ରାୟଗଡା

ଲାଞ୍ଚ ନେଇ ଧରାପଡ଼ିଲେ ଯନ୍ତ୍ରୀ

ରାୟଗଡ଼ା,୨୯ା୯(ଆଶିଷ ରଞ୍ଜନ ପଣ୍ଡା): ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯନ୍ତ୍ରୀ। ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡ଼ି) କାର୍ଯ୍ୟାଳୟ ଏଷ୍ଟିମେଟର ଯନ୍ତ୍ରୀ ରମାକାନ୍ତ ଠିକାଦାର ସୁମନ୍ତ ପରିଡ଼ାଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।...

ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସାଇବର କ୍ୟାମ୍ପେନ୍‌

ରାୟଗଡ଼ା,୨୮ା୯(ଭାଗ୍ୟଶ୍ରୀ ମିଶ୍ର): ସାଇବର ନିରