ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ମିଳିଲା

ସୋନପୁର,୧୩ା୮(ନି.ପ୍ର.): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮)ଙ୍କ ମୃତଦେହ ଶନିବାର ସନ୍ଧ୍ୟାରେ ମିଳିଛି। ସନ୍ଧ୍ୟା ୫ଟା ୪୫ମିନିଟ୍‌ରେ ସୁବର୍ଣ୍ଣପୁର ଜିଲା ଲଛିପୁରସ୍ଥିତ ଅଙ୍ଗନଦୀରୁ ତାଙ୍କ ଗଳିତ ମୃତଦେହ ଜବତ କରାଯାଇଛି।। ନିଖୋଜ ହେବାର ୬୬ଘଣ୍ଟା ପରେ ଓଡ୍ରାଫ୍‌ ଟିମ୍‌ ବ୍ୟାଙ୍କ ଅଧିକାରୀ ମିଶ୍ରଙ୍କ ମୃତଦେହକୁ ଉଦ୍ଧାର କରିଛି । ଡୁଙ୍ଗୁରିପାଲି ଥାନାରେ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ। ତେବେ କେଉଁ କାରଣରୁ ସେ ନଦୀକୁ ହେଇଁ ଆତ୍ମହତ୍ୟା କଲେ ତାର ତଦନ୍ତ କରାଯିବ ବୋଲି ଡୁଙ୍ଗୁରିପାଲି ଥାନା ଆଇଆଇସି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ।
ବଲାଙ୍ଗୀର ସହର ଶାନ୍ତିପଡାର ଦିବ୍ୟରଞ୍ଜନ ବରଗଡ ଜିଲା ବରପାଲିସ୍ଥିତ ପିଏନ୍‌ବିର କୃଷି ଅଧିକାରୀଭାବେ କାର୍ଯ୍ୟ କରୁଥିଲେ। ମା, ବାପା ବଲାଙ୍ଗୀର ଶାନ୍ତିପଡାରେ ରହୁଥିବା ବେଳେ ଦିବ୍ୟରଞ୍ଜନ ସ୍ତ୍ରୀ ଓ ପିଲାଙ୍କ ସହିତ ବରପାଲିରେ ରୁହନ୍ତି। ଗତ ବୁଧବାର ସେ ବ୍ୟାଙ୍କ କାର୍ଯ୍ୟରେ  ବିନିକା ଯାଇଥିଲେ। ସନ୍ଧ୍ୟାରେ ସ୍ତ୍ରୀଙ୍କୁ ଘରକୁ ଫେରୁଥିବା ଫୋନରେ ଜଣାଇଥିଲେ। ପରେ ରିଙ୍ଗ ହେଉଥିଲେ ବି ସେ ଫୋନ ଉଠାଉ ନ ଥିଲେ। ରାତି ୭ଟା ୪୫ ପରେ ତାଙ୍କ ଫୋନ ସୁଇଚ୍‌ ଅପ ହୋଇଯାଇଥିଲା। ପରିବାର ଲୋକ ବଲାଙ୍ଗୀରରୁ ଆସି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ବଲାଙ୍ଗୀର-ବରଗଡ ୨୬ନଂ ଜାତୀୟ ରାଜପଥର ଡୁଙ୍ଗୁରିପାଲି ଥାନା ସାଲେଭଟା ଅଙ୍ଗନଦୀ ପୋଲ ଉପରୁ ଦିବ୍ୟରଞ୍ଜନଙ୍କ ବାଇକ୍‌, ହେଲମେଟ ଓ ବ୍ୟାଗକୁ ଡୁଙ୍ଗୁରିପାଲି ପୋଲିସ ଜବତ କରିଥିଲା। ଦିବ୍ୟରଞ୍ଜନଙ୍କ ବାପା କେଶବ ଚରଣ ମିଶ୍ର ଡୁଙ୍ଗୁରିପାଲି ଥାନାରେ ରିପୋର୍ଟ କରିବା ପରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷେ ବୁଧବାର ରାତି ପ୍ରାୟ ୧୧ଟା ୧୫ରେ ବରଗଡ ଜିଲା ଅମ୍ବାପାଲି ଅଞ୍ଚଳର ଜଣେ ଯୁବକ ବଲାଙ୍ଗୀରରୁ ବରଗଡ ବାଇକ୍‌ରେ ଫେରୁଥିବା ବେଳେ ଅଙ୍ଗନଦୀ ପୋଲ ଉପରୁ କେହି ଜଣେ ନଦୀକୁ ଡେଉଁ ପଡିଥିବା ଦେଖିଥିଲେ। ସମ୍ପୃକ୍ତ ଯୁବକ ଡୁଙ୍ଗୁରିପାଲିରେ ପହଞ୍ଚତ୍ କାର୍ଯ୍ୟରତ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ଅଧିକାରୀଙ୍କ ବାଇକ୍‌, ବ୍ୟାଗ୍‌ ଓ ହେଲମେଟ୍‌କୁ ଚିହ୍ନଟ କରିଥିଲେ। ଏହି ଘଟଣାରୁ ଦିବ୍ୟରଞ୍ଜନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ତେବେ ତାଙ୍କ ପରିବାର ଏହାକୁ ଅସ୍ବୀକାର କରି ଆସୁଥିଲେ। ଗୁରୁବାର ସକାଳେ ଓଡ୍ରାଫ ଟିମ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀ ସାଲେଭଟା ପୋଲ ତଳଠାରୁ ଲଛିପୁର ପର୍ଯ୍ୟନ୍ତ ଅଙ୍ଗନଦୀରେ ଯାଇ ଖୋଜାଖୋଜି କରିଥିଲେ। ଶୁକ୍ରବାର ଦିନତମାମ ସର୍ଚ୍ଚ ଅପରେଶନ ଜାରି ରହିଥିଲେ ହେଁ ନଦୀରେ ପାଣି ଅଧିକ ଥିବାରୁ ଓଡ୍ରାଫ୍‌ ଓ ଅଗ୍ନିଶମ ଟିମ୍‌କୁ ସଫଳତା ମିଳି ନଥିଲା। ଶନିବାର ଲଛିପୁର ଅଞ୍ଚଳର ଜଣେ ଚାଷୀ କ୍ଷେତକୁ ଯାଇଥିବା ବେଳେ ନଦୀରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ସେହି ସୂଚନା ଆଧାରରେ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri