ସମ୍ବଲପୁର

ବ୍ଲକ ଅଧ୍ୟକ୍ଷାଙ୍କ ସହ ଗଣ୍ଡଗୋଳ: ସମିତି ସଭ୍ୟ, ସହଯୋଗୀ ଗିରଫ

ଜମନକିରା,୧୪ା୮(ରବୀନ୍ଦ୍ର ପ୍ରସାଦ ଦାନି): ଜମନକିରା ବ୍ଲକ ଅଧ୍ୟକ୍ଷାଙ୍କ ଚାମ୍ବରରେ ପଶି ଗଣ୍ଡଗୋଳ କରିବା ଘଟଣାରେ ଜମନକିରା ପୋଲିସ ଜଣେ ସମିତି ସଭ୍ୟଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର...

ପଥରଖାଦାନ ବ୍ଲାଷ୍ଟିଙ୍ଗ: ନଷ୍ଟ ହେଉଛି ଫସଲ

ସମ୍ବଲପୁର, ୧୪।୮ (ଶୁଭାଶିଷ ପାଢ଼ୀ): ରାଜସ୍ବ ଆଦାୟ କରିବା ପାଇଁ ସରକାରୀ ସ୍ତରରେ ପଥରଖାଦାନଗୁଡିକ ଲିଜ୍‌ ସୂତ୍ରରେ ଦିଆଯାଉଛି। ହେଲେ ଲିଜ୍‌ ଦେବା ପରେ ପଥରଖାଦାନ ପାର୍ଶ୍ୱରେ ଥିବା ରୟତି ଜମିଗୁଡିକ କିଭଳି ଭାବେ ନଷ୍ଟ ହୋଇଯାଉଛି ତାହାକୁ ନ...

ଅଙ୍ଗୁଳି ଯୋଡ଼ିବା ବଦଳରେ କାଟିଦେଲେ

ସମ୍ବଲପୁର,୧୩ା୮(ଶୁଭାଶିଷ ପାଢ଼ୀ)ଛତିଶଗଡ଼ ରାୟପୁରର ଏକ ଘରୋଇ ମେଡିକାଲ ଡାକ୍ତରଙ୍କ ଅବହେଳା ଯୋଗୁ ସମ୍ବଲପୁର ମହାନଗର ନିଗମ ହୀରାକୁଦର ଯୁବକ ସନତ କୁମାର ମହାନ୍ତି ତାଙ୍କ ଡାହାଣ ହାତର ବୁଢା ଅଙ୍ଗୁଳି ହରାଇ ବସିଛନ୍ତି। ଅଙ୍ଗୁଳି ଯୋଡିବା ବଦଳରେ ଡାକ୍ତର ବାରମ୍ବାର...

ଝାଡ଼ା ବାନ୍ତିରେ ୮୦ ଛାତ୍ରୀଛାତ୍ର ଅସୁସ୍ତ

ସମ୍ବଲପୁର,୧୨।୮: ସମ୍ବଲପୁର ଜିଲା ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ ଝାଡ଼ା ବାନ୍ତିରେ ପ୍ରାୟ ୮୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ...

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବେଦାନ୍ତଙ୍କୁ ଚିଠି ଲେଖି କଲେ ତାଗିଦ

ସମ୍ବଲପୁର,୧୧ା୮(ଶୁଭାଶିଷ ପାଢୀ): ଝାରସୁଗୁଡ଼ା ବେଦାନ୍ତ କମ୍ପାନୀରୁ ବାହାରୁଥିବା ଫ୍ଲାଏଆଶ ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପକାଯାଉଛି । ଏହାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଶାଖା ବେଦାନ୍ତ କମ୍ପାନୀ ମୁଖ୍ୟ ପରିଚାଳକଙ୍କୁ ଚିଠି...

ଜଣେ ଶିକ୍ଷକରେ ଚାଲିଛି ଉଚ୍ଚବିଦ୍ୟାଳୟ

ନାକଟିଦେଉଳ,୧୦ା୮(ବୈକୁଣ୍ଠ ନାଥ ସାହୁ): ଜଣେମାତ୍ର ଶିକ୍ଷକରେ ଚାଲିଛି ନାକଟିଦେଉଳ ବ୍ଲକ ଶିମିଳିପାଳ ପଞ୍ଚାୟତ କାଦୋବାହାଳ ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ମୋଟ ୬୧ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଦୀର୍ଘ ୭ବର୍ଷ ହେଲା ପ୍ରଧାନ...

ଅଟୋ ଚାଳକଙ୍କ ମହାନତା, ଫେରାଇଲେ ୮୦ ହଜାର

ସମ୍ବଲପୁର,୧୦ା୮(ଶୁଭାଶିଷ ପାଢୀ): ସମାଜରେ ଏବେ ମଧ୍ୟ ମାନବିକତା ବଞ୍ଚିରହିଛି। ସମ୍ବଲପୁର ସହରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି। ସମ୍ବଲପୁର ମହାନଗର ନିଗମ ଅଧୀନ ମୁଣ୍ଡୋଘାଟ ଗ୍ରାମର ଅଟୋ ଚାଳକ ଚୁଡ଼ାମଣି ଲୁହା। ସମ୍ବଲପୁର ଲକ୍ଷ୍ମୀ...

ବାପାଙ୍କୁ ଫାଶୀ, ପୁଅଙ୍କୁ ଆଜୀବନ

ସମ୍ବଲପୁର/କୁଚିଣ୍ଡା,୧୦ା୮(ଶୁଭାଶିଷ ପାଢ଼ୀ/ବିରଞ୍ଚି ଦର୍କା) ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡ଼ା ଟ୍ରିପଲ ମର୍ଡର ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। କୁଚିଣ୍ଡା ଅତିରିକ୍ତ ଜିଲାଜଜ୍‌ ରାଜ କିଶୋର ଲେଙ୍କା ରାୟ ଶୁଣାଇ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ...

ବାମରାରେ ଲେଡ଼ାପୋକ ପ୍ରାଦୁର୍ଭାବ

କୁଚିଣ୍ଡା,୮ା୮(ବିରଞ୍ଚତ୍ ଦର୍କା): ଚଳିତବର୍ଷ ଚାଷ ପାଇଁ ପାଗ ଅନୁକୂଳ ଥିବାବେଳେ ଲଗାଣ ବର୍ଷା ହେତୁ ଧାନ ଫସଲରେ ଲେଡ଼ାପୋକର ପ୍ରାଦୁର୍ଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ବାମରା ବ୍ଲକର ୬ ପଞ୍ଚାୟତର ମୋଟ ୨୨ ଗାଁ ଏଥିରେ ପ୍ରଭାବିତ ହୋଇଥିବା ବ୍ଲକ...

ଗଛପଡ଼ି ଭାଙ୍ଗିଗଲା ଘର

କୁଚିଣ୍ଡା,୭ା୮(ବିରଞ୍ଚତ୍ ଦର୍କା): ଲଗାଣ ବର୍ଷା ଯୋଗୁ ବାମରା ବ୍ଲକ ଅନ୍ତର୍ଗତ ଜରାବଗା ପଞ୍ଚାୟତ କର୍ଲିଆଡିହି ଗ୍ରାମର ବିଧବା ବେଙ୍ଗ ଖଡିଆ(୬୫)ଙ୍କ ଘର ଉପରେ ଗଛ ପଡି ଭାଙ୍ଗିଯାଇଛି। ସ୍ବର୍ଗତ କାର୍ତ୍ତିକ ଖଡ଼ିଆଙ୍କ ସ୍ତ୍ରୀ ବେଙ୍ଗ ବହୁ କଷ୍ଟରେ ଏକ ଝାଟିମାଟି...

ହୀରାକୁଦର ୨୦ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୫ା୮(ଶୁଭାଶିଷ ପାଢୀ)ହୀରାକୁଦ ଡ୍ୟାମ୍‌ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାରୁ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ବାମପାର୍ଶ୍ୱର ୧୩ ଓ ଡାହାଣପାର୍ଶ୍ୱର ୭ ଗେଟ୍‌ ଖୋଲାଯାଇଛି। ଫଳରେ ଏବେ ମୋଟ ୨୦...

ଲଗାଣ ବର୍ଷା କଲା ବାସହରା

ଜମନକିରା,୪ା୮(ରବୀନ୍ଦ୍ର ପ୍ରସାଦ ଦାନି): ଲଘୁଚାପ ଜନିତ ଲଗାଣ ବର୍ଷାରେ ଜମନକିରା ବ୍ଲକ ଅଞ୍ଚଳରେ ବହୁ ପରିବାର ବାସହରା ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ବ୍ଲକ ଅଧୀନ ୨୧ ପଞ୍ଚାୟତରେ ବର୍ଷା ବିତ୍ପାତ ଦେଖାଦେଇଛି। କେଉଁଠି ଚାଷଜମି ବୁଡିରହିଛି ତ ଆଉ କେଉଁଠି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri