ସେଲ୍‌ଫି ଜୋନ୍‌ ପାଲଟିଛି ହକି ଷ୍ଟାଚ୍ୟୁ

ରାଉରକେଲା ଅଫିସ,୨।୧: ରାଉରକେଲା ସହରରେ ଆଉ ମାତ୍ର ୧୧ ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱକପ୍‌ ହକି ମହାକୁମ୍ଭ। ଏଥିପାଇଁ ରାଉରକେଲା ସହର ହକିମୟ ହୋଇ ପଡିଥିବାବେଳେ ବିଭିନ୍ନ ସମୟରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଅଞ୍ଚଳରେ ଭିଡ ଲାଗି ରହୁଥିବା ପରିଲକ୍ଷିତ ହୋଇଛି। ବିର୍ସାମୁଣ୍ଡା ଷ୍ଟାଡିୟମ ବାହାରେ ନିର୍ମାଣ ହୋଇଥିବା ହକି ଷ୍ଟାଚ୍ୟୁ ନିକଟରେ ସ୍ବତନ୍ତ୍ର ସେଲ୍‌ଫି ଜୋନ୍‌ ତିଆରି କରାଯାଇଥିବାରୁ ପ୍ରତିଦିନ ସେଠାରେ ଜନସାଧାରଣଙ୍କ ଭିଡ଼ ଲାଗି ରହୁଛି। ବିର୍ସାମୁଣ୍ଡା ଷ୍ଟାଡିୟମ ବାହାରେ ନିବନିର୍ମିତ ବିଶାଳକାୟ ହକି ଷ୍ଟାଚ୍ୟୁ ଓ ଗ୍ରୀନ ଗାଡେନ ସହରବାସୀଙ୍କୁ ବିଶେଷ ଆକର୍ଷିତ କରିଛି। ସନ୍ଧ୍ୟା ହେଲେ ସହରବାସୀ ସପରିବାର ଉକ୍ତ ଷ୍ଟାଚ୍ୟୁ ତଳେ ଫଟୋ ଉଠାଇବା ସହ ଷ୍ଟାଡିୟମ ପରିସର ରୋଡ୍‌ ଓ ପ୍ରସାରଣ ହୋଇଥିବା ନୂତନ ରାଉରକେଲା ବିମାନ ବନ୍ଦର ବାହ୍ୟପାର୍ଶ୍ୱ ଅଞ୍ଚଳର ଉନ୍ନତୀକରଣକୁ ବୁଲି ଦେଖୁଛନ୍ତି। ଉକ୍ତ ଅଞ୍ଚଳ ବହୁ ଦିନ ଧରି ଅଳିଆ ଡମ୍ଫିଂ ୟାର୍ଡ ହୋଇ ପଡିରହିଥିଲା। ହକି ବିଶ୍ୱକପ ପାଇଁ ଏହି ଅଞ୍ଚଳର ଉନ୍ନତୀକରଣ ହେବା ପରେ ସତେ ଯେପରି ସହରବାସୀଙ୍କ ପାଇଁ ଭୂସ୍ବର୍ଗ ପାଲିଟିଛି। ବିଶ୍ୱକପ୍‌ ପାଇଁ ଏହି ସ୍ଥାନରେ ବିରାଟକାୟ ହକି ଷ୍ଟାଚ୍ୟୁ ନିର୍ମାଣକୁ କ୍ରୀଡ଼ାପ୍ରେମୀ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କଙ୍ଗୋ-ଉଗାଣ୍ଡାରେ ଇବୋଲା ଭାଇରସ ପ୍ରକୋପ; WHO ଘୋଷଣା କଲା ହେଲଥ ଏମରଜେନ୍ସି

କାମ୍ପାଲା,୧୬।୫: ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri