ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଝାରସୁଗୁଡ଼ା ଲଖନପୁର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବୁର୍ଲା ଏମସିଏଲରେ କର୍ମଚାରୀ ଆକାଶ ମୁଣ୍ଡା(୨୫)। ତାଙ୍କୁ ହତ୍ଯା କରିଥିବା ଅଭିଯୁକ୍ତ ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲା ଭସ୍ମଲେପନ ଅନ୍ତର୍ଗତ ଦେଉଳି ଗ୍ରାମର ସରସ୍ଵତୀ ମୁଣ୍ଡା(୨୩)। ତାଙ୍କଠାରୁ ହତ୍ଯାରେ ବ୍ଯବହୃତ ହୋଇଥିବା ଗାମୁଛାକୁ ପୋଲିସ ଜବତ କରିଛି। ଏନେଇ ମୃତକ ଆକାଶଙ୍କ ବଡ଼ ଭଉଣୀ ସଂଯୁକ୍ତା ମୁଣ୍ଡାଙ୍କ ଏତଲା କ୍ରମେ ବୁର୍ଲା ଥାନାରେ କେସ ନମ୍ବର ୫୭୨/୨୦୧୫ରେ ଏକ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା। ଏହାସହ ପୋଲିସ ଅଭିଯୁକ୍ତା ସରସ୍ବତୀଙ୍କ ଗୁରୁବାର କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁସାରେ ଏତଲାକାରୀ ସଂଯୁକ୍ତାଙ୍କ ଅନୁସାରେ, ତାଙ୍କ ଭାଈ ଆକାଶ ଏମସିଏଲରେ କାର୍ଯ୍ଯ କରୁଥିଲେ। ସେ ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆ ସହ ଜାଗୃତିବିହାରରେ ଏମସିଏଲର କ୍ୱାର୍ଟରରେ ରହୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ପଡ଼ୋଶୀଙ୍କ ଠାରୁ ଆକାଶଙ୍କୁ ଗୁରୁତର ଅବସ୍ଥାରେ ଭିମସାରରେ ଭର୍ତ୍ତି କରାଯାଇଥିବା ଖବର ମିଳିଥିଲା। ଏହାପରେ ତତକ୍ଷଣାତ ସେ ଆସି ଭିମସାରରେ ପଞ୍ଚିଥିଲେ। ମାତ୍ର ସେତେବେଳକୁ ତାଙ୍କ ଭାଈଙ୍କ ମୃତ୍ଯୁ ହୋଇ ସାରିଥିଲା। ତେବେ ସେ ପଡ଼ୋଶୀଙ୍କ ଠାରୁ ଜାଣିବାକୁ ପାଇଲେ ଯେ, ଉକ୍ତଦିନ ସନ୍ଧ୍ଯାରେ କୌଣସି କଥାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ଝଗଡ଼ା ହାତାହାତି ପର୍ଯ୍ଯନ୍ତ ଯାଇଥିଲା। ତେବେ ଏହି ସମୟରେ ଆକାଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପଡ଼ୋଶୀ ଲୋକେ ତୁରନ୍ତ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅପରପକ୍ଷରେ ଗୁରବାର ବ୍ଯବଚ୍ଛେଦ ରିପୋର୍ଟ ଆସିଲା ପରେ ଆକାଶଙ୍କ ଶ୍ବାସରୁଦ୍ଧ ଜନିତ କାରଣରୁ ମୃତ୍ଯୁ ଘଟିଥିବା ଜଣା ପଡ଼ିଥିଲା। ଆକାଶଙ୍କ ଭଉଣୀଙ୍କ ଓ ବ୍ଯବଚ୍ଛେଦ ରିପୋର୍ଟ ଆଧାରରେ ତାଙ୍କ ସ୍ତ୍ରୀ ସରସ୍ବତୀଙ୍କ ଗିରଫ କରି ପଚରା ଉଚରା ବେଳେ ସେ ଆକାଶଙ୍କୁ ଏକ ଖାମୁଛାରେ ତଣ୍ଟିଚିପି ହତ୍ଯା କରିଥିବା ସ୍ବୀକାର କରିଥିଲେ। ଏହାବାଦ ତାଙ୍କୁ ଗିରଫ କରାଯାଥିଲା ବୋଲି ପୋଲିସ କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?