ପଛେଇଛି ଚାଷ କାର୍ଯ୍ୟ, ଚିନ୍ତାରେ ଚାଷୀ
ସୁନ୍ଦରଗଡ଼,୧୦ା୭(ଜୟନାରାୟଣ ମେଣ୍ଡୁଳି): ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲାରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ବର୍ତ୍ତମାନ ଯେଉଁଠି ରୁଆ ବିହୁଡା ହେବା କଥା ଏବେ ସେଇଠି ଧାନ ବୁଣାବୁଣି ଓ ତଳିପକା କାର୍ଯ୍ୟ ଚାଲିଛି। ଏପରିକି ଜିଲାର ଅନେକ…
୭ ଦିନ ମଧ୍ୟରେ ଜାଗା ଖାଲି କର
ରାଉରକେଲା,୯।୭(ସଙ୍ଗୀତା ଜେନା): ଉଦିତନଗରସ୍ଥିତ ରାଉରକେଲା ବିଏସ୍ଏନ୍ଏଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆର୍ଏମ୍ସିର ଫୁଡ୍କୋର୍ଟ ଦୋକାନୀଙ୍କୁ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଛି। ଆରଏମସି ପତ୍ର ସଂଖ୍ୟା ୭୬୯୯/୫.୭.୨୩ ଅନୁଯାୟୀ ନୋଟିସ ପ୍ରକାଶନର ୭ଦିନ ମଧ୍ୟରେ ସ୍ଥାନ ଖାଲି କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ,…
ବିଳମ୍ବ ହେଉଛି ପାଇପ୍ ଗ୍ୟାସ୍ ଯୋଗାଣ
ରାଉରକେଲା,୯।୭(ସଙ୍ଗୀତା ଜେନା)ରାଉରକେଲା ସହରରେ ୨୦୧୯ରୁ ପାଇପ୍ ଯୋଗେ ଘରୋଇ ଗ୍ୟାସ୍ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଶେଷ ହୋଇନାହିଁ। କିଛି ଉପଭୋକ୍ତାଙ୍କୁ ପାଇପ୍ ସଂଯୋଗ ଦିଆଯାଇଥିବା ବେଳେ ଅଧିକାଂଶ ଉପଭୋକ୍ତାଙ୍କ ଘରକୁ ସଂଯୋଗ ହୋଇନାହିଁ। ସେହିପରି ମାଟି ତଳେ…
କୋଏଲ ନଦୀରେ ବୁଡ଼ି ନାବାଳକଙ୍କ ଜୀବନଗଲା
ରାଉରକେଲା,୭।୭(ସଂଗୀତା ଜେନା): ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜମସେରା ଘାଟ କୋଏଲ ନଦୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖବରପାଇ ଘଟଣାସ୍ଥଳରେ ରାଉରକେଲା ଅଗ୍ନିଶମ ଟିମ୍ ପହଞ୍ଚି ମୃତଦେହ ଜବତ କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ…
ଲକ୍ଷ ଲକ୍ଷ ବୃକ୍ଷଚାରା ଉଭାନ
ରାଉରକେଲା,୭।୭(ସଙ୍ଗୀତା ଜେନା : କିଛିବର୍ଷ ତଳେ ରାଉରକେଲା ସବୁଜିମାରେ ଭରପୂର ଥିଲା। ଇସ୍ପାତ ସହର ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ବନ ବିଭାଗ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଉଦ୍ୟମରେ ଉଭୟ ଶିଳ୍ପାଞ୍ଚଳ ଓ ମହାନଗର ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ…
ନିଜ ଖର୍ଚ୍ଚରେ ଷ୍ଟାଡିୟମ ପାଚେରି ନିର୍ମାଣ କରିବ ଠିକାସଂସ୍ଥା
ରାଉରକେଲା,୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲାରେ ୩୫ ଫୁଟ୍ର ହକି ସ୍ମାରକୀ ଟଳି ପଡିବାର ୨୪ଦିନ ନ ବିତୁଣୁ ହକି ଷ୍ଟାଡିମୟ ନିକଟରେ ନିର୍ମିତ ୫୦ଫୁଟ୍ ପାଚେରିକୁ ଭାଙ୍ଗି ଦିଆଯାଇଛି। ପାଚେରିରେ ଫାଟ ଯୋଗୁ ଆର୍ଏମ୍ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।…
