ସୁନ୍ଦରଗଡ଼

ଶିଶୁଙ୍କ ପୋଷଣ ଲାଗି ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା

ସୁନ୍ଦରଗଡ଼, ୪।୯(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲାରେ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକାକୁ…

ସଂସ୍କୃତି, ପରମ୍ପରାର ଜ୍ୱଳନ୍ତ ଉଦାହରଣ ଝୁରିମାଲ ନୂଆଁଖାଇ

ସୁନ୍ଦରଗଡ଼,୧।୯(ଡି.ଏନ୍‌.ଏ.): ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ମହାନ ସଂସ୍କୃତି, ପରମ୍ପରା ଓ ଭାଇଚାରାର ଏକ ଅପୂର୍ବ ନିଦର୍ଶନ। ଏହି ଗଣପର୍ବକୁ ଅଭିନବ ଢଙ୍ଗରେ ପାଳନ କରିଆସୁଛନ୍ତି ସୁନ୍ଦରଗଡ଼ ଜିଲା ଲେଫ୍ରିପରା ବ୍ଲକର ଝୁରିମାଲ ଗ୍ରାମବାସୀ। ଝୁରିମାଲ ଗାଁର ପ୍ରତ୍ୟେକ…

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହିତ ନିଆରା ଢଙ୍ଗରେ ନୂଆଁଖାଇ ପାଳନ

ସୁନ୍ଦରଗଡ଼,୧।୯(ଡି.ଏନ୍‌.ଏ.): ନିଜର ନିଆରା କାର୍ଯ୍ୟକ୍ରମ ଦ୍ବାରା ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଟିମ୍‌ ଶ୍ମଶାନ ବନ୍ଧୁର ସଦସ୍ୟମାନେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଟିମ୍‌ ଶ୍ମଶାନ ବନ୍ଧୁର ସଦସ୍ୟମାନେ ଗୁରୁବାର ସୁନ୍ଦରଗଡ଼ର ଲୁହୁରାଢିପା, ହାଉସିଂ ବୋର୍ଡ କଲୋନୀରେ ଥିବା ବୃଦ୍ଧାଶ୍ରମଠାରେ ଅନ୍ତେବାସୀଙ୍କ…

କୋଇଲା ପରିବହନ ଯୋଗୁ ରାସ୍ତା ଜାମ୍‌

ସୁନ୍ଦରଗଡ଼,୩୦।୮(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକର ଏମ୍‌ସିଏଲଠାରୁ ସୁନ୍ଦରଗଡ଼ ଓ କନିକା ସାଇଡିଂ ପର୍ଯ୍ୟନ୍ତ ବିଭିନ୍ନ ଟ୍ରକ ଯୋଗେ କୋଇଲା ପରିବହନ ହେଉଛି। ପ୍ରତିଦିନ ଏମ୍‌ସିଏଲ୍‌ରୁ ହଜାର ହଜାର ଟ୍ରକ ଲାଇନ କରି ବିଭିନ୍ନ କଳକାରଖାନାକୁ କୋଇଲା ପରିବହନ କରୁଛନ୍ତି। ଏହି…

ସୁଖାଯୋରଠାରୁ କୁରୁମକେଲ ରାସ୍ତା ଶୋଚନୀୟ

ଲେଫ୍ରିପଡ଼ା,୨୯।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ କୁଲାବିରା ଗ୍ରାମପଞ୍ଚାୟତର ସୁଖାଯୋରଠାରୁ କୁରୁମକେଲ ବେଲସରିଆପଡା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଛି। ଏହି ରାସ୍ତାଟି ଦୀର୍ଘ ପ୍ରାୟ କୋଡିଏ ବର୍ଷ ଧରି ଏଭଳି ଶୋଚନୀୟ ଭାବେ ପଡି ରହିଥିଲେ ମଧ୍ୟ ଜିଲା…

ଗୁଣିଗାରେଡ଼ି ସନ୍ଦେହରେ କଟୁରିରେ ହାଣି ହତ୍ୟା, ଅଭିଯୁକ୍ତ ଗିରଫ

ଟେନ୍‌ସା,୨୯ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଖରିଆବାହାଳ ଗ୍ରାମରେ ରବିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର କାରଣ ଗୁଣି ଗାରେଡ଼ି ସନ୍ଦେହ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଖରିଆବାହାଳ…

ପ୍ରଧାନଶିକ୍ଷକଙ୍କ ଖଲାସ ଦାବିରେ ଛାତ୍ରୀଛାତ୍ରମାନଙ୍କ ଏନ୍‌ଏଚ୍‌ ଅବରୋଧ

କୁଆଁରମୁଣ୍ଡା,୨୭।୮(ଡି.ଏନ୍‌.ଏ.): ସଞ୍ଜୟ ସାର ନିର୍ଦ୍ଧୋଷ। ତାଙ୍କୁ ଭିଜିଲାନ୍ସ ଜାଲରେ ଫସାଇ ଦିଆଯାଇଛି। ତେଣୁ ତାଙ୍କୁ ତୁରନ୍ତ ଛାଡ଼ିଦେବାକୁ ଦାବି କରି ଶନିବାର ଅପରାହ୍ନରେ କୁମଝରିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ୧୪୩ ନମ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌) ଅବରୋଧ କରି…

ଲାଞ୍ଚନେଇ ଧରାପଡ଼ିଲେ ପ୍ରଧାନ ଶିକ୍ଷକ

ରାଉରକେଲା ଅଫିସ,୨୬।୮: ସୁନ୍ଦରଗଡ଼ ଜିଲା ରାଉରକେଲାସ୍ଥିତ କୁମଝରିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।  ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା  ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ  କାବୁ କରି ନେଇଥିଲେ।  ଓରିଜିନାଲ ମାଟ୍ରିକ ବୋର୍ଡ…

‘ଧରିତ୍ରୀ’ରେ ଖବର ପ୍ରସାରିତ ପରେ ଗାଁରେ ପହଞ୍ଚିଲେ ବିଧାୟିକା

ହେମଗିରି,୨୬ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକସ୍ଥିତ ରୋହିଣୀ ଗ୍ରାମର ‘ବର୍ଷାରେ ଭାଙ୍ଗିଲା ଘର, ତିନି ଝିଅ ସହ ମା ବେସାହାରା’ ଶୀର୍ଷକ ଏକ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା ପରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ରୋହିଣୀ ଗ୍ରାମ ପରିଦର୍ଶନ…

ଭୂତକୋଠି ପାଲଟିଛି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ

ଟେନସା,୨୬ା୮(ଡି.ଏନ.ଏ.):ଯେଉଁଠି ଶିକ୍ଷା ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ ଭୂତ କୋଠି ପରି ଦିଶୁଛି । କାନ୍ଥଗୁଡିକ ଫାଟି ଗଲାଣି, ଛାତରୁ ପାଣି ଗଳୁଛି। ବସିବା ପାଇଁ ଜାଗା ନାହିଁ ସେହି ବ୍ଲକରେ ବିଦ୍ୟାଳୟଗୁଡିକ କେମିତି ଥିବ ତାହା ନ ଦେଖିଲେ କେହି ବିଶ୍ୱାସ…

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଯୋଡ଼ିହେଲା ବଣାଇଁ ବ୍ଲକ

ସୁନ୍ଦରଗଡ,୨୬ା୮(ଡି.ଏନ.ଏ.):ଓଡିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତବର୍ଷ ସୁନ୍ଦରଗଡ ଜିଲାର ବଣାଇଁ ବ୍ଲକକୁ ସାମିଲ କରାଯାଇଛି। ଏଥିପାଇଁ ସୁନ୍ଦରଗଡ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ‘ଆତ୍ମା’, ବୈଷୟିକ ପରାମର୍ଶକାରୀ ସଂସ୍ଥା ୱାସନ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ…

ନୂଆଁଖାଇରେ ସରକାରୀ ଛୁଟି ଘୋଷଣା ଦାବି: ଆରଡିସିଙ୍କୁ ଚିଠି ଲେଖିଲେ ବିଧାୟିକା

ସୁନ୍ଦରଗଡ,୨୬ା୮(ଡି.ଏନ.ଏ.): ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ। ଏହି ଦିବସକୁ ପୂର୍ବରୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିବା ବେଳେ ଚଳିତବର୍ଷ ସରକାରୀ ଛୁଟି ଭାବେ ଘୋଷଣା କରାଯାଇନାହିଁ। ଏହାକୁ କେବଳ ପଶ୍ଚିମ ଓଡ଼ିଶାରେ ସ୍ଥାନୀୟ ଛୁଟି ଭାବେ ରଖାଯାଇଛି। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri