ନିଜ ଖର୍ଚ୍ଚରେ ଷ୍ଟାଡିୟମ ପାଚେରି ନିର୍ମାଣ କରିବ ଠିକାସଂସ୍ଥା

ରାଉରକେଲା,୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲାରେ ୩୫ ଫୁଟ୍‌ର ହକି ସ୍ମାରକୀ ଟଳି ପଡିବାର ୨୪ଦିନ ନ ବିତୁଣୁ ହକି ଷ୍ଟାଡିମୟ ନିକଟରେ ନିର୍ମିତ ୫୦ଫୁଟ୍‌ ପାଚେରିକୁ ଭାଙ୍ଗି ଦିଆଯାଇଛି। ପାଚେରିରେ ଫାଟ ଯୋଗୁ ଆର୍‌ଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ସେହିପରି ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ୬ ନମ୍ବର ପ୍ରବେଶ ପଥରେ ନିର୍ମିତ କାନ୍ଥରେ ମଧ୍ୟ ଏକ ବଡଧରଣର ଫାଟ ସୃଷ୍ଟି ହୋଇଛି। ଏହା ମରାମତି ନ ହେଲେ ଭୁଶୁଡି ପଡିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ ପାଚେରି ଭଙ୍ଗାଯିବା ଘଟଣାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ନେଇ ରାଜ୍ୟ ଭାଜପା ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ହକି ସ୍ମାରକୀ ଟଳି ପଡିବା ମାମଲା ଶିଥିଳ ହୋଇନାହିଁ। ଆମେ ଯାହା କହୁଥିଲୁ ସତ ହେଲା। ପାଚେରି ବି ଧସିଲା। ଏଣୁ ଭାଜପା ଏହାର ସିବିଆଇ ତଦନ୍ତ ଦାବି କରୁଛି।

ସେହିପରି କଂଗ୍ରେସ ନେତା କୈଳାସ ସାହୁ କହିଛନ୍ତି, ଘଟଣାଟି ବିଜେଡି ଓ ଭାଜପାର ମିଳିତ ଦୁର୍ନୀତିର ନମୁନା। ସ୍ମାରକୀ ଟଳି ପଡିବା ଦିନଠାରୁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଆଗକୁ ଉଭୟ ବିଜେଡି, ଭାଜପା ଦଳକୁ ଅଞ୍ଚଳବାସୀ ଜବାବ ଦେବେ । ଏ ନେଇ ରାଉରକେଲା ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପଚାରିବାରୁ ସେ କହିଲେ, ପାଚେରିରେ ଫାଟ ସୃଷ୍ଟି ହୋଇଥିଲା। ଏଣୁ ତାକୁ ଭାଙ୍ଗି ଦିଆଯାଇଛି। ବର୍ଷାରେ ପାଚେରି ଭାଙ୍ଗିନାହିଁ। ନିର୍ମାଣକାରୀ ଠିକାସଂସ୍ଥା ନିଜ ଖର୍ଚ୍ଚରେ ଖୁବଶୀଘ୍ର ପାଚେରିର ପୁନରଦ୍ଧାର ଏବଂ ନିର୍ମାଣ କାର୍ଯ୍ୟ କରିବ। ଏଥିପାଇଁ ଉକ୍ତ ସଂସ୍ଥାକୁ ନୋଟିସ ଜାରି କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri