ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ମିଳିଲା
ସୋନପୁର,୧୩ା୮(ନି.ପ୍ର.): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)ର କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮)ଙ୍କ ମୃତଦେହ ଶନିବାର ସନ୍ଧ୍ୟାରେ ମିଳିଛି। ସନ୍ଧ୍ୟା ୫ଟା ୪୫ମିନିଟ୍ରେ ସୁବର୍ଣ୍ଣପୁର ଜିଲା ଲଛିପୁରସ୍ଥିତ ଅଙ୍ଗନଦୀରୁ ତାଙ୍କ ଗଳିତ ମୃତଦେହ ଜବତ କରାଯାଇଛି।। ନିଖୋଜ ହେବାର ୬୬ଘଣ୍ଟା ପରେ ଓଡ୍ରାଫ୍ ଟିମ୍…
ଲଗାଣ ବର୍ଷାରେ ଭାଙ୍ଗିଲା ଘର: କାନ୍ଥ ପଡି ୨ ଗୁରୁତର
ସୋନପୁର,୧୩।୮(ନି.ପ୍ର.): ସୋନପୁର ସହର ୨ ନମ୍ବର ଓ୍ବାର୍ଡର କଳିଙ୍ଗନଗରଠାରେ ଗୁରୁବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲଗାଣ ବର୍ଷାରେ ମାଟି କାନ୍ଥ ଓଦା ହୋଇ ପଡି ଯିବାରୁ ବାବୁଲି ଟୁଡୁ(୪୦)ଙ୍କ ଘର ଭାଙ୍ଗିଛି। ଏହି ସମୟରେ ଘରେ ଶୋଇଥିବା ବାବୁଲିଙ୍କ ସ୍ତ୍ରୀ…
ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ପରଲୋକ
ଅମରପାଲି, ୧୨ା୮(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଞ୍ଚଳର ବରିଷ୍ଠ ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ଗୁରୁବାର ପ୍ରତ୍ୟୁଷରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ସେ ‘ଧରିତ୍ରୀ’ର ଫଟୋ ସାମ୍ବାଦିକଭାବେ କାର୍ଯ୍ୟ କରିଥିଲେ। ସେ ଅବିବାହିତ ଥିଲେ।…
ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର କଢ଼ି
ସୋନପୁର,୧୦ା୮(ନି.ପ୍ର.): ବାଲ୍ୟ ବିବାହ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର କଢିର ସୁଟିଂ ସରିଛି। କିଛି ଦିନ ଧରି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା। ଆସନ୍ତା ସେପ୍ଟେମ୍ବର ମାସରେ ଏହା ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା…
କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ: ୨ ଗିରଫ
ସୋନପୁର,୯।୮(ନି.ପ୍ର.): ସୋନପୁର ଟାଉନ ପୋଲିସ ହରଡଖୋଲ ଛକ ଠାରେ ଚଢାଉ କରି ଶାଳ କାଠ ଚୋରା ଚାଲାଣରେ ନିୟୋଜିତ ଏକ ପିକ୍ ଅପ୍ ଭ୍ୟାନ୍କୁ ଧରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ପୋଲିସ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଏବଂ…
ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ୪ ଗିରଫ
ସୋନପୁର,୬।୮(ନି.ପ୍ର.): ସୋନପୁର ଟାଉନ ପୋଲିସ କୁଞ୍ଜଛକଠାରେ ଚଢାଉ କରି ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଛତିଶଗଡ ଗଞ୍ଜେଇ ବ୍ୟବସାୟୀଙ୍କ ନିକଟରୁ ୨୧ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ସେହିପରି ଗଞ୍ଜେଇ…
ସୋନପୁର ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସୋନପୁର,୧୨।୭(ନି.ପ୍ର.): ସୋନପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାର ଲୋକଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।…
କାର-ଅଟୋ ଧକ୍କା: ଚାଲିଗଲା ୩ ଜୀବନ, ୭ ଗୁରୁତର
ସୋନପୁର,୧୨।୭(ନି. ପ୍ର. ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖାରି ନିକଟସ୍ଥ ବଡ଼ବାହାଲିଠାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି।…
ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଜବତ
ବିନିକା,୨୦ା୬(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ଥାନା ବାଉଁଶୁଣି ଡୁଗୁମାଳି ଜଙ୍ଗଲରୁ ସୋମବାର ଭୋର୍ରୁ ୨୨ ବର୍ଷୀୟ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଛି ବିନିକା ପୋଲିସ। ସୂଚନାନୁଯାୟୀ, ମୃତ ଯୁବକ ଜଣକ ହେଉଛନ୍ତି ବାଉଁଶୁଣି ଗ୍ରାମର ନେତ୍ର ଭୋଇଙ୍କ ପୁଅ…
ରାଜ୍ୟ, କେନ୍ଦ୍ର ସରକାର ସବୁକ୍ଷେତ୍ରରେ ବିଫଳ: କଂଗ୍ରେସ
ଅମରପାଲି, ୧୯।୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା କଂଗ୍ରେସ ତରଫରୁ ନବସଂକଳ୍ପ ଶିବିରର ଜିଲାସ୍ତରୀୟ କର୍ମଶାଳା ଶନିବାର ବୀରମହାରାଜପୁର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ବ୍ଲକ କଂଗ୍ରେସ କମିଟି ସଭାପତି ବସନ୍ତ ମହାକୁଡ଼ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଶିବିରରେ ଜିଲାର କଂଗ୍ରେସ…
ମାଛ ମାରିବାକୁ ଚାଲିଛି ବ୍ଲାଷ୍ଟିଂ
ବିନିକା,୧୬।୬(ଡି.ଏନ୍.ଏ.) – ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ଦେଇ ପ୍ରବାହିତ ଜୀରା ନଦୀରେ ଅବାଧରେ ବ୍ଲାଷ୍ଟିଂ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରାଯାଉଛି। ସହଜରେ ମାଛ ମାରିବା ପାଇଁ କେତେକ ମାଛ ବେପାରୀ ଏଭଳି ପନ୍ଥା ଆପଣେଇ ନେଇଛନ୍ତି। ଏହାଫଳରେ ଜଳଚର…
ଚଟାଣରେ ଗଡୁଛନ୍ତି ପ୍ରସୂତି, ନବଜାତକ
ସୋନପୁର,୧୩।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡାକ୍ତରଖାନାରେ ଶଯ୍ୟା ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଚିକିତ୍ସା ପାଇଁ ଆସୁଥିବ)। ରୋଗୀ ଓ ସମ୍ପର୍କିୟ ମାନେ ଅସୁବିଧା ଭୋଗୁଛନ୍ତି। ସାଧାରଣ ରୋଗୀଙ୍କ ସମେତ ପ୍ରସୂତୀ ଓ ନବଜାତକଙ୍କୁ ଡାକ୍ତରଖାନା ବାରଣ୍ଡାରେ ରଖାଯାଉଛି। ପ୍ରବଳ ଗ୍ରୀଷ୍ମ…
Archives


