ସୁନ୍ଦରଗଡ଼

ଜୈବିକ ପଦ୍ଧତିରେ ଆଦିବାସୀଙ୍କ ଫୁଲକୋବି ଚାଷ

ସୁନ୍ଦରଗଡ଼, ୧୧।୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲାର ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାରର ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ସେଥିମଧ୍ୟରେ ଫୁଲ କୋବି ହେଉଛି ଏକ ପ୍ରମୁଖ ଚାଷ। ଆଦିବାସୀ ଚାଷୀମାନେ ଏହାକୁ ଜୈବିକ ପଦ୍ଧତିରେ କରୁଥିବାରୁ…

ବିର୍ସା ମୁଣ୍ଡା ଆଥ୍‌ଲେଟିକ୍‌ ଷ୍ଟାଡିୟମ ଲୋକାର୍ପଣ

ରାଉରକେଲା ଅଫିସ,୧୧ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦୁଇଦିନିଆ ରାଉରକେଲା ଗସ୍ତ କରିଛନ୍ତି। ଏହି ସମୟରେ ସେ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ରାଉରକେଲା ବିଶ୍ରା ଛକରେ ନିର୍ମିତ…

ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ

ବଡ଼ଗାଁ, ୯।୩(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ନିକଟ ବସ୍‌ଷ୍ଟାଣ୍ଡର ଏକ ଚା ଦୋକାନରୁ ଲୁଟ ହୋଇଛି। ୨ ଲକ୍ଷ ଟଙ୍କା ଥିବା ବ୍ୟାଗକୁ ୨ଜଣ ଦୁର୍ବୃତ୍ତ ସର୍ବସମ୍ମୁଖରେ ଝାମ୍ପିନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।…

ଦେଶୀ ରଙ୍ଗରେ ଝଲସିବେ ରାଧାକୃଷ୍ଣ

ରାଉରକେଲା ଅଫିସ, ୭।୩: ରାଉରକେଲା ସେକ୍ଟର-୭ ସ୍ଥିତ ଦୁର୍ଗାପୂଜା ପଡିଆରେ ଆସନ୍ତା ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାଇଚାରାର ମହାନ ପର୍ବ ଦୋଳ ମେଳଣ। ଚଳିତବର୍ଷ ଏହା ନବମ ବର୍ଷରେ ପଦାର୍ପଣ କରିଛି। ଦେଶୀ ରଙ୍ଗରେ ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ…

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ରାଜଗାଙ୍ଗପୁର, ୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରାଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ସୋମବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ପୌରାଞ୍ଚଳରେ ପରିବାର ସହିତ ବାସ କରୁଥିବା ନାବାଳିକା (୧୭) ଏକ ବାହାଘରକୁ ଯିବା ପାଇଁ ଗତ…

ବଜାରରେ ଦେଶୀ ରଙ୍ଗ କମ୍‌, କେମିକାଲ ବେଶି

ରାଉରକେଲା ଅଫିସ, ୬।୩:ଆସନ୍ତା ୮ତାରିଖରେ ଲୋକେ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରିବେ। ଏହାକୁ ନେଇ ରାଉରକେଲା ସହର ଚଳଚଞ୍ଚଳ ହୋଇପଡିଛି। ହୋଲିରେ ସହରର ଶତାଧିକ ଛୋଟବଡ ଅନୁଷ୍ଠାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହା ଭିତରେ…

ରିଫିଲିଂ ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୪ ଗୁରୁତର

ରାଉରକେଲା ଅଫିସ,୫।୩: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ରେଲୱେ କଲୋନୀ ଅଞ୍ଚଳରେ ରବିବାର ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଶଙ୍କର ମିସ୍ତ୍ରୀ, ଶ୍ୟାମ ଶର୍ମା, ଆନନ୍ଦ ମୁସିଦ ଏବଂ ଶଙ୍କର ଅଲି। ଗୁରୁତରଙ୍କୁ ଚିକିତ୍ସା ଲାଗି…

ମେଳା ପରେ ସ୍ବଚ୍ଛତାକୁ ଭୁଲିଗଲେ

ରାଉରକେଲା ଅଫିସ,୪।୩: ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପଡିଆରେ ଗତ ଫେବୃଆରୀ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ପରିଷଦ ପକ୍ଷରୁ ରାଜସ୍ଥାନ ମେଳା ଅନୁଷ୍ଠିତ ହୋଇଥିଲା। ଏହି ମେଳା ଶେଷ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ଡିଏଭି ପଡିଆକୁ…

ମିଠା ନାଁରେ ଜହର ବିକ୍ରି

ରାଉରକେଲା ଅଫିସ,୪।୩: ରାଉରକେଲାରେ ଶତାଧିକ ଫାଷ୍ଟ୍‌ଫୁଡ୍‌, ଜଳଖିଆ, ବେକେରୀ ଓ ମିଠା ଦୋକାନ ରହିଛି। ତେବେ ଅଧିକାଂଶ ଦୋକାନରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ସହରରେ ଥିବା କେତେକ ମିଠା ଦୋକାନରେ ଏଭଳି ଚାଲିଛି।…

ଝିରପାଣିରେ ହାତୀ ଭାଙ୍ଗିଲା ପାଚେରି

ରାଉରକେଲା ଅଫିସ,୩।୩: ସୁନ୍ଦରଗଡ଼ ଜିଲା ବିଶ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀ ବୁଧବାର ଭୋର ସମୟରେ ଆସି ରାଉରକେଲା ଉପକଣ୍ଠରେ ଉପଦ୍ରବ କରିଛି। ଏହି ହାତୀ ଝିରପାଣି, ଜଗଦା ସମେତ ଏନ୍‌ଆଇଟି ପାର୍ଶ୍ୱାଞ୍ଚଳସ୍ଥ ରାଧାକୃଷ୍ଣ ମନ୍ଦିର, ବିଏସ୍‌ଏନ୍‌ଏଲ, ବିବାହ ସାମଗ୍ରୀ ବିକ୍ରୟ…

ଜଙ୍ଗଲରେ ମହିଳାଙ୍କୁ ଦଳିମାରିଲା ହାତୀ

ସୁନ୍ଦରଗଡ଼,୧ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଲସର ଗାଁ ନିକଟ ଛୁଆଲି ଘାଟି ଜଙ୍ଗଲରେ ବୁଧବାର ମଧ୍ୟାହ୍ନରେ ଯୁବକ ଜଣେ ମହିଳାଙ୍କୁ ବାଇକ୍‌ରେ ବସାଇ କୌଣସି କାମରେ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ମହିଳାଙ୍କୁ ହାତୀ…

ଗାଁରେ ପଶିଲା କଲରାପତରିଆ ବାଘ, ଲୋକେ ଆତଙ୍କିତ

ସୁନ୍ଦରଗଡ଼,୧ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ଗାଁରେ ଏକ କଲରାପତରିଆ ବାଘ ପଶିଆସିଛି । ଜଣଙ୍କ ବାଡ଼ି ପଟେ ପଶୁଥିବା ବେଳେ ଲୋକେ ଦେଖି ପାଟି କରିବା ପରେ ଗାଁ ଲୋକେ ତାକୁ ଘଉଡ଼ାଇ ଥିଲେ। ବାଘଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?