର ନାଁ ବଦଳାଇ ଏବେ ‘ଡୋନ୍‌ରଏ ଡକ୍‌ଟ୍ରିନ୍‌’ ଦେଇଛନ୍ତି। ଅତୀତର ସିଦ୍ଧାନ୍ତକୁ ପୁନଃ ପ୍ରବର୍ତ୍ତନ କରିବା ମୂଳରେ ତାଙ୍କ ବିଶ୍ୱାସ ରହିଛି ଯେ, ଆମେରିକାର ପ୍ରଭାବ ପରିସରଭୁକ୍ତ ଅଞ୍ଚଳରେ ପଦକ୍ଷେପ ନେଇପାରିବ। ଏହି ସମୟରେ ଗ୍ରୀନ୍‌ଲାଣ୍ଡ ସମେତ ଯେଉଁଠି ଉପଯୁକ୍ତ ମନେକରୁଛି, ଆମେରିକା ସେଠାରେ ତାହାର ରଣନୀତିକ ସ୍ବାର୍ଥକୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି। ଏଭଳି ଦୃଷ୍ଟିକୋଣକୁ ଭାରତୀୟ ଅର୍ଥନୀତିଜ୍ଞ ପ୍ରଭାତ ପଟ୍ଟନାୟକ ‘ଗ୍ୟାଙ୍ଗଷ୍ଟର ସାମ୍ରାଜ୍ୟବାଦ’ ଭାବେ ବର୍ଣ୍ଣନା କରିଥିଲେ, ଯାହା ପୁଞ୍ଜିବାଦର ଉପନିବେଶୀୟ ଆଧାର ସହ ସମାନ। ଯେତେବେଳେ ଲୋକ ଓ ରାଜନୈତିକ ସଂସ୍ଥାଗୁଡ଼ିକ ମଧ୍ୟରେ ପଦାନୁକ୍ରମ କ୍ଷମତା ଥିଲା, ସେତେବେଳେ ଏଭଳି ଦୃଷ୍ଟିକୋଣ ପ୍ରକାଶ ପାଇଥିଲା।
ଯେତେବେଳେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଅଧିକ ଅସ୍ଥିର ଓ ଲକ୍ଷ୍ୟହୀନ ହେବା ଦେଖାଯାଇଛି, ସେତେବେଳେ ବିଶ୍ୱରେ ନିଜର ଲାଭ ପାଇଁ ପ୍ରମୁଖ ଶକ୍ତିଗୁଡ଼ିକ ଭାଗ ହୋଇ ଏକ ଅଧିକ ସ୍ଥାୟୀ ଓ ଗତିଶୀଳ ପୁଞ୍ଜିବାଦ ସୃଷ୍ଟି କରିପାରିବେ କି? ଯଦି ଇତିହାସକୁ ଦେଖାଯାଏ, ତେବେ ଏହାର ଉତ୍ତର ହେବ ନା। ବିଗତ ଦୁଇ ଶତାବ୍ଦୀରେ, ପ୍ରତିଯୋଗୀ ଦେଶଗୁଡ଼ିକ ମଧ୍ୟରେ ତୀବ୍ର ସଂଘର୍ଷର ସମୟ ଏବଂ ଗୋଟିଏ ପ୍ରଭାବଶାଳୀ ସୁପରପାଓ୍ବାରର ଏକଚ୍ଛତ୍ରବାଦ ଭିତରେ ପୁଞ୍ଜିବାଦ ଦୋଦୁଲ୍ୟମାନ ସ୍ଥିତିରେ ରହିଛି। ଊନବିଂଶ ଶତାବ୍ଦୀରେ ବ୍ରିଟେନ ଏହି ଭୂମିକା ନିଭାଇଥିଲା, ଯାହା ତାହାର ୟୁରୋପୀୟ ପ୍ରତିପକ୍ଷଙ୍କ ତୁଳନାରେ ଏକ ବୃହତ୍‌ ଉପନିବେଶୀୟ ସାମ୍ରାଜ୍ୟ ଗଢ଼ିଥିଲା। ତେବେ ବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆମେରିକା ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଛି।
ଆଧିପତ୍ୟ ବିସ୍ତାର ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ବୃହତ୍‌ ଆନ୍ତଃ ସାମ୍ରାଜ୍ୟବାଦୀ ସଂଘର୍ଷକୁ ସୀମିତ କରିଥିଲା। ଦେଶର ସମର୍ଥନରେ ଘରୋଇ ପୁଞ୍ଜି ଆର୍ଥିକ କ୍ଷେତ୍ରକୁ ନିୟନ୍ତ୍ରଣକୁ ନେବା ପାଇଁ ଏଭଳି ସଂଘର୍ଷ ଉଦ୍ଦିଷ୍ଟ ଥିଲା ବୋଲି ଭ୍ଲାଡିମିର ଲେଲିନ୍‌ ବର୍ଣ୍ଣନା କରିଥିଲେ। ବିଶେଷକରି ସ୍ଥିରତା ଅତ୍ୟଧିକ ସାମରିକ ଶକ୍ତି ଏବଂ ଭୂରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଗଢ଼ାଯାଇଥିବା ନିୟମ ଓ ବ୍ୟବସ୍ଥାର ଏକ ଢାଞ୍ଚା ଉପରେ ନିର୍ଭର କରୁଥିଲା। ଏବେ ପ୍ରକାଶ ପାଇଥିବା ଆମେରିକାର ସାମ୍ରାଜ୍ୟବାଦ ପ୍ରବୃତ୍ତି ଅତି ବିସ୍ତାରବାଦୀ ଏବଂ କ୍ଷୟଶୀଳ। ଟ୍ରମ୍ପ୍‌ଙ୍କ ବୈଦେଶିକ ନୀତି ଯେଉଁ ଦୃଷ୍ଟିକୋଣ ଉପରେ ଆଧାରିତ ତାହା ହେଉଛି, ଏକଦା ଆମେରିକା ନେତୃତ୍ୱାଧୀନ ଜଗତୀକରଣ ଆମେରିକୀୟ ପୁଞ୍ଜି ବିଶେଷକରି ବିତ୍ତୀୟ ସ୍ବାର୍ଥରେ କାମ କରୁଥିଲା। ହେଲେ ଚାଇନା ଭଳି ବିକାଶଶୀଳ ଦେଶର ଉତ୍‌ଥାନ ଯୋଗୁ ଏହାର ଲାଭ କମିଯାଇଛି। ଏହାର ସମାଧାନ ପାଇଁ ଟ୍ରମ୍ପ୍‌ଙ୍କୁ ଏବେ ସେନା ଏବଂ ବିତ୍ତୀୟ ଶକ୍ତି ଉପରେ ନିର୍ଭର କରିବାକୁ ପଡ଼ିଛି। ଏହା ମାଧ୍ୟମରେ ଆମେରିକାର ସମ୍ପୂର୍ଣ୍ଣ ପ୍ରଭୁତ୍ୱ ବଳୟରେ ଥିବା ଅଞ୍ଚଳଗୁଡ଼ିକର ବଜାର ଓ ସମ୍ବଳ ଉପରେ ସିଧାସଳଖ ନିୟନ୍ତ୍ରଣ ହାସଲ କରିବାକୁ ଆଗକୁ ଆସିଛନ୍ତି। ଏପରକି ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଅଣଦେଖା କରୁଛନ୍ତି। ଏପରିକି ଗଣତନ୍ତ୍ର ଓ ମାନବ ଅଧିକାରକୁ ପ୍ରୋତ୍ସାହିତ କରୁଥିବା ବିଷୟରୁ ଦୂରେଇଯିବା; ସମ୍ବଳକୁ ଆୟତ୍ତ କରିବା ସକାଶେ ଶକ୍ତିର ଏକ ମଧ୍ୟଯୁଗୀୟ ସିଦ୍ଧାନ୍ତକୁ ଲଜ୍ଜାଜନକ ଭାବେ ପ୍ରଦର୍ଶନ କରାଯାଉଥିବା ଦେଖାଯାଉଛି। ଏପରିକି ଟ୍ରମ୍ପ୍‌ କହନ୍ତି, ଏହି ରଣନୀତି ସଫଳ ହେବା ସମ୍ଭାବନା କମ୍‌। ଏହା ସ୍ପଷ୍ଟ ଭାବେ ଏବେ ଆମେରିକାର ଶ୍ରମିକ ଓ କ୍ଷୁଦ୍ର କମ୍ପାନୀଗୁଡ଼ିକ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ଅସ୍ଥିରତା ବଢ଼ାଇଛି। ଆମେରିକାର ବୃହତ୍‌ କର୍ପୋରେଶନଗୁଡ଼ିକର ଦୀର୍ଘମିଆଦୀ ଲାଭ ହ୍ରାସ ହେଉଛି। ଭିନ୍ନ ଭିନ୍ନ କ୍ଷେତ୍ରରେ ଆର୍ଥିକ ସମ୍ବଳ ନିୟନ୍ତ୍ରଣରେ ନାହିଁ। ସୀମାକୁ ନେଇ ବିବାଦ ଲାଗିରହିଛି ଏବଂ ତାହାକୁ ନିୟନ୍ତ୍ରଣ କରିବା ଅପରିହାର୍ଯ୍ୟ ହୋଇଯାଇଛି। ଯେତେବେଳେ ଗୋଟିଏ ଦେଶ ପ୍ରତ୍ୟେକ କ୍ଷେତ୍ରରେ ତାହାର ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛି, ସେତେବେଳେ ଯୁଦ୍ଧ ହେବାର ସମ୍ଭାବନା ଅଧିକ ଉପୁଜୁଛି।
ଏହା ନିଶ୍ଚିତ ଯେ, କର୍ପୋରେଟ୍‌ ଆମେରିକାର କେତେକ କ୍ଷେତ୍ର ଲାଭ ନେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଉଦାହରଣ ସ୍ବରୂପ, ସେନା ସହ ଜଡ଼ିତଥିବା ଶିଳ୍ପକ୍ଷେତ୍ର ୟୁକ୍ରେନ୍‌ ଓ ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ପ୍ରଚୁର ଲାଭ ପାଇଛି। ହେଲେ ଅନ୍ୟସବୁ ଲାଭ ଚାଲିଯିବ। ଆନ୍ତଃରାଷ୍ଟ୍ରୀୟ କର୍ପୋରେଶନଗୁଡ଼ିକ ନିର୍ଭର କରୁଥିବା ଯୋଗାଣ ଶୃଙ୍ଖଳଗୁଡ଼ିକ ବାଧାପ୍ରାପ୍ତ ହେବ। ଏହା ସହ ବୈଦେଶିକ ପୁଞ୍ଜି ପ୍ରବାହରେ ହ୍ରାସ ଘଟିବ। ସାରା ବିଶ୍ୱର ତଥ୍ୟ ଉପଲବ୍ଧତା ଉପରେ ବିଶ୍ୱାସ କରୁଥିବା ବୃହତ୍‌ ଟେକ୍‌ କମ୍ପାନୀଗୁଡ଼ିକ ସେମାନଙ୍କ ମୁଖ୍ୟ ବୈଦେଶିକ ମାର୍କେଟରୁ ବାହାରିଯିବେ। ଟ୍ରମ୍ପ୍‌ ପ୍ରଶାସନ ଏହିସବୁ ବିପରୀତ ସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ବିଭିନ୍ନ ବ୍ୟବସାୟିକ ଅଂଶୀଦାରଙ୍କ ଉପରେ ପ୍ରାଧାନ୍ୟ ବଢ଼ାଇବା ପାଇଁ ନକାରାତ୍ମକ ପଦକ୍ଷେପ ସ୍ବରୂପ ଟାରିଫ୍‌ ବୃଦ୍ଧି ଧମକ ଦେଇ ଚାଲିଛି। ହେଲେ ଟ୍ରମ୍ପ୍‌ଙ୍କ ଏଭଳି ଅସୁବିଧା ସୃଷ୍ଟିକାରୀ ପଦକ୍ଷେପ ସ୍ବଳ୍ପ ସମୟ ପାଇଁ ଲାଭଦାୟକ ହେଲେ ମଧ୍ୟ ଦୀର୍ଘମିଆଦୀରେ ଗମ୍ଭୀର ପରିଣାମ ସୃଷ୍ଟି କରିବ। ଏହି ପରିପ୍ରେକ୍ଷୀରେ ଦୀର୍ଘଦିନରୁ ରହିଆସିଥିବା ମିତ୍ର ଦେଶଗୁଡ଼ିକ ସମେତ ଅନେକ ଦେଶ କେତେକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ନୂତନ ମେଣ୍ଟ ଗଠନ କରି ଆମେରିକା ଉପରେ ସେମାନଙ୍କ ନିର୍ଭରଶୀଳତା କମାଇବା ଲାଗି ଚାହିଁଲେଣି।
ଟ୍ରମ୍ପ୍‌ଙ୍କ ବ୍ୟାପକ ଆର୍ଥିକ କାର୍ଯ୍ୟକ୍ରମ ଦ୍ୱାରା ସମସ୍ୟାଗୁଡ଼ିକ ଆହୁରି ବୃଦ୍ଧି ପାଇଛି। ତାଙ୍କ ଆର୍ଥିକ କାର୍ଯ୍ୟକ୍ରମ ବିଶେଷକରି ଅକ୍ଷୟ ଶକ୍ତି ଟେକ୍‌ନୋଲୋଜି, ବୈଦ୍ୟୁତିକ ଯାନ ଏବଂ ବ୍ୟାଟେରି ଅଭାବ ବଦଳରେ ଜୀବାଶ୍ମ ଇନ୍ଧନକୁ ଲଗାତର ଗୁରୁତ୍ୱ ଦେଇଆସୁଛି। ପରିଣାମ ସ୍ବରୂପ, ଦୀର୍ଘମିଆଦୀ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆବଶ୍ୟକ ଗତିଶୀଳ ଅର୍ଥ ବ୍ୟବସ୍ଥାର ଅଭାବକୁ ଆମେରିକୀୟ କମ୍ପାନୀଗୁଡ଼ିକ ସାମ୍ନା କରୁଛନ୍ତି। ଆମେରିକାର ଆର୍ଥିକ ତ୍ରୁଟି ପରେ ମଧ୍ୟ ଲାଟିନ୍‌ ଆମେରିକାକୁ ତାହାର ପଛୁଆ ଅଞ୍ଚଳ ଭାବେ ଦେଖୁଛି, ଯାହାକୁ ନେଇ ଅଧିକ ପ୍ରତିରୋଧ ହେବାର ସମ୍ଭାବନା ରହିଛି। ସେନା ହସ୍ତକ୍ଷେପ କରି ଆମେରିକା ନିଜର ପ୍ରାଧାନ୍ୟ ବଢ଼ାଇବା, ସେନା ଏକଚ୍ଛତ୍ରବାଦ ଶାସନକୁ ସମର୍ଥନ କରିବା ଏବଂ କଟକଣା ଲଗାଇବାରେ ଏକ ଦୀର୍ଘ ଇତିହାସ ରହିଛି। ଏହି ପଦକ୍ଷେପ ସମୟ ଅନୁସାରେ ଠିକ୍‌ ନୁହେଁ। ଏହା ଲାଟିନ୍‌ ଆମେରିକାର ସବୁଆଡ଼େ ଅସମାନତା ଓ ଆର୍ଥିକ ଅସୁରକ୍ଷା ବଢ଼ାଉଛି। ଏହା ଆରମ୍ଭରୁ ସାମାଜିକ ଓ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଆସିଛି। ଏହାର ପରିଣାମ ମଧ୍ୟ ଆମେରିକାରେ ଅନୁଭୂତ ହେବ। କିନ୍ତୁ ଅବଶିଷ୍ଟ ବିଶ୍ୱ ତାହାର ବାଟ ବଦଳାଇବା ଆବଶ୍ୟକ ଓ ଏଥିପାଇଁ ଟ୍ରମ୍ପ୍‌ଙ୍କ ଆଗାମୀ ପ୍ରଶାସନକୁ ଅପେକ୍ଷା କରିପାରିବ ନାହିଁ। ୟୁରୋପୀୟ ଦେଶଗୁଡ଼ିକ ସାବଧାନତା ଅବଲମ୍ବନ କରବା କିମ୍ବା କୌଣସି ପ୍ରତିକ୍ରିୟା ପ୍ରକାଶ କରିବା କିମ୍ବା ନିଜକୁ ଅଲଗା ଭାବେ ଦେଖିବା ବାସ୍ତବରେ ସମାଧାନର ପନ୍ଥା ନୁହେଁ। ଏବକାର ବୈଶ୍ୱିକ ଆହ୍ବାନଗୁଡ଼ିକର ସମାଧାନ କରିବା ଜରୁରୀ। ଏ ଦୃଷ୍ଟିରୁ ଏହା ସ୍ପଷ୍ଟ ଯେ, ଟ୍ରମ୍ପ୍‌ଙ୍କ ଗ୍ୟାଙ୍ଗଷ୍ଟର ମାର୍କା ସାମ୍ରାଜ୍ୟବାଦକୁ ବିରୋଧ କରିବାକୁ ହେଲେ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ରହିଛି, ଯାହା ପାଇଁ ଆମେରିକାର ସହମତି ଲୋଡ଼ା ନାହିଁ। ସମ୍ମିଳିତ ପଦକ୍ଷେପର କୌଣସି ବିକଳ୍ପ ନାହିଁ। ଏକ ମାତ୍ର ବାଟ ହେଉଛି ଆମେରିକା ଦ୍ୱାରା ସୃଷ୍ଟି କରାଯାଉଥିବା ବିପଦର ମୁକାବିଲା କରିବାକୁ ହିଁ ପଡ଼ିବ।

ଜୟତି ଘୋଷ
ଅର୍ଥନୀତି ପ୍ରାଧ୍ୟାପିକା,
ମାସାଚ୍ୟୁଟ୍‌ସ ଆମର୍ହଷ୍ଟ ବିଶ୍ୱବିଦ୍ୟାଳୟ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri