ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ୪ ଗିରଫ

ସୋନପୁର,୬।୮(ନି.ପ୍ର.): ସୋନପୁର ଟାଉନ ପୋଲିସ କୁଞ୍ଜଛକଠାରେ ଚଢାଉ କରି ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଛତିଶଗଡ ଗଞ୍ଜେଇ ବ୍ୟବସାୟୀଙ୍କ ନିକଟରୁ ୨୧ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ସେହିପରି ଗଞ୍ଜେଇ ବ୍ୟବସାୟୀଙ୍କ ସୁରକ୍ଷାକାରୀ ବୌଦ୍ଧ ଜିଲା ମନମୁଣ୍ଡା ଅଞ୍ଚଳର ୨ ଯୁବକଙ୍କ ବାଇକ୍‌ ଡିକିରୁ ପୋଲିସ ଦେଶୀ ପିସ୍ତଲ, ଗୋଟିଏ ଅଫୁଟା ଗୁଳି ଓ ମାଗାଜିନ୍‌ ଜବତ କରିଛି। ଏହି ଘଟଣାରେ ପୋଲିସ ୨ଟି ବ୍ୟବହୃତ ବାଇକ୍‌, ୪ଟି ମୋବାଇଲ ଫୋନ ଓ ୨ ହଜାର ଟଙ୍କା ଜବତ କରିଥିବା ଏସ୍‌ପି ଅମରେଶ କୁମାର ପଣ୍ଡା ଶୁକ୍ରବାର ସୋନପୁର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍‌ପିଙ୍କ କହିବା ଅନୁଯାୟୀ, ପୋଲିସ ପାଟ୍ରୋଲିଂ ସମୟରେ ଗୁରୁବାର ବୌଦ୍ଧ ଜିଲା ମନମୁଣ୍ଡା ପଟୁ ୨ଟି ବାଇକ୍‌ରେ ୪ ଜଣ ବ୍ୟକ୍ତି ସୋନପୁର ଅଭିମୁଖେ ଆସୁଥିଲେ। ହୋଣ୍ଡା ସାଇନ ବାଇକ୍‌ (ନଂ ସିଜି୧୩ୟୁଏଚ-୨୫୯୭)ରେ ଛତିଶଗଡ ଯୋଶପୁର ଜିଲା କୋଟବା ଗ୍ରାମର ଗାୟତ୍ରୀ ସିଦାର(୨୦) ଓ ଛତିଶଗଡ ରାଜ୍ୟ ରାଏଗଡ ଜିଲା ବଜରଙ୍ଗପଡାର ସୁଶିଲ ସାହୁ(୧୯) ଯାଉଥିଲେ। ଗାୟତ୍ରୀ ଓ ସୁଶିଲଙ୍କୁ ସୁରକ୍ଷା ଦେଇ ହିରୋ ଗ୍ଲାମୋର ବାଇକ୍‌ (ନଂ ଓଡି୩୧ସି-୫୬୩୯)ରେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ମସିଣାପଡାର ଦାମୋଦର ମହାଲିଙ୍ଗ(୩୧) ଓ ବାହାଜୁର ଗ୍ରାମର ଯୋଗେଶ୍ୱର ପଧାନ(୨୨) ଆଗରେ ଯାଉଥିଲେ। ପୋଲିସ ଟିମ୍‌ର ତନଖି ସମୟରେ ଗାୟତ୍ରୀ ଓ ସୁଶିଲଙ୍କ ନିକଟରୁ ୨ଟି ଜରି ବ୍ୟାଗ୍‌ରୁ ମୋଟ ୨୧ କିଲୋ ୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଦୁହେଁ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ। ସେମାନେ ଓଡିଶାରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏସ୍‌ପି ପଣ୍ଡା କହିଛନ୍ତି। ସେହିପରି ଦାମୋଦର ଓ ଯୋଗେଶ୍ୱରଙ୍କ ବାଇକ୍‌ ଡିକି ତନଖି ସମୟରେ ଏକ ରାଉଣ୍ଡ ଅଫୁଟା ଗୁଳି ଭର୍ତ୍ତି ଥିବା ଗୋଟିଏ ହାତ ତିଆରି ଦେଶୀ ପିସ୍ତଲ ଓ ଗୋଟିଏ ମାଗାଜିନ୍‌ ମିଳିଥିଲା। ଗଞ୍ଜେଇ ଚୋରାଚାଲାଣକାରୀମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ବନ୍ଧୁକ ବ୍ୟବହାର କରୁଛନ୍ତି। ତେଣୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଚଢାଉ ସମୟରେ ପୋଲିସ ସତର୍କତା ଅବଲମ୍ବନ କରିବାକୁ ଏସ୍‌ପି ପଣ୍ଡା ଜିଲାର ସମସ୍ତ ଥାନା ଅଧିକାରୀଙ୍କୁ ଏହି ଅବସରରେ ପରାମର୍ଶ ଦେଇଥିଲେ। ଏସଆଇ ପିୟୁଷରାଜ ନାୟକଙ୍କ ଅଭିଯୋଗ କ୍ରମେ ସୋନପୁର ଥାନାରେ ୧୬୨/୨୨ ମୂଳେ ଏନଡିପିଏସ ଆକ୍ଟ ଓ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି। ଏସଆଇ ସସ୍ମିତା ଭୁତିଆ ମାମଲାର ତଦନ୍ତ କରୁଛନ୍ତି। ଶୁକ୍ରବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଖବରଦାତା ସମ୍ମିଳନୀରେ ସୋନପୁର ଏସଡିପିଓ ପୂୁଷ୍ପାଞ୍ଜଳି ନିଙ୍ଗି ଓ ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?