ସୁନ୍ଦରଗଡ଼ ଜିଲାରେ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ
ସୁନ୍ଦରଗଡ଼, ୨୩।୯(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ଚିନ୍ତା ବଢାଇଛି ଡେଙ୍ଗୁ। ଜିଲାରେ ଗତ ୨୧ତାରିଖ ମଧ୍ୟରେ ମୋଟ ୧୧୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଡେଙ୍ଗୁରୋଗୀଙ୍କ ମଧ୍ୟରୁ ସର୍ବାଧିକ ୯୯ଜଣ ହେଉଛନ୍ତି ରାଉରକେଲା ସହରାଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ…
ଟ୍ରକ୍ ମାଲିକଙ୍କ ସ୍ବାର୍ଥକୁ ଗୁରୁତ୍ୱ
ସୁନ୍ଦରଗଡ଼,୨୧।୯(ଡି.ଏନ.ଏ.):ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ ଜିଲା ହେମଗିରି ବ୍ଲକସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ୍ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା ପରିବହନ…
ତହସିଲଦାରଙ୍କ ଘରେ ଭିଜିଲାନ୍ସ: ୮ ସ୍ଥାନରେ ଚଢ଼ାଉ
ସୁନ୍ଦରଗଡ଼/ଲେଫ୍ରିପଡା ୨୧।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଡିଏସପି ସୁଧାଶୁ ଶେଖର…
ବ୍ୟାଗ୍ରୁ ମିଳିଲା ନବଜାତ ଶିଶୁ
ରାଉରକେଲା ଅଫିସ,୧୯ା୯:ରାଉରକେଲା ସେକ୍ଟର-୭ ପୋଲିସ ଶନିବାର ମୁଣ୍ଡାରୀ ବସ୍ତିର ଅଳିଆଗଦାରେ ପଡିଥିବା ବ୍ୟାଗ୍ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି। ଖବର ପାଇ ପୋଲିସ ଉକ୍ତ ଶିଶୁକୁ ଚିକିତ୍ସାଲାଗି ଆରଜିଏଚ୍ର ମାତୃ ଶିଶୁ ବିଭାଗରେ ଭର୍ତ୍ତି କରିଛି। ତେବେ ଉକ୍ତ ଶିଶୁ…
ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକା ଜାମ୍ ଆନ୍ଦୋଳନ
ସୁନ୍ଦରଗଡ଼,୧୮ା୯(ଡି.ଏନ୍.ଏ.): ଏମ୍ସିଏଲ କୋଇଲା ଖଣିରୁ କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବି ନେଇ ରବିବାରଠାରୁ ସୁନ୍ଦରଗଡ଼ ମିଳିତ ଟ୍ରକ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକାଜାମ ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ ଏମ୍ସିଏଲ୍ର ତିନୋଟି କୋଇଲା ଖଣିରୁ ଝାରସୁଗୁଡ଼ା,…
ବିପଦସଙ୍କୁଳ ଅବସ୍ଥାରେ ସରକାରୀ ହାଇସ୍କୁଲ
ହେମଗିର,୧୭।୯(ଡି.ଏନ୍.ଏ.): ରାଜ୍ୟ ସରକାର ସରକାରୀ ସ୍କୁଲଗୁଡିକର ଉନ୍ନତିକରଣ ସହ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରି ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି କରୁଛନ୍ତି। ସୁନ୍ଦରକୋଠା ନିର୍ମାଣ କରି ଆଧୁନିକ ଉପକରଣ ଦେଇ ପ୍ରଚାର କରୁଥିବାବେଳେ କେବଳ ସରକାରୀ ଟଙ୍କାର ଅପବ୍ୟବହାର ହେଉଥିବା ଦେଖିବାକୁ ମିଳିଛି।…
୮୦ କୋଟିର ସେଚପ୍ରକଳ୍ପ, ୮୦ ହେକ୍ଟରକୁ ମାଡୁନି ପାଣି
ବଡ଼ଗାଁ, ୧୬ା୯(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ୭୦ ପ୍ରତିଶତ ପରିବାର ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ବ୍ଲକ ଅଞ୍ଚଳରେ ଥିବା ୧୦ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣିରେ ପ୍ରାୟ ୮ ଶହ ଏକର…
ହାତୀମୃତ୍ୟୁ ଘଟଣାରେ ୬ ଗିରଫ
ରାଉରକେଲା ଅଫିସ,୧୬।୯: ରାଉରକେଲା ବନଖଣ୍ଡ ଅଧୀନ ବାଙ୍କି ଅଞ୍ଚଳରେ ଏକ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନାଗ ଟିଗା(୩୯), କରମ ଟିଗା(୫୮), ବିଶ୍ରା ଓରାମ(୪୧), ଅଜୟ ଓରାମ(୨୮), ସଲନ ଓରାମ(୩୦)…
ଆରିରେ ଶାଳୀଙ୍କ ନାକ କାଟିଦେଲେ
କୁଆଁରମୁଣ୍ଡା,୧୫ା୯(ଡି.ଏନ୍.ଏ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ମାଳିବଗିଚାରେ ରହୁଥିବା ଜଣେ ସମ୍ପର୍କୀୟ ଶାଳୀଙ୍କୁ ଭିଣୋଇ କୁହାଯାଉଥିବା ମନୋଜ ପ୍ରଧାନ ଏକ ଆରିରେ ନାକ କାଟି ଦେଇଛନ୍ତି। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା…
ପ୍ରେମିକାଙ୍କୁ ଗଳାକାଟି ହତ୍ୟା, ବିଷ ପିଇଲେ ପ୍ରେମିକ
ଲହୁଣୀପଡ଼ା, ୧୫।୯(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଗୁରୁଣ୍ଡିଆ ବ୍ଲକ ଅଧୀନ ବାଙ୍କି ନିକଟସ୍ଥ ଭାଲତା ଗ୍ରାମରେ ଗୁରୁବାର ଜଣେ ଯୁବତୀଙ୍କୁ ହତ୍ୟାକରି ଜଣେ ଯୁବକ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମୃତ ଯୁବତୀ ହେଲେ ଲହୁଣୀପଡ଼ା ବ୍ଳକ ଅନ୍ତର୍ଗତ ଦର୍ଜୀଂ…
କ୍ଷତି ଆଶଙ୍କାରେ ଧାନଚାଷୀ ହତାଶ
ଲେଫ୍ରିପଡ଼ା,୧୨।୯(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅଞ୍ଚଳରେ ହତାଶରେ ଧାନ ଚାଷୀ ରହିଥିବା ଦେଖିବାକୁ ମିଳିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଚଳିତ ଖରିଫ ଚାଷ ଆରମ୍ଭରେ ଖରଡ଼ି ଧାନ ବୁଣା ସାଙ୍ଗକୁ ରୁଆ ପାଇଁ ତଳି ପକାଇଥିଲେ। କିନ୍ତୁ ଜୁଲାଇ ଏବଂ…
ପୁଣି ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ
ବଣାଇଁ,୧୦।୯(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବାଙ୍କୀ ବନାଞ୍ଚଳ ଟୁଁଗୁରି ଜଙ୍ଗଲରେ ଶନିବାର ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଅଞ୍ଚଳବାସୀଙ୍କ ନିକଟରୁ ଖବର ପାଇ ବନ ବିଭାଗ ଅଧିକାରୀଙ୍କ ସହ ଏକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ…
Archives


