ମାଛ ମାରିବାକୁ ଚାଲିଛି ବ୍ଲାଷ୍ଟିଂ

ବିନିକା,୧୬।୬(ଡି.ଏନ୍‌.ଏ.) – ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ଦେଇ ପ୍ରବାହିତ ଜୀରା ନଦୀରେ ଅବାଧରେ ବ୍ଲାଷ୍ଟିଂ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରାଯାଉଛି। ସହଜରେ ମାଛ ମାରିବା ପାଇଁ କେତେକ ମାଛ ବେପାରୀ ଏଭଳି ପନ୍ଥା ଆପଣେଇ ନେଇଛନ୍ତି। ଏହାଫଳରେ ଜଳଚର ଜୀବ ବିଲୁପ୍ତ ହେବାରେ ଲାଗିଥିବା ବେଳେ ନଦୀ ପାଣି ପ୍ରଦୂଷିତ ହେବାରେ ଲାଗିଛି। ଅପରପକ୍ଷରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ଶତାଧିକ କେଉଟ ପରିବାରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସେମାନେ ପୂର୍ବପରି ମାଛ ମାରି ନିଜର ଗୁଜରାଣ ମେଣ୍ଟାଇବା ଏବେ କଷ୍ଟକର ହୋଇପଡିଛି।
ବିନିକା ବ୍ଲକ ବାଙ୍କିଘିର୍ଡି ଗ୍ରାପର ସାରଙ୍ଗପାଲି, ହୁତୁମା ଓ ଅରିଗାଁ ତଟବର୍ତ୍ତୀ ଦେଇ ପ୍ରବାହିତ ଜୀରାନଦୀ ଅରିଗଁା ଠାରେ ମହାନଦୀରେ ମିଶିଛି।ଚ ଏହି ନଦୀରେ ମୁଖ୍ୟତଃ ରୋହି,ଭାକୁର, କୁସୁରା,ବାଳିଆ,ସିଂହାର, କଳାଚିଆଁ, ସେରନା, କଳାଚି, ଭାଙ୍ଗେନ ପ୍ରଭୃତି ମାଛ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ମାତ୍ର ୩ ବର୍ଷ ହେଲା ପ୍ରଶାସନିକ ଅବହେଲା ଯୋଗୁ ସାରଙ୍ଗପାଲି -ଅରିଗାଁ ମଧ୍ୟବର୍ତ୍ତୀ ସାରଙ୍ଗପାଲି ପିଲାଖାଇ ଜୀରାନଦୀ ଘାଟ, ଆଖିଦାଦର ତୁଷୁଙ୍ଗା ଘାଟ,ତେତଳିଆ ଘାଟ ଏବଂ ଅରିଗାଁ ଗଣ୍ଡରେ ଚାଲିଛି ମନଇଚ୍ଛା ବ୍ଲାଷ୍ଟିଂ। ଉପରୋକ୍ତ ଘାଟଗୁଡିକରେ ବ୍ଲାଷ୍ଟିଂ ହେଉଥିବାରୁ କେଉଟମାନେ ଜାଲରେ ମାଛ ଧରିବା ପାଇଁ ଯିବାକୁ ଭୟ କରୁଛନ୍ତି। ଫଳରେ ଘାଟଗୁଡିକ ସର୍ବଦା ଜନଶୂନ୍ୟ ରହିବା ଦେଖିବାକୁ ମିଳୁଛି। ଯାହାର ଫାଇଦା ଉଠାଉଛନ୍ତି ମାଛ ବେପାରୀ। ପ୍ରତିଦିନ ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଏବଂ ବିଳମ୍ବିତ ରାତିରେ ନିର୍ବିଘ୍ନରେ ବ୍ଲାଷ୍ଟିଂ ଚାଲିଥିଲେ ହେଁ ପ୍ରଶାସନ ଆଖି ବୁଜି ଦେଇଛି। ବିଶେଷକରି ସୁଲେଇ,ପାପୀ, ଖଲିଆପାଲି, ମହୁଲପାଲି ଓ ପପଙ୍ଗା ଗାଁର ବେପାରୀମାନେ ଏହିଭଳି ଉପାୟରେ ମାଛ ମାରି ମାଲାମାଲ୍‌ ହେଉଛନ୍ତି ା ବିୟର କାଚ ବୋତଲ ବିଭିନ୍ନ ବିଦେଶୀ ମଦ ଦୋକାନରୁ କ୍ରୟ କରି ତନ୍ମଧ୍ୟରେ ବାରୁଦ ଭର୍ତ୍ତି କରି ସେଥିରେ ନିଅଁା ଲଗାଇ ନଦୀକୁ ଫିଙ୍ଗୁଛନ୍ତି। ବିସ୍ଫୋରଣର ପ୍ରଭାବରେ ହଜାର ହଜାର ସଂଖ୍ୟାରେ ମାଛ ଓ ଅନ୍ୟ ଜଳଚର ଜୀବ ମରି ପାଣିରେ ଭାସୁଛନ୍ତି। ଏହାକୁ ଜାଲ ପକାଇ ସଂଗ୍ରହ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ପ୍ରତି ବ୍ଲାଷ୍ଟିଂରେ ୫୦କେଜିରୁ ଊର୍ଦ୍ଧ୍ୱ ବିଭିନ୍ନ କିସମର ମାଛ ମରି ଭାସୁଥିବାରୁ ବେପାରୀମାନେ ଏହାକୁ ବସ୍ତା , ପ୍ୟାକେଟ ଆଦିରେ ନେଇ ବଜାରରେ ଚଢା ଦାମରେ ବିକ୍ରି କରୁଛନ୍ତି। ଅପରପକ୍ଷରେ ପୂର୍ବରୁ ଜୀରାନଦୀର ଏହିସବୁ ଘାଟରେ ଜାଲ ପକାଇ ମାଛ ମାରି ସାରଙ୍ଗପାଲି,ହୁତୁମା, ଟିହିଁକିପାଲି,ଖଲିଆପାଲି,ଆଖିଦାଦର, ଖଣ୍ଡହତା କୁଡାପାଳିର ୩୦୦ରୁ ଊର୍ଦ୍ଧ୍ୱ କେଉଟ ପରିବାର ନିଜ ପରିବାର ଚଳାଉଥିଲେ। ଏବେ ବ୍ଲାଷ୍ଟିଂ ଭୟରେ ଖୁବ କମ ସଂଖ୍ୟକ କେଉଟ ନଦୀ କୂଳରେ ଜାଲ ପକାଇ ମାଛ ମାରିବା ଦେଖିବାକୁ ମିଳୁଛି। ମାଛ ବେପାରୀମାନେ ବ୍ଲାଷ୍ଟିଂ କରିବା କାରଣରୁ ଏହାର କୁପ୍ରଭାବ ଜୀରାନଦୀ ସହ ମହାନଦୀ ଉପରେ ମଧ୍ୟ ପଡୁଛି। ଉଭୟ ନଦୀର ଜଳ ପ୍ରଦୂଷିତ ହୋଇ ବିଭିନ୍ନ ପ୍ରଜାତିର ଜଳଜୀବ ବିଲୁପ୍ତ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର କେଉଟମାନେ ମାଛ ବେପାରୀଙ୍କ ଏହି ବେଆଇନ କାର୍ଯ୍ୟକଳାପ ବିରୋଧରେ ପାଟି ଖୋଲିବାକୁ ଭୟ କରୁଛନ୍ତି। ସେହିପରି ବାଙ୍କିଘିର୍ଡି ରାଜସ୍ବ ବିଭାଗରେ ବ୍ଲାଷ୍ଟିଂ ବିଷୟରେ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏପରି କି କେବେ କେମିତି ବ୍ଲାଷ୍ଟିଂ କରିବା ସମୟରେ ଅସାବଧାନତା ବଶତଃ ଜୀବନହାନୀ ହେଉଛି। ମାତ୍ର ବେଆଇନ କାର୍ଯ୍ୟ ପଦାରେ ପଡିବ ବୋଲି ଘଟଣାକୁ ଚାପି ଦିଆଯାଉଛି। ଯଥାଶୀଘ୍ର ଏହାକୁ ରୋକା ନ ଗଲେ କେଉଟମାନଙ୍କ ବେଉସା ବୁଡିବା ସହ ନଦୀରୁ ମାଛ ବଂଶ ଲୋପ ପାଇବା ଆଶଙ୍କା ରହିଛି ା
ଏ ନେଇ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି, ନଦୀଗର୍ଭରେ ବିସ୍ଫୋରଣ ହେବା ଦଣ୍ଡନୀୟ ଅପରାଧ। ଏ ସମ୍ପର୍କରେ ବାଙ୍କିଘିର୍ଡି ରାଜସ୍ବ ନିରୀକ୍ଷକଙ୍କୁ ଜଣାଇ ଏହାର ବିଧିବଦ୍ଧ ତଦନ୍ତ କରାଯିବ। ସେହିପରି ବିନିକା ଥାନାଧିକାରୀ ପବିତ୍ର ସାହୁ କହିଛନ୍ତି, ଜୀରା ନଦୀରେ ବ୍ଲାଷ୍ଟିଂ ହେଉଥିବା ନେଇ ଅଭିଯୋଗ ଆସିନାହିଁ। ତେବେ ନଦୀରେ ଏହି ବେଆଇନ କାର୍ଯ୍ୟ କିପରି ରୋକାଯିବ ସେ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri