ଅଖାଡୁଆ ବ୍ୟକ୍ତି

ବିଶ୍ୱର ସର୍ବବୃହତ୍‌ ଦ୍ୱୀପ ଗ୍ରୀନ୍‌ଲାଣ୍ଡ ଡେନ୍‌ମାର୍କ ଭିତରେ ଏକ ସ୍ବୟଂଶାସିତ ଅଞ୍ଚଳ ଭାବେ ରହିଛି। ଏହା ମାତୃଦେଶ ଡେନ୍‌ମାର୍କଠାରୁ ପ୍ରାୟ ୩ ହଜାର କିଲୋମିଟର ଦୂରରେ ଅବସ୍ଥିତ। ଗ୍ରୀନ୍‌ଲାଣ୍ଡର ଇତିହାସ ଦେଖିଲେ ଜଣାପଡ଼େ ଯେ, ୧୯୫୩ ମସିହାରେ ତାହା ଡେନ୍‌ମାର୍କର ଏକ ଅଂଶ ଭାବେ ପରିଗଣିତ ହୋଇଥିଲା। ଏବେ ତାହା ଏକ ସ୍ବୟଂଶାସିତ ଅଞ୍ଚଳ ହୋଇଥିଲେ ମଧ୍ୟ ପ୍ରତିରକ୍ଷା ଓ ବହିର୍ବ୍ୟାପାର ବ୍ୟବସ୍ଥା ଡେନ୍‌ମାର୍କ ହାତରେ ରହିଛି। ତେବେ ଗ୍ରୀନ୍‌ଲାଣ୍ଡକୁ ହାତେଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତୁତ ହେଉଥିବାରୁ କେତେକ ୟୁରୋପୀୟ ରାଷ୍ଟ୍ରଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଫଳରେ ଟ୍ରମ୍ପ୍‌ ନିଜ ଶୈଳୀରେ ଭୟ ଦେଖାଇ ୧୭ ଜାନୁଆରୀ ୨୦୨୬ରେ ବିରୋଧ କରୁଥିବା ୮ ୟୁରୋପୀୟ ଦେଶ ବ୍ରିଟେନ୍‌, ଡେନ୍‌ମାର୍କ, ନରଓ୍ବେ, ସୁଇଡେନ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍‌ସ ଓ ଫିନ୍‌ଲାଣ୍ଡରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୧୦ ପ୍ରତିଶତ ଟାରିଫ୍‌ ବସାଇଛନ୍ତି। ସେ ଆହୁରି କହିଛନ୍ତି, ଜୁନ୍‌ ୧ ତାରିଖରୁ ଏହି ଶୁଳ୍କ ୨୫ ପ୍ରତିଶତ ବୃଦ୍ଧି ପାଇବ ଓ ଗ୍ରୀନ୍‌ଲାଣ୍ଡ କିଣିବା ପାଇଁ ଆମେରିକାର ଏକ ଚୁକ୍ତି ହେବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଟ୍ରମ୍ପ୍‌ ଏଭଳି କହିବା ପରେ ୟୁରୋପୀୟ ସଂଘ ନେତାମାନେ ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ରମ୍ପ୍‌ଙ୍କ ମୁକାବିଲା କରିବା ଲାଗି ୟୁରୋପୀୟ ସଂଘ ବ୍ରସେଲ୍ସରେ ୨୭ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କ ଏକ ଜରୁରୀ ବୈଠକ ଡାକିଛି। ଏଥିରେ ଅବିଚଳିତ ଟ୍ରମ୍ପ୍‌ କହିଛନ୍ତି, ବସାଯାଇଥିବା ଟାରିଫ୍‌ ଯୁକ୍ତିଯୁକ୍ତ। କାରଣ ଆମେରିକାର ଜାତୀୟ ସୁରକ୍ଷା ଓ ବିଶ୍ୱ ସ୍ଥିରତା ପାଇଁ ଗ୍ରୀନ୍‌ଲାଣ୍ଡ କିଣିବା ନିତାନ୍ତ ଦରକାର। ଆର୍କଟିକ୍‌ରେ ରୁଷିଆ ଓ ଚାଇନାର ଆଗ୍ରହ ବଢ଼ୁଥିବାରୁ ଅନ୍ତର୍ଜାତୀୟ ରଣନୀତିକ ଦୃଷ୍ଟିକୋଣରୁ ଗ୍ରୀନ୍‌ଲାଣ୍ଡ କିଣିବା ଉପରେ ଟ୍ରମ୍ପ୍‌ଙ୍କ ଜିଦି ନିଶ୍ଚିତ ଭାବେ ବିଶ୍ୱସ୍ତରରେ ଚହଳ ପକାଇଲା ଭଳି ପଦକ୍ଷେପ ବୋଲି ଆଲୋଚନା ହେବା ସ୍ବାଭାବିକ।
ଟ୍ରମ୍ପ୍‌ଙ୍କ ବିଭିନ୍ନ ନିଷ୍ପତ୍ତିକୁ ବହୁ ରାଷ୍ଟ୍ର ନିନ୍ଦା କରୁଛନ୍ତି, ଏପରିକି ନିଜ ଦେଶ ଭିତରେ ସେ ବିରୋଧର ସମ୍ମୁଖୀନ ହେଉଛନ୍ତି। ତା’ ସତ୍ତ୍ୱେ ସେ ଗତାନୁଗତିକ ପଦ୍ଧତିରେ ନିଜ ନିଷ୍ପତ୍ତିରେ ଅଟଳ ରହୁଛନ୍ତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ସ୍ତ୍ରୀଙ୍କୁ ଉଠାଇ ଆଣିବା ପରେ ଗୋଟେ ‘ଘୋ’ ହୋଇଥିଲା ଯେ, ଏହାର ପରିଣତି କ’ଣ ଗୋଟେ ଅସ୍ବାଭାବିକତା ସୃଷ୍ଟି କରିପାରେ। ଦେଖିଲା ବେଳକୁ ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ବେଲଜ୍ଜା ଭାବେ ହ୍ବାଇଟ୍‌ ହାଉସ୍‌ ଯାଇ ପାଇଥିତ୍ବା ନୋବେଲ ଶାନ୍ତି ପୁରସ୍କାରକୁ ଟ୍ରମ୍ପ୍‌ଙ୍କୁ ପ୍ରଦାନ କରିଛନ୍ତି। ଉଦ୍ଦେଶ୍ୟ ରହିଛି କାଳେ କେବେ ଟ୍ରମ୍ପ୍‌ଙ୍କ ଶୁଭ ଦୃଷ୍ଟି ପଡ଼ିଲେ ସେ ଭେନେଜୁଏଲା ଶାସନର ମଙ୍ଗ ଧରିପାରନ୍ତି। ଆମେରିକା ଭିତରେ ଯେଉଁମାନେ ଟ୍ରମ୍ପ୍‌ଙ୍କୁ ବିରୋଧ କରୁଥିଲେ ସେମାନେ ମଧ୍ୟ ଶିଥିଳ ପଡ଼ିଯାଇଛନ୍ତି। ଜୋ ବାଇଡେନ୍‌ ରାଷ୍ଟ୍ରପତି ଥିବା ବେଳେ ଆମେରିକା ଅର୍ଥନୀତି ଧିମା ହୋଇଥିଲା। ଟ୍ରମ୍ପ୍‌ କ୍ଷମତାକୁ ଆସିବା ଓ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ (ମାଗା) ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାରୁ ତାଙ୍କ ଦେଶ ଆର୍ଥିକ ଦୃଷ୍ଟିରୁ ବଢ଼ିଚାଲିଲାଣି ଏବଂ ଏବେ, ପୃଥିବୀର ଅନ୍ୟସବୁ ଦେଶକୁ ପଛରେ ପକାଇ, ଆମେରିକା ବିଶ୍ୱବ୍ୟାପୀ ଆଲୋଚନାର ମୁଖ୍ୟ ବିଷୟ ହୋଇଯାଇଛି। ଏଥିସହିତ ଟ୍ରମ୍ପ୍‌ ଏକ୍‌ଜିକ୍ୟୁଟିଭ୍‌ ନିର୍ଦ୍ଦେଶନାମା ଜାରି କରି ଆମେରିକା ଅନୁଦାନ ପାଇ ପୁଷ୍ଟ ହେଉଥିବା ଅନେକ ଦେଶ ଓ ସଙ୍ଗଠନର ପାଣ୍ଠିକୁ ସଙ୍କୁଚିତ କିମ୍ବା ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେଇଛନ୍ତି। ଏଭଳି ନିଷ୍ପତ୍ତି ତାଙ୍କ ଦେଶର ଅର୍ଥନୀତିକୁ ସୁଦୃଢ଼ କରିଥିବା ସେଠାକାର ନାଗରିକ ଉପଲବ୍‌ଧି କରିବା ପରେ ଆଉ ବେଶି ପାଟି ଫିଟାଉ ନାହାନ୍ତି। ଟ୍ରମ୍ପ୍‌ ସମ୍ଭବତଃ ହୃଦୟଙ୍ଗମ କରିଥିବେ ଯେ, ତାଙ୍କ ଦେଶ ପକ୍ଷରୁ ଦିଆଯାଉଥିବା ଅନୁଦାନର କୃତଜ୍ଞତା ସ୍ବରୂପ ଆମେରିକା କିଛି ପାଉ ନ ଥିବାରୁ ସେସବୁକୁ ଜାରି ରଖିବାର ଆବଶ୍ୟକତା ନାହିଁ।
ଆଉ ଗୋଟେ ବିଷୟ ଲକ୍ଷ୍ୟ କରାଯାଉଛି ଯେ, ଟ୍ରମ୍ପ୍‌ ଦ୍ୱିତୀୟ ଥର ଆମେରିକାରେ କ୍ଷମତାସୀନ ହେବା ପରେ ବିଶ୍ୱ ଅର୍ଥନୀତି ଚଳଚଞ୍ଚଳ ହୋଇପଡ଼ିଛି। ଦୀର୍ଘବର୍ଷ ଧରି ୟୁରୋ ମୁଦ୍ରା ଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ସେଭଳି ପ୍ରଭାବ ପକାଇପାରୁ ନାହିଁ। ଆମେରିକା ଡଲାରର ପ୍ରଭାବକୁ ହ୍ରାସ କରିବା ଲାଗି ‘ବ୍ରିକ୍ସ ମୁଦ୍ରା’ ଉପରେ ଅନେକ ହୋହଲ୍ଲା ହେଲା, କିନ୍ତୁ ତାହା ଶୀତଳଭଣ୍ଡାରରେ ପଡ଼ିରହିଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା (ନୂଆ ସଦସ୍ୟ ରାଷ୍ଟ୍ର ଇରାନ, ସଂଯୁକ୍ତ ଆରବ ଏମିରେଟ୍‌ସ, ସାଉଦି ଆରବ, ଇଣ୍ଡୋନେସିଆ, ଇଥୋପିଆ ଏବଂ ଇଜିପ୍ଟ)କୁ ନେଇ ବ୍ରିକ୍ସ ଗଠିତ। ଏହିସବୁ ରାଷ୍ଟ୍ର ବିଶ୍ୱ ଜନସଂଖ୍ୟାର ୪୦ ପ୍ରତିଶତ ହୋଇଥିବାରୁ ଆଶା କରାଯାଉଥିଲା ବ୍ରିକ୍ସ ମୁଦ୍ରା କାର୍ଯ୍ୟକାରୀ ହେଲେ ଏମାନଙ୍କ ମଧ୍ୟରେ ବାଣିଜ୍ୟ ସୁଦୃଢ଼ ହେବ ଓ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା କମିବ। ତାହା ହେଲା ନାହିଁ। ଚାଇନା ନିଜ ଅର୍ଥନୀତି ବଢ଼ାଇବାକୁ ଚାହିଁଲା ବେଳେ ରୁଷିଆ ଯୁଦ୍ଧ ଜର୍ଜରିତ। ଏଭଳି ସ୍ଥଳେ ଭାରତ ନିଜ ଆଭ୍ୟନ୍ତରୀଣ ସମସ୍ୟା ଦେଇ ଗତି କରୁଥିବାରୁ ବ୍ରିକ୍ସ ମୁଦ୍ରାର ଭାଗ୍ୟ ଝୁଲି ରହିଛି। ୟୁରୋଠାରୁ ଆରମ୍ଭ କରି ବ୍ରିକ୍ସ ମୁଦ୍ରାର ପରିଣତିକୁ ଟ୍ରମ୍ପ୍‌ ଭଲ ଭାବେ ବୁଝିଯିବା ପରେ ସେହି ଦୁଇଟି ମୁଦ୍ରାର ମୂଳଦୁଆକୁ ଭାଙ୍ଗିଦେବାକୁ ପଦକ୍ଷେପ ନେଉଛନ୍ତି। ତାହାର ଉଦାହରଣ କ୍ରିପ୍ଟୋ କରେନ୍ସି ବହୁଳ ପ୍ରସାର କରାଇବା ଦିଗରେ ଅନେକ ପ୍ରଚେଷ୍ଟା ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ସେ କୌଶଳ କରି କିମ୍ବା ସ୍ଥଳବିଶେଷରେ ଅନ୍ୟକୁ ଡରାଇ ବିଶ୍ୱସ୍ତରରେ ଏକ ନୂଆ ଅର୍ଥନୈତିକ ପରିଭାଷା ସୃଷ୍ଟି କରିବାରେ ଲାଗିପଡ଼ିଛନ୍ତି। ବାସ୍ତବିକ ଧିମେଇ ଯାଇଥିବା ଅନ୍ତର୍ଜାତୀୟ ଅର୍ଥନୈତିକ ପ୍ରବାହକୁ ଗତିଶୀଳ କରିବା ଲାଗି ଟ୍ରମ୍ପ୍‌ଙ୍କ ନିଷ୍ପତ୍ତି ହୁଏତ ନୂଆ ବାଟ ଦେଖାଇପାରେ। କାମରେ କିଛି ନ କରି ଭଦ୍ର ବ୍ୟବହାର କରୁଥିବା ଲୋକଙ୍କ ଅପେକ୍ଷା ଅଖାଡୁଆ ବ୍ୟକ୍ତିଙ୍କ ତତ୍‌କ୍ଷଣାତ୍‌ ପଦକ୍ଷେପ ମଧ୍ୟ ଗୋଟେ ବଡ଼ ପରିବର୍ତ୍ତନ ବା ସଂସ୍କାର ଆଣିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri