ବିଳମ୍ବ ହେଉଛି ପାଇପ୍‌ ଗ୍ୟାସ୍‌ ଯୋଗାଣ

ରାଉରକେଲା,୯।୭(ସଙ୍ଗୀତା ଜେନା)ରାଉରକେଲା ସହରରେ ୨୦୧୯ରୁ ପାଇପ୍‌ ଯୋଗେ ଘରୋଇ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଶେଷ ହୋଇନାହିଁ। କିଛି ଉପଭୋକ୍ତାଙ୍କୁ ପାଇପ୍‌ ସଂଯୋଗ ଦିଆଯାଇଥିବା ବେଳେ ଅଧିକାଂଶ ଉପଭୋକ୍ତାଙ୍କ ଘରକୁ ସଂଯୋଗ ହୋଇନାହିଁ। ସେହିପରି ମାଟି ତଳେ ପାଇପ୍‌ ବିଛା କାର୍ଯ୍ୟ ମଧ୍ୟ ଶତପ୍ରତିଶତ ହୋଇ ନ ଥିବାରୁ ଏହି ପ୍ରକଳ୍ପ ବିଳମ୍ବ ହେଉଛି।
ସୂଚନା ଅନୁସାରେ, ରାଉରକେଲା ସହରରେ ଉପଭୋକ୍ତାଙ୍କ ଘରକୁ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଇ ଦେବା ପାଇଁ ୨୦୧୯ରେ ପେଟ୍ରୋଲିୟମ ଆଣ୍ଡ ନ୍ୟାଚୁରାଲ ଗ୍ୟାସ ରେଗୁଲେଟିଂ ବୋର୍ଡ (ପିଏନ୍‌ଜିଆରବି) ପରିଚାଳିତ ସିଟି ଗ୍ୟାସ ଡିଷ୍ଟ୍ରବ୍ୟୁଶନ (ସିଜିଡି) ସେବା ବା ଘରୋଇ ଗ୍ୟାସ ପାଇପ୍‌ ସେବା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପ ଶେଷ ହେଲେ ଗ୍ୟାସ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଗେଲ) ଦ୍ୱାରା ପାଇପ ଯୋଗେ ଏହି ଗ୍ୟାସ ଯୋଗାଣ କରାଯିବ। ଫଳରେ ରାଉରକେଲା ଶିଳ୍ପାଞ୍ଚଳ, କୋଏଲନଗର, ଶକ୍ତିନଗର, ଜଗଦା, ଏନ୍‌ଆଇଟି, ଛେଣ୍ଡ, ବାସନ୍ତୀ କଲୋନୀ, ସିଭିଲଟାଉନଶିପ୍‌ ସମେତ ସୁନ୍ଦରଗଡ଼ ଜିଲାର ବ୍ଲକର ହିତାଧିକାରୀ ପାଇପ୍‌ ଯୋଗେ ଗ୍ୟାସ୍‌ ପାଇପାରିବେ। ତେବେ ଏହି ଯୋଜନା ଏବେ ବିଳମ୍ବ ହେବାରେ ଲାଗିଛି। ରାଉରକେଲାରେ ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ପଞ୍ଜୀକରଣ ଓ ପାଇପ ଲାଇନ ଇନଷ୍ଟଲ ହୋଇଥିବା ବେଳେ ସେମାନେ ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି।
ଲୋକଙ୍କୁ ପାଇପ ଗ୍ୟାସ ଯୋଗାଣ ହେଲେ ପ୍ରଦୂଷଣ ହ୍ରାସ ସହ କମ୍‌ ଖର୍ଚ୍ଚରେ ଇନ୍ଧନ ପାଇପାରିବେ। ତେବେ କୋଭିଡ଼ ସମୟରେ ଉକ୍ତ ପ୍ରକଳ୍ପ ଲକ୍ଷ୍ୟ ଛୁଇଁ ଆସୁଥିବା ବେଳେ ସ୍ମାର୍ଟ ସିଟି ସୌନ୍ଦର୍ଯ୍ୟକରଣ ପ୍ରତିବନ୍ଧକ ସାଜିଥିଲା। ପାଇପ ଲାଇନ ବିଛା ହୋଇଥିବା ସ୍ଥାନରେ ଅନ୍ୟ ନିର୍ମାଣ ଯୋଗୁ ବ୍ୟାପକ କ୍ଷତିଗସ୍ତ ହୋଇଥିଲା। ଯାହାଦ୍ୱାରା ପ୍ରକଳ୍ପ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବିତ ହେବାରେ ଲାଗିଛି। ସେକ୍ଟର ୧୫ରୁ ଝିରପାଣି ପର୍ଯ୍ୟନ୍ତ ୫.୪ କିମି ପାଇପ୍‌ ବିଛାକାର୍ଯ୍ୟ ଶେଷ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଅନ୍ୟ ନିର୍ମାଣ କରାଯିବାରୁ ହିଲଟପ୍‌ରୁ ଝିରପାଣି ସାନ୍ସବେରୀ ଡିପାର୍ଟମେଣ୍ଟାଲ ଷ୍ଟୋର ପର୍ଯ୍ୟନ୍ତ ପ୍ରାୟ ୧.୪ କିମି ପାଇପ୍‌ ଲାଇନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ କୋଏଲନଗର ଅଞ୍ଚଳକୁ ଏହି ସୁବିଧା ମିଳିବା ଆହୁରି ବିଳମ୍ବ ହେବ। ସେହିପରି ଛେଣ୍ଡ ଅଞ୍ଚଳରେ ସ୍ବେରେଜ ବୋର୍ଡ ଓ ଅନ୍ୟ ପ୍ରକଳ୍ପ ଯୋଗୁ ଗ୍ୟାସ ପାଇପ ଲାଇନ ନଷ୍ଟ ହୋଇଛି। ସେହିପରି ସିଭିଲଟାଉନଶିପ୍‌ ସମେତ ଅନ୍ୟ ଅଞ୍ଚଳରେ ସମାନ ପରିସ୍ଥିତି। ତେବେ ନଷ୍ଟ ହୋଇଥିବା ପାଇପ୍‌ଗୁଡିକୁ ଗେଲ୍‌ ପକ୍ଷରୁ ମରାମତି ଆରମ୍ଭ କରାଯାଇଥିଲେ ମଧ୍ୟ ଏହା ସମୟସାପେକ୍ଷ ବୋଲି କୁହାଯାଇଛି।
ଏ ସମ୍ପର୍କରେ ଗେଲ୍‌ର ମୁଖ୍ୟ ପ୍ରବନ୍ଧକ କିନସୁକ ସରକାର କହିଛନ୍ତି, ଆର୍‌ଏମ୍‌ସି ଏବଂ ଅନ୍ୟ ନିର୍ମାଣ କାର୍ଯ୍ୟ ଯୋଗୁ ଏହି ସେବା ବିଳମ୍ବିତ ହେଉଛି। ଫଳରେ ଆମେ କୋଏଲନଗର, ସିଭିଲଟାଉନଶିପ୍‌ ଓ ଛେଣ୍ଡକୁ ଗ୍ୟାସ ଯୋଗାଣ କରିବାକୁ ବହୁ ପଛରେ ପଡ଼ିଯାଇଛୁ। ତେବେ ଚଳିତ ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଛେଣ୍ଡରେ ପାଇପ ଗ୍ୟାସ ଯୋଗାଣ କରାଯିବ। ଅତିଶୀଘ୍ର ଏନ୍‌ଆଇଟି ବ୍ୟାକପୋଷ୍ଟ ଅଞ୍ଚଳରେ ଏକ ଚାର୍ଜିଂ ପଏଣ୍ଟ ନିର୍ମାଣ ହେବ। ଯାହାଦ୍ୱାରା ଏନ୍‌ଆଇଟି, ଶକ୍ତିନଗର, ଜଗଦା ଅଞ୍ଚଳବାସୀ ପାଇପ ଗ୍ୟାସ ସହଜ ଓ ସୁଲଭରେ ପାଇବେ ବୋଲି ସରକାର କହିଥିଲେ।
ସୂଚନାଯୋଗ୍ୟ, ପିଏନ୍‌ଜିଆରବି ଅନ୍ତର୍ଗତ ସିଜିଡ଼ି ପ୍ରକଳ୍ପ ଜରିଆରେ ଘରୋଇ, ବ୍ୟବସାୟିକ ଓ ଉଦ୍ୟୋଗଗୁଡ଼ିକୁ ପାଇପ୍‌ ଗ୍ୟାସ ଯୋଗାଣ ପାଇଁ ଲକ୍ଷ୍ୟ ରହିଛି। ଜିଲାରେ ୧୨୧୩୦.୭୦ ବର୍ଗ କିମି କ୍ଷେତ୍ରରେ ଲଡୁଣୀପଡ଼ା, ଲଇକେରା, ହିମଗିରି, ଲେଫ୍ରିପଡ଼ା, ବାଲିଶଙ୍କରା, ଟାଙ୍ଗରପାଲ୍ଲୀ, ସୁନ୍ଦରଗଡ଼, ସବଡ଼େଗା, ବଡ଼ଗାଁ, କୁତ୍ରା, ରାଜଗାଙ୍ଗପୁର, କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା, ଲାଠିକଟା, ଗୁରୁଣ୍ଡିଆ ଆଦି ବ୍ଲକ ଅଞ୍ଚଳରେ ପାଇପ ବିଛାକାର୍ଯ୍ୟ ହେବ। ଘରୋଇ ଯୋଗାଣ ପାଇଁ ୫ଶହ ଇଞ୍ଚ୍‌ର ନେଟୱର୍କ ବିଛାଯିବ। ଜଗଦୀଶପୁର-ହଳଦିଆ-ଧାମରା-ବୋକାରୋରୁ ରାଉରକେଲାକୁ ଗ୍ୟାସ ଯୋଗାଣ କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?