ସୁନ୍ଦରଗଡ଼

ଗୋଠଛଡ଼ା ଦନ୍ତାର ଉତ୍ପାତ: ସାହିରେ ପଶି ଭାଙ୍ଗିଲେ ଘର

ବଣାଇ,୧୩।୭: ସୁନ୍ଦରଗଡ଼ ଜିଲା ବଣାଇ ସହରରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନାହିଁ। ଏକ ଗୋଠଛଡ଼ା ଦନ୍ତା ଶୁକ୍ରବାର ରାତିରେ ସହରର ମୁଣ୍ଡା ସାହିରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି। ଏପରିକି ପରିବାର ଲୋକେ ଘରେ ଶୋଇଥିବା ବେଳେ ୨ଟି…

ମର୍ମନ୍ତୁଦ ଦୁର୍ଘଟଣା: ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ୍‌

ଟେନସା,୧୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ରେଙ୍ଗାଲବେଢା ଠାରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ପ୍ରଥମେ…

ଗର୍ଜନବାହାଲ କୋଇଲା ଖଣିରେ ଫୁଟିଲା ଗୁଳି: ୩ ଆହତ, ୧୦ ଅଟକ

ସୁନ୍ଦରଗଡ଼,୫ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ସ୍ଥିତ ଗର୍ଜନବାହାଲ କୋଇଲା ଖଣି ନିକଟ ବରପାଲିରେ ଥିବା ଏକ କୋଲ ଓ୍ବାସେରୀରେ ଗୁରୁବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ଖବର ମିଳିଛି। ଖବର ପାଇ ସୁନ୍ଦରଗଡ଼…

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ଥାନା ସୋନାପର୍ବତ ଗଞ୍ଜୁଟୋଲା ଅଞ୍ଚଳର ଶୁକ୍ରମଣି ସମାସୀ(୬୯)।…

କଟାମୁଣ୍ଡ ଧରି ଗାଁ ବୁଲିଲା ଅଭିଯୁକ୍ତ ନାତି

ଟେନସା,୧।୭(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ସୋମବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଜାଙ୍କୁ ଅତି ନୃସଂଶ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ନାତି। ମୃତକ ହେଲେ ପୁରୁଣାପାଣି ଗ୍ରାମର ନୟମାନ ମୁଣ୍ଡା(୬୫)…

ରାଉରକେଲା ଷ୍ଟିଲ୍‌ପ୍ଲାଣ୍ଟ୍‌ରେ ଅଘଟଣ: ୮ ଗୁରୁତର

ରାଉରକେଲା,୧ା୭: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ସୋମବାର ଏକ ଅଘଟଣ ଘଟିଛି। ୫ ନଂ ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ ଅଘଟଣ ଘଟିବାରୁ ଏଠାରେ କାମ କରୁଥିବା ୮ ଶ୍ରମିକ ଗୁରୁତର ହୋଇଛନ୍ତି। ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଯୋଗୁ ଶ୍ରମିକମାନେ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତଙ୍କୁ…

ଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ

ଟେନ୍‌ସା,୧ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜ କାଳଟା ପଞ୍ଚାୟତର ଝିରିପାଣି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଝିରିପାଣି ନିକଟ ଦୋଲୋଡିହା ଗ୍ରାମର ସାମୁଏଲ ଆଇନ୍ଦି (୫୫) ସୋମବାର ସକାଳ ୬ଟାରେ ନିକଟସ୍ଥ ଜଙ୍ଗଲ ପାଖରେ ଥିବା…

ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ, ପ୍ରେମିକ: ଆସିଲା କୋର୍ଟଙ୍କ ରାୟ

ସୁନ୍ଦରଗଡ,୨୯।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ବ୍ରାହ୍ମଣପଡା ଗତିକୃଷ୍ଣ ପୁରୋହିତ ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ମୃତକଙ୍କ ସ୍ତ୍ରୀ ସୀତୁ ପଣ୍ଡା (୩୭) ଓ ପଡୋଶୀ ଛତିଶଗଡ…

ସରକାରୀ ଡାକ୍ତରଖାନାରୁ ଧରାପଡ଼ିଲେ ନକଲି ଡାକ୍ତର

ରାଉରକେଲା,୨୭ା୬(ସଙ୍ଗୀତା ଜେନା): ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରୁ ନକଲି ଡାକ୍ତର ପଦ୍ମନାଭ ମୁଖୀ କାରଆ(୫୩)ଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଘରୋଇ ବଜାଜ ଫାଇନାନ୍ସ ପକ୍ଷରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ଋଣ ନେବା ସଂକ୍ରାନ୍ତରେ ଏହି ନକଲି ଡାକ୍ତର…

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ୧୫…

ଧର୍ମାନୁଷ୍ଠାନରେ ଆକ୍ରମଣ: ଲୁଟିନେଲେ ୧୦ ଲକ୍ଷ ଟଙ୍କା

ରାଉରକେଲା,୧୫।୬: ସୁନ୍ଦରଗଡ଼ ଜଗିଲା ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ଝରାବାହାଲ ସ୍ଥିତ ଏକ ଧର୍ମାନୁଷ୍ଠାନରେ ଶନିବାର ଏକ ବଡ଼ ଧରଣର ଲୁଟ ହୋଇଛି। ଲୁଟେରାମାନେ ସଶସ୍ତ୍ର ଆକ୍ରମଣ କରି ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆକ୍ରମଣରେ ଧର୍ମାନୁଷ୍ଠାନର ୨ଜଣ ଗୁରୁତର…

ବ୍ରାହ୍ମଣୀରେ ବୁଡ଼ିଗଲେ NITର ଦୁଇ ଛାତ୍ର

ରାଉରକେଲା,୮ା୬: ସୁନ୍ଦରଗଡ଼ ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଶନିବାର ବୁଡ଼ି ଯାଇଛନ୍ତି ଦୁଇ ଛାତ୍ର। ଏହି ଦୁଇ ଛାତ୍ର ଏନ୍‌ଆଇଟିରେ ପଢୁଥିଲେ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲାର ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ତେବେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?