ସ୍ମାର୍ଟସିଟି: ଟ୍ରେନ୍‌ ନେଲାଣି ୧୩୯ ଜୀବନ

ରାଉରକେଲା ଅଫିସ,୩୧।୩: ସ୍ମାର୍ଟସିଟି ରାଉରକେଲାରେ ଟ୍ରେନ ଧକ୍କା, ଟ୍ରେନରୁ ଖସି ଓ ଆମତ୍ହତ୍ୟା ଜନିତ ମୃତ୍ୟୁ ମାମଲା ବଢିବାରେ ଲାଗିଛି। ଟ୍ରେନ୍‌ ଲାଇନରେ ଲୋକଙ୍କ ଜୀବନ ଯିବା ଘଟଣାରେ ରୋକ୍‌ ଲାଗିପାରୁନି। ସାମାନ୍ୟ ଭୁଲ ଓ ଅସାବଧାନତା ଯୋଗୁ ଅକାଳରେ ଚାଲିଯାଉଛି ଅମୂଲ୍ୟ ଜୀବନ।
ରାଉରକେଲା ଜିଆର୍‌ପିର ସୂଚନା ଅନୁସାରେ, ଗତ ୩ବର୍ଷ ମଧ୍ୟରେ ରାଉରକେଲା ଜିଆରପି ଅଧୀନରେ ସମୁଦାୟ ୧୭୭ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ୨୦୨୨ ମସିହାରେ ସର୍ବାଧିକ ୯୦ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୬୯ଜଣଙ୍କ ଟ୍ରେନ ଧକ୍କା, ଟ୍ରେନରୁ ଖସିପଡି ଓ ଆମତ୍ହତ୍ୟା ଜନିତ ମୃତ୍ୟୁ ହୋଇଛି। ସେହିପରି ୨୦୨୧ରେ ମୋଟ୍‌ ୬୫ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୫୧ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ୨୩ଟି ମାମଲା ପଞ୍ଜୀକୃତ ହୋଇଛି। ସେଥିରୁ ୧୯ଜଣଙ୍କ ଟ୍ରେନ ଧକ୍କା, ଟ୍ରେନରୁ ଖସି ଓ ଆମତ୍ହତ୍ୟା ହେତୁ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଭାବେ ଟ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ଗତ ୩ ବର୍ଷରେ ୧୩୯ ଜଣଙ୍କ ମୃତ୍ୟୁ ହୋଇଛି।
ଅସାବଧାନତା ଏବଂ ଦୁଃସାହସିକ କାର୍ଯ୍ୟକଳାପ ଯୋଗୁ ଲୋକଙ୍କୁ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡୁଛି। ଟ୍ରେନରେ ଯାତ୍ରା ବେଳେ ତରତର ହୋଇ ଟ୍ରେନ୍‌ ଚଢିବା, ଟ୍ରେନ ଦ୍ୱାର ପାଖରେ ଛିଡା ହୋଇ ଅନ୍ୟମନସ୍କ ରହୁଥିବା କାରଣରୁ ଅନେକ ବ୍ୟକ୍ତି ଟ୍ରେନରୁ ଖସି ଗୁରୁତର ହେଉଛନ୍ତି। କୁଲୁଙ୍ଗା, ପାନପୋଷ ଏବଂ ବିଶ୍ରା ଛକ ନିକଟସ୍ଥ ବ୍ରିଜ୍‌ ତଳ ରେଳ ଧାରଣରେ ଅଧିକାଂଶ ଦୁର୍ଘଟଣା ଘଟିଥିବା ନଜିର ରହିଛି। ଏ ନେଇ ଜିଆର୍‌ପି ଥାନାଧିକାରିଣୀ ରେଶ୍ମା ଏକ୍କାଙ୍କୁ ପଚାରିବାରୁ ସେ କହିଲେ, ଟ୍ରେନ୍‌ ଯିବା ବେଳେ ରେଳଧାରଣା ପାରି ହେବାକୁ ବାରଣ କରାଯିବା ସହ ସାଇନବୋର୍ଡ ଲଗାଯାଇଛି। ଏହାସତ୍ତ୍ୱେ ଲୋକେ ଅମାନିଆ ହୋଇ ରେଳଧାରଣା ପାରି ହେଉଥିବାରୁ ଟ୍ରେନ ଧକ୍କାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଏଡାଇବା ପାଇଁ ହେଲେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଏକ୍କା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?