ଜଙ୍ଗଲ ସମ୍ପଦ ବଢ଼ିଛି-କେତେ ସତ

ଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂସ୍ଥା ଦ୍ୱାରା ପ୍ରକାଶିତ ବୈଶ୍ୱିକ ଜଙ୍ଗଳ ସମ୍ପଦ ନିର୍ଦ୍ଧାରଣ ରିପୋର୍ଟ ୨୦୨୫ରେ ଦର୍ଶାଯାଇଛି, ସମ୍ପ୍ରତି ବିଶ୍ୱରେ ଜଙ୍ଗଲର ଆୟତନ ୪.୧୪ ବିଲିୟନ ବା ୪୧୪ କୋଟି ହେକ୍ଟର ଏବଂ ମୁଣ୍ଡପିଛା ଜଙ୍ଗଲର ଆୟତନ ୦.୫ ହେକ୍ଟର। ଏହା ବିଶ୍ୱର ମୋଟ ଭୂଭାଗର ୩୨ ପ୍ରତିଶତ। ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ କପ୍‌-୨୬ ଆନ୍ତର୍ଜାତିକ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା, ୨୦୩୦ ମସିହା ସୁଦ୍ଧା ଜଙ୍ଗଲ ନଷ୍ଟ ବା ଜଙ୍ଗଲର ଅବକ୍ଷୟକୁ ରୋକିବାକୁ ପଡ଼ିବ। କିନ୍ତୁ ଅବସୋସର ବିଷୟ ବାର୍ଷିକ ଜଙ୍ଗଲ ଅବକ୍ଷୟର ପରିମାଣ କମିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇ ପାରିନାହିଁ। କେବଳ ୨୦୨୪ ବର୍ଷରେ ସାରା ବିଶ୍ୱରେ ୧୬.୬ ନିୟୁତ ଏକର କ୍ରାନ୍ତୀୟ ବୃଷ୍ଟିବନ ବା ରେନ୍‌ ଫରେଷ୍ଟ ଧ୍ୱଂସ ପାଇଛି। କିନ୍ତୁ ଆଶ୍ୱାସନାର ବିଷୟ ଯେ, ବିଶ୍ୱସ୍ତରରେ ବାର୍ଷିକ ଜଙ୍ଗଲ ଅବକ୍ଷୟର ସାମଗ୍ରିକ ହାର ୧୯୯୦-୨୦୦୦ ମଧ୍ୟରେ ଅର୍ଥାତ୍‌ ବିଂଶ ଶତାବ୍ଦୀର ଶେଷ ଦଶକରେ ୧୦.୭ ନିୟୁତ ହେକ୍ଟର ଥିଲା ବେଳେ ୨୦୧୫ରୁ ୨୦୨୫ ଦଶବର୍ଷ ଅବଧି ମଧ୍ୟରେ ଏହା ୪.୧୨ ନିୟୁତ ହେକ୍ଟରକୁ ଖସିଆସିଛି। ଏହା ସୂଚାଉଛି ବିଶ୍ୱସ୍ତରରେ ମଧ୍ୟ ବିଗତ କିଛି ବର୍ଷ ମଧ୍ୟରେ ଜଙ୍ଗଲର ଆବରଣ ବୃଦ୍ଧି ପାଉଛି।
୨୦୨୩ ରେ ପ୍ରକାଶିତ ଭାରତୀୟ ବନ ସର୍ୱେକ୍ଷଣ ସଂସ୍ଥା ରିପୋର୍ଟରେ ଦର୍ଶାଯାଇଛି, ଦେଶରେ ମୋଟ ଜଙ୍ଗଲର ଆୟତନ ୭,୧୫,୩୪୨ ବର୍ଗ କିଲୋମିଟର ଅର୍ଥାତ୍‌ ୭୧.୫୩ ନିୟୁତ ହେକ୍ଟର। ଦେଶର ମୋଟ ଭୂଭାଗ ଆୟତନର ୨୧.୭ ପ୍ରତିଶତ। ଏଥିରେ ବୃକ୍ଷ ଆଚ୍ଛାଦିତ ଅଞ୍ଚଳକୁ ନିଆଯାଇନାହିଁ। ୨୦୨୫ର ସର୍ୱେକ୍ଷଣ ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କିନ୍ତୁ ଗ୍ଲୋବାଲ ଫରେଷ୍ଟ ରିସୋର୍ସେସ ଆସେସ୍‌ମେଣ୍ଟ ରିପୋର୍ଟ ଏଥିମଧ୍ୟରେ ପ୍ରକାଶ ପାଇଛି। ସେଥିରେ ଭାରତର ଜଙ୍ଗଲର ଆୟତନ ୭୨.୭୪ ନିୟୁତ ହେକ୍ଟର ଦର୍ଶାଯାଇଛି, ଯାହାକି ବିଶ୍ୱର ମୋଟ ଜଙ୍ଗଲ ଆୟତନର ୨% ମାତ୍ର। ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳକୁ ବିଚାରକୁ ନେଲେ ବିଶ୍ୱରେ ଭାରତର ସ୍ଥାନ ନବମ। ପୂର୍ୱରୁ ଏହା ଦଶମ ସ୍ଥାନରେ ଥିଲା। ଜଙ୍ଗଲ ଆୟତନ ଦୃଷ୍ଟିରୁ କ୍ରମାନ୍ୱୟରେ ବିଶ୍ୱର ଦେଶଗୁଡ଼ିକ ହେଲା ସୋଭିଏତ୍‌ ୟୁନିୟନ, ବ୍ରାଜିଲ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ଚାଇନା, କଙ୍ଗୋ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଭାରତ। ବିଶ୍ୱର ୫୪ ପ୍ରତିଶତ ଜଙ୍ଗଲ କେବଳ ପ୍ରଥମ ପାଞ୍ଚଗୋଟି ଦେଶରେ ରହିଛି। ୨୦୨୩ ର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ରିପୋର୍ଟ ଏବଂ ୨୦୨୫ ମସିହାର ଗ୍ଲୋବାଲ ଫରେଷ୍ଟ ରିସୋର୍ସେସ ଆସେସ୍‌ମେଣ୍ଟ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାଯିବ, ଦେଶରେ ଜଙ୍ଗଲ ପରିମାଣ ବଢ଼ୁଛି। ସେହିପରି ୨୦୨୧ ଓ ୨୦୨୩ର ଏଫ୍‌ଏସ୍‌ଆଇ ରିପୋର୍ଟକୁ ବିଶ୍ଳେଷଣ କଲେ ଦେଖାଯିବ, ଦେଶରେ ମୋଟ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ଆୟତନ ୧୪୪୫ ବର୍ଗ କିଲୋମିଟର ବା ୧ ଲକ୍ଷ ୪୪ ହଜାର ବର୍ଗ କିମି ବଢ଼ିଛି। ତନ୍ମଧ୍ୟରୁ ଜଙ୍ଗଲର ଆୟତନ ୧୫୬ ବର୍ଗ କି.ମି. ବଢ଼ିଥିବା ବେଳେ ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ଆୟତନ ୧୨୮୯ ବର୍ଗ କି.ମି. ବଢ଼ିଛି। ପୁନଶ୍ଚ ୧୫୬ ବର୍ଗ କି.ମି. ମଧ୍ୟରୁ ମାତ୍ର ୭.୨୮ ବର୍ଗ କି.ମି. ରେକର୍ଡଭୁକ୍ତ ବନାଞ୍ଚଳରେ ଓ ଅବଶିଷ୍ଟ ୧୪୯.୧୩ ବର୍ଗ କି.ମି. ରେକର୍ଡଭୁକ୍ତ ହୋଇ ନ ଥିବା ଅଞ୍ଚଳରେ ଘଟିଛି। ତେଣୁ ବୃକ୍ଷ ଆଚ୍ଛାଦିତ ଅଞ୍ଚଳକୁ ବାଦ୍‌ଦେଲେ ଦେଶର ଜଙ୍ଗଲ ସମ୍ପଦ ଆୟତନର ଅଭିବୃଦ୍ଧି ଘଟିଛି ବୋଲି ଯାହା କୁହାଯାଉଛି, ତାହା ସେତେଟା ଆଖିଦୃଶିଆ ନୁହେଁ। ଗ୍ଲୋବାଲ ଆସେସ୍‌ମେଣ୍ଟ ରିପୋର୍ଟ ଅନୁସାରେ ୨୦୧୫ରୁ ୨୦୨୫ ଦଶବର୍ଷ ମଧ୍ୟରେ ଭାରତରେ ୧୯୧୦ ବର୍ଗ କି.ମି ଜଙ୍ଗଲ ବୃଦ୍ଧି ଘଟିଛି। ଏହି ଅଭିବୃଦ୍ଧି ହାରରେ ବିଶ୍ୱରେ ଭାରତର ସ୍ଥାନ ତୃତୀୟ। ଏସିଆ ମହାଦେଶରେ ଚାଇନା ପଛକୁ ଭାରତର ସ୍ଥାନ।
୨୦୨୩ ଭାରତୀୟ ବନ ସର୍ୱେକ୍ଷଣ ସଂସ୍ଥା ରିପୋର୍ଟରେ ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ତାହା ହେଉଛି ୨୦୨୧ରୁ ୨୦୨୩ ମଧ୍ୟରେ ୯୫୦୦ ବର୍ଗ କି.ମିରୁ ଅଧିକ ରେକର୍ଡଭୁକ୍ତ ଜଙ୍ଗଲ ବନଶୂନ୍ୟ ବା ନନ୍‌ ଫରେଷ୍ଟ ତାଲିକାକୁ ଯାଇଛି। ସେଥିରେ ରହିଛି ୨୩୧ ବର୍ଗ କିମି ଅତି ଘଞ୍ଚ ଜଙ୍ଗଲ, ୨୨୪୭ ବର୍ଗ କି.ମି. ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ ବା ୫୪୩୧ ବର୍ଗ କି.ମି. ଖୋଲା ଜଙ୍ଗଲ। ଉକ୍ତ ରିପୋର୍ଟରେ ଦାବି କରାଯାଇଛି, ଏହି ସମୟ ମଧ୍ୟରେ ୪୪ ବର୍ଗ କି.ମି. ପତିତ ଜମି ଏବଂ ୪୮୧ ବର୍ଗ କି.ମି. ଖୋଲା ଜଙ୍ଗଲ (ମୁକୁଟ ସାନ୍ଦ୍ରତା ୧୦ରୁ ୪୦ ପ୍ରତିଶତ) ଅତି ଘଞ୍ଚ ଜଙ୍ଗଲରେ (ମୁକୁଟ ସାନ୍ଦ୍ରତା ୭୦%ରୁ ଅଧିକ) ପରିଣତ ହୋଇଛି। ବନ ବିଶେଷଜ୍ଞମାନଙ୍କ ମତରେ ମାତ୍ର ଦୁଇବର୍ଷ ସମୟ ଅବଧି ମଧ୍ୟରେ ବୃକ୍ଷଲତା ବିହୀନ ପତିତ ଜମି ବା ଖୋଲା ଜଙ୍ଗଲ କୌଣସିମତେ ତିନୋଟି ବା ଦୁଇଟି ପାହାଚ ଚଢ଼ି ଅତି ଘଞ୍ଚ ଜଙ୍ଗଲରେ ପରିଣତ ହୋଇପାରିବ ନାହିଁ। ପରିବେଶ ଦୃଷ୍ଟିକୋଣରୁ ମଧ୍ୟ ଏହା ସମ୍ଭବ ନୁହେଁ। ଅର୍ଥାତ୍‌ ଦୁଇବର୍ଷ ଭିତରେ ଅତିବେଶିରେ ଜଙ୍ଗଲର ସାନ୍ଦ୍ରତା ଗୋଟିଏ ଶ୍ରେଣୀରୁ ଉପର ଶ୍ରେଣୀକୁ ଉଠିପାରେ। ପତିତ ଜମି, ଖୋଲା ଜଙ୍ଗଲରେ, ଖୋଲା ଜଙ୍ଗଲ ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ (୪୦ରୁ ୭୦% ମୁକୁଟ ସାନ୍ଦ୍ରତା) ବା ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ ଅତି ଘଞ୍ଚ ଜଙ୍ଗଲରେ ପରିବର୍ତ୍ତିତ ହୋଇପାରେ। ତା’ଠାରୁ ଅଧିକ ନୁହେଁ। ଭାରତୀୟ ବନ ସର୍ୱେକ୍ଷଣ ସଂସ୍ଥା ରିପୋର୍ଟରେ ମଧ୍ୟ ଏ ବିଷୟରେ କୌଣସି ସନ୍ତୋଷଜନକ ଆଲୋଚନା କରାଯାଇନାହିଁ।
ଯଦିଓ ଗତ ଦୁଇଟି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି, ଦେଶରେ ମୋଟ ଜଙ୍ଗଲ ଆୟତନରେ କ୍ରମାଗତ ବୃଦ୍ଧି ଘଟିଚାଲିଛି। କିନ୍ତୁ ସବୁଠାରୁ ଅଧିକ ଚିନ୍ତାଜନକ ବିଷୟ ହେଉଛି, ନୂଆକରି ସାମିଲ ହୋଇଥିବା ଜଙ୍ଗଲ ମୁଖ୍ୟତଃ ପୃଥକ୍‌ ପୃଥକ୍‌ ଛୋଟ ପ୍ଲାଣ୍ଟେଶନ, ପରସ୍ପରଠାରୁ ବିଚ୍ଛିନ୍ନ ତେଣୁ ଅତ୍ୟଧିକ ଆଘାତ ପ୍ରବଣ। ଯାହାର ପରିବେଶୀୟ ସଂଯୋଗୀକରଣ ନାହିଁ, ସ୍ଥିରତା ମଧ୍ୟ ନାହିଁ। ବନ୍ୟପ୍ରାଣୀଙ୍କ ଦୃଷ୍ଟିକୋଣରୁ ଏହିଭଳି କ୍ଷୁଦ୍ର କ୍ଷୁଦ୍ର ପ୍ଲାଣ୍ଟେଶନ ଶୁଭଙ୍କର ନୁହେଁ। ଅଥଚ ଏହିଭଳି ଅନେକ ବିକ୍ଷିପ୍ତ ଓ କ୍ଷୁଦ୍ର ପ୍ଲାଣ୍ଟେଶନ ରୂପକ ଜଙ୍ଗଲକୁ ନେଇ ଜଙ୍ଗଲ ସମ୍ପଦ ବଢ଼ୁଛି ବୋଲି ଆମେ ଆହ୍ଲାଦିତ ହେଉଛେ। ଘଞ୍ଚ ଜଙ୍ଗଲର ଅବାରିତ ଅବକ୍ଷୟ ଫଳରେ ଉଦ୍ଭିଦ ଜଗତର ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ୧୨% ହ୍ରାସ ଘଟିଛି। ଏହି ମତ ପ୍ରକାଶ ପାଇଛି, ଆଇଆଇଟି ବମ୍ୱେ ଓ ବିଟ୍‌ସ ପିଲାନି ସହଯୋଗରେ ୨୦୨୫ରେ ଭାରତର ବିଭିନ୍ନ ସ୍ଥାନରେ କରାଯାଇଥିବା ଏକ ଗବେଷଣାରୁ ଆୟତନ ବଢ଼ୁଥିଲେ ମଧ୍ୟ ଅନ୍ୟତମ ଅଙ୍ଗାରକ କୁଣ୍ଡ ହିସାବରେ ଜଙ୍ଗଲର ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଳ ଆହରଣ କ୍ଷମତା ଧୀରେ ଧୀରେ ହ୍ରାସ ପାଉଛି ବୋଲି ଗବେଷକମାନେ ମତପ୍ରକାଶ କରୁଛନ୍ତି।
ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ଯଦିଓ ଦେଶର ସାମଗ୍ରିକ ଜଙ୍ଗଲ ଆଚ୍ଛାଦନ ୨୦୧୩ରୁ ୨୦୨୩ ଦଶ ବର୍ଷ ମଧ୍ୟରେ ୨.୩୮% ବଢ଼ିଛି। ମୋଟ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜଙ୍ଗଲ ଅବକ୍ଷୟ ପରିଲକ୍ଷିତ ହୋଇଛି। ଉତ୍ତର ପୂର୍ୱାଞ୍ଚଳ ରାଜ୍ୟରୁ ଆସାମ ଓ ସିକିମକୁ ବାଦ୍‌ ଦେଲେ ଅନ୍ୟ ୬ଟି ରାଜ୍ୟରେ ଜଙ୍ଗଲ କ୍ଷୟ ଘଟିଛି। ଅରୁଣାଚଳ ପ୍ରଦେଶରେ ସର୍ୱାଧିକ ୧୦୦୦ ବର୍ଗ କି.ମି., ମିଜୋରାମ ୯୮୦ ବର୍ଗ କି.ମି. ଏବଂ ନାଗାଲାଣ୍ଡରେ ୭୯୪ ବର୍ଗ. କି.ମି. ଜଙ୍ଗଲ ନଷ୍ଟ ହୋଇଛି। ଏହା ବ୍ୟତୀତ ପଶ୍ଚିମଘାଟ ପର୍ୱତମାଳା ପରିସଂସ୍ଥାରେ ଗତ ଦଶକରେ ୫୮ ବର୍ଗ କି.ମି. ଜଙ୍ଗଲ ହ୍ରାସ ପାଇଛି। ଜୈବ ବିବିଧତା ଉତ୍ପତ୍ତି ସ୍ଥଳମାନଙ୍କରେ ଉଭୟ ଗୁଣ ଓ ପରିମାଣ ଦୃଷ୍ଟିରୁ ପ୍ରାକୃତିକ ଜଙ୍ଗଲ ଦ୍ରୁତ ଭାବରେ ହ୍ରାସ ପାଉଛି। ଯେଉଁ କେତୋଟି ରାଜ୍ୟରେ ବୃକ୍ଷ ଆଚ୍ଛାଦିତ ଅଞ୍ଚଳକୁ ଛାଡ଼ି କେବଳ ଜଙ୍ଗଲର ଆୟତନରେ ବୃଦ୍ଧି ଘଟିଛି, ତନ୍ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, କର୍ନାଟକ ଏବଂ ରାଜସ୍ଥାନ। ପ୍ରତିବର୍ଷ ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ହେକ୍ଟର ବୃକ୍ଷରୋପଣ କରାଯାଉଛି। କିନ୍ତୁ ସେଥିରୁ କେତେ ପରିମାଣରେ ଗଛ ବଞ୍ଚତ୍ରହୁଛି ଓ ଜଙ୍ଗଲ ଆୟତନ ବଢ଼ାଇବାରେ ସହାୟକ ହେଉଛି, ସେ ବିଷୟରେ କିଛି ରିପୋର୍ଟ ଉଲ୍ଲେଖ ନାହିଁ।
– ପୂର୍ୱତନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ
ମୋ: ୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?