ମାଛ ମାରିବାକୁ ଚାଲିଛି ବ୍ଲାଷ୍ଟିଂ

ବିନିକା,୧୬।୬(ଡି.ଏନ୍‌.ଏ.) – ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ଦେଇ ପ୍ରବାହିତ ଜୀରା ନଦୀରେ ଅବାଧରେ ବ୍ଲାଷ୍ଟିଂ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରାଯାଉଛି। ସହଜରେ ମାଛ ମାରିବା ପାଇଁ କେତେକ ମାଛ ବେପାରୀ ଏଭଳି ପନ୍ଥା ଆପଣେଇ ନେଇଛନ୍ତି। ଏହାଫଳରେ ଜଳଚର ଜୀବ ବିଲୁପ୍ତ ହେବାରେ ଲାଗିଥିବା ବେଳେ ନଦୀ ପାଣି ପ୍ରଦୂଷିତ ହେବାରେ ଲାଗିଛି। ଅପରପକ୍ଷରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ଶତାଧିକ କେଉଟ ପରିବାରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସେମାନେ ପୂର୍ବପରି ମାଛ ମାରି ନିଜର ଗୁଜରାଣ ମେଣ୍ଟାଇବା ଏବେ କଷ୍ଟକର ହୋଇପଡିଛି।
ବିନିକା ବ୍ଲକ ବାଙ୍କିଘିର୍ଡି ଗ୍ରାପର ସାରଙ୍ଗପାଲି, ହୁତୁମା ଓ ଅରିଗାଁ ତଟବର୍ତ୍ତୀ ଦେଇ ପ୍ରବାହିତ ଜୀରାନଦୀ ଅରିଗଁା ଠାରେ ମହାନଦୀରେ ମିଶିଛି।ଚ ଏହି ନଦୀରେ ମୁଖ୍ୟତଃ ରୋହି,ଭାକୁର, କୁସୁରା,ବାଳିଆ,ସିଂହାର, କଳାଚିଆଁ, ସେରନା, କଳାଚି, ଭାଙ୍ଗେନ ପ୍ରଭୃତି ମାଛ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ମାତ୍ର ୩ ବର୍ଷ ହେଲା ପ୍ରଶାସନିକ ଅବହେଲା ଯୋଗୁ ସାରଙ୍ଗପାଲି -ଅରିଗାଁ ମଧ୍ୟବର୍ତ୍ତୀ ସାରଙ୍ଗପାଲି ପିଲାଖାଇ ଜୀରାନଦୀ ଘାଟ, ଆଖିଦାଦର ତୁଷୁଙ୍ଗା ଘାଟ,ତେତଳିଆ ଘାଟ ଏବଂ ଅରିଗାଁ ଗଣ୍ଡରେ ଚାଲିଛି ମନଇଚ୍ଛା ବ୍ଲାଷ୍ଟିଂ। ଉପରୋକ୍ତ ଘାଟଗୁଡିକରେ ବ୍ଲାଷ୍ଟିଂ ହେଉଥିବାରୁ କେଉଟମାନେ ଜାଲରେ ମାଛ ଧରିବା ପାଇଁ ଯିବାକୁ ଭୟ କରୁଛନ୍ତି। ଫଳରେ ଘାଟଗୁଡିକ ସର୍ବଦା ଜନଶୂନ୍ୟ ରହିବା ଦେଖିବାକୁ ମିଳୁଛି। ଯାହାର ଫାଇଦା ଉଠାଉଛନ୍ତି ମାଛ ବେପାରୀ। ପ୍ରତିଦିନ ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଏବଂ ବିଳମ୍ବିତ ରାତିରେ ନିର୍ବିଘ୍ନରେ ବ୍ଲାଷ୍ଟିଂ ଚାଲିଥିଲେ ହେଁ ପ୍ରଶାସନ ଆଖି ବୁଜି ଦେଇଛି। ବିଶେଷକରି ସୁଲେଇ,ପାପୀ, ଖଲିଆପାଲି, ମହୁଲପାଲି ଓ ପପଙ୍ଗା ଗାଁର ବେପାରୀମାନେ ଏହିଭଳି ଉପାୟରେ ମାଛ ମାରି ମାଲାମାଲ୍‌ ହେଉଛନ୍ତି ା ବିୟର କାଚ ବୋତଲ ବିଭିନ୍ନ ବିଦେଶୀ ମଦ ଦୋକାନରୁ କ୍ରୟ କରି ତନ୍ମଧ୍ୟରେ ବାରୁଦ ଭର୍ତ୍ତି କରି ସେଥିରେ ନିଅଁା ଲଗାଇ ନଦୀକୁ ଫିଙ୍ଗୁଛନ୍ତି। ବିସ୍ଫୋରଣର ପ୍ରଭାବରେ ହଜାର ହଜାର ସଂଖ୍ୟାରେ ମାଛ ଓ ଅନ୍ୟ ଜଳଚର ଜୀବ ମରି ପାଣିରେ ଭାସୁଛନ୍ତି। ଏହାକୁ ଜାଲ ପକାଇ ସଂଗ୍ରହ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ପ୍ରତି ବ୍ଲାଷ୍ଟିଂରେ ୫୦କେଜିରୁ ଊର୍ଦ୍ଧ୍ୱ ବିଭିନ୍ନ କିସମର ମାଛ ମରି ଭାସୁଥିବାରୁ ବେପାରୀମାନେ ଏହାକୁ ବସ୍ତା , ପ୍ୟାକେଟ ଆଦିରେ ନେଇ ବଜାରରେ ଚଢା ଦାମରେ ବିକ୍ରି କରୁଛନ୍ତି। ଅପରପକ୍ଷରେ ପୂର୍ବରୁ ଜୀରାନଦୀର ଏହିସବୁ ଘାଟରେ ଜାଲ ପକାଇ ମାଛ ମାରି ସାରଙ୍ଗପାଲି,ହୁତୁମା, ଟିହିଁକିପାଲି,ଖଲିଆପାଲି,ଆଖିଦାଦର, ଖଣ୍ଡହତା କୁଡାପାଳିର ୩୦୦ରୁ ଊର୍ଦ୍ଧ୍ୱ କେଉଟ ପରିବାର ନିଜ ପରିବାର ଚଳାଉଥିଲେ। ଏବେ ବ୍ଲାଷ୍ଟିଂ ଭୟରେ ଖୁବ କମ ସଂଖ୍ୟକ କେଉଟ ନଦୀ କୂଳରେ ଜାଲ ପକାଇ ମାଛ ମାରିବା ଦେଖିବାକୁ ମିଳୁଛି। ମାଛ ବେପାରୀମାନେ ବ୍ଲାଷ୍ଟିଂ କରିବା କାରଣରୁ ଏହାର କୁପ୍ରଭାବ ଜୀରାନଦୀ ସହ ମହାନଦୀ ଉପରେ ମଧ୍ୟ ପଡୁଛି। ଉଭୟ ନଦୀର ଜଳ ପ୍ରଦୂଷିତ ହୋଇ ବିଭିନ୍ନ ପ୍ରଜାତିର ଜଳଜୀବ ବିଲୁପ୍ତ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର କେଉଟମାନେ ମାଛ ବେପାରୀଙ୍କ ଏହି ବେଆଇନ କାର୍ଯ୍ୟକଳାପ ବିରୋଧରେ ପାଟି ଖୋଲିବାକୁ ଭୟ କରୁଛନ୍ତି। ସେହିପରି ବାଙ୍କିଘିର୍ଡି ରାଜସ୍ବ ବିଭାଗରେ ବ୍ଲାଷ୍ଟିଂ ବିଷୟରେ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏପରି କି କେବେ କେମିତି ବ୍ଲାଷ୍ଟିଂ କରିବା ସମୟରେ ଅସାବଧାନତା ବଶତଃ ଜୀବନହାନୀ ହେଉଛି। ମାତ୍ର ବେଆଇନ କାର୍ଯ୍ୟ ପଦାରେ ପଡିବ ବୋଲି ଘଟଣାକୁ ଚାପି ଦିଆଯାଉଛି। ଯଥାଶୀଘ୍ର ଏହାକୁ ରୋକା ନ ଗଲେ କେଉଟମାନଙ୍କ ବେଉସା ବୁଡିବା ସହ ନଦୀରୁ ମାଛ ବଂଶ ଲୋପ ପାଇବା ଆଶଙ୍କା ରହିଛି ା
ଏ ନେଇ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି, ନଦୀଗର୍ଭରେ ବିସ୍ଫୋରଣ ହେବା ଦଣ୍ଡନୀୟ ଅପରାଧ। ଏ ସମ୍ପର୍କରେ ବାଙ୍କିଘିର୍ଡି ରାଜସ୍ବ ନିରୀକ୍ଷକଙ୍କୁ ଜଣାଇ ଏହାର ବିଧିବଦ୍ଧ ତଦନ୍ତ କରାଯିବ। ସେହିପରି ବିନିକା ଥାନାଧିକାରୀ ପବିତ୍ର ସାହୁ କହିଛନ୍ତି, ଜୀରା ନଦୀରେ ବ୍ଲାଷ୍ଟିଂ ହେଉଥିବା ନେଇ ଅଭିଯୋଗ ଆସିନାହିଁ। ତେବେ ନଦୀରେ ଏହି ବେଆଇନ କାର୍ଯ୍ୟ କିପରି ରୋକାଯିବ ସେ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?