କୁଢ଼କୁଢ଼ ଆବର୍ଜନାରେ ଭର୍ତ୍ତି ସାପ୍ତାହିକ ହାଟ
କୁତ୍ରା,୬।୭(ଦେବାଶିଷ ସାହୁ)ସୁନ୍ଦରଗଡ଼ ଜିଲା କୁତ୍ରା ୧୦ ନମ୍ବର ରାଜ୍ୟ ରାଜପଥକୁ ଥିବା ସାପ୍ତାହିକ ହାଟରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି। ସାମାନ୍ୟ ପବନ ହେଲେ ଅଳିଆ ଏଣେତେଣେ ଉଡ଼ିବା ସହିତ ଦୁର୍ଗନ୍ଧରେ ଫାଟି ପଡୁଛି ହାଟ ଅଞ୍ଚଳ। ଫଳରେ ସ୍ଥାନୀୟ…
ପିଡିଏସ୍ ଚାଉଳ ଓଜନରେ ଠକେଇ
ରାଉରକେଲା,୫ା୭(ସଙ୍ଗୀତା ଜେନା): ପିଡିଏସ୍ ଚାଉଳ ଓଜନରେ ହେରଫେର କରାଯାଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି। କେନ୍ଦ୍ର ସରକାର ଗରିବଙ୍କୁ ମାଗଣାରେ ଚାଉଳ ଯୋଗାଉଥିବା ବେଳେ ଏହାକୁ ରାଜ୍ୟ ସରକାର, ଯୋଗାଣ ଅଧିକାରୀ,…
ଟିକେଟ କେନ୍ଦ୍ରରେ ତାଲା, ଯାତ୍ରୀ ହଇରାଣ
ରାଉରକେଲା,୩।୭(ଦିନେଶ ମିଶ୍ର): ରାଉରକେଲା ରେଲଓ୍ବେ ଷ୍ଟେଶନର ଦ୍ୱିତୀୟ ପ୍ରବେଶପଥରେ ଟିକେଟ୍ କାଉଣ୍ଟର ବନ୍ଦ ଯୋଗୁ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଅଧିକାଂଶ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକେଟ ନ ପାଇ ଟ୍ରେନ୍ ଯାତ୍ରାରୁ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ବିଭାଗୀୟ…
ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର
ଲାଠିକଟା,୩l୭(ରାମେଶ୍ବର ଖାଡ଼ଙ୍ଗା): ସାରନଗରୀ ମୁଖ୍ୟ ରାସ୍ତା କଡ଼ରେ ମୁକୁଳା ପଡ଼ିଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶତାଧିକ ଲୋକ ଯା’ଆସ କରନ୍ତି। ତେବେ କେତେବେଳେ ଅଘଟଣ ଘଟିବ ତାହା କହିହେବ ନାହିଁ।…
ଖୁଚୁରା ଗ୍ରହଣ କରୁନାହାନ୍ତି ଦୋକାନୀ
କୁତ୍ରା,୩ା୭(ଦେବାଶିଷ ସାହୁ): କୁତ୍ରା ଅଞ୍ଚଳରେ ଟଙ୍କିକିଆ, ୨ଟଙ୍କିଆ କଏନ ବର୍ତ୍ତମାନ ସ୍ଥିତିରେ କେହି ନେବାକୁ ରାଜି ହେଉନାହାଁନ୍ତି। ଫଳରେ ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ପାନ ଦୋକାନ, ଚା’ ଦୋକାନ, ପରିବା ଦୋକାନ ଏବଂ ବଡ଼ବଡ଼ ବ୍ୟବସାୟୀ ମଧ୍ୟ…
ଗୋଷ୍ଠୀ ଶୌଚାଳୟରେ ତାଲା
ବିଶ୍ରା,୨।୭(ବଟକୃଷ୍ଣ ସ୍ବାଇଁ)ସୁନ୍ଦରଗଡ ଜିଲା ବିଶ୍ରା ସାପ୍ତାହିକ ବଜାରରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟରେ ୩ ବର୍ଷ ହେଲା ତାଲା ପଡ଼ିଛି। ଫଳରେ ବଜାରକୁ ଆସୁଥିବା ଚାଷୀ ଏବଂ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମହିଳାମାନେ ସମସ୍ୟା ଭୋଗୁଥିବା ଅଭିଯୋଗ…
Archives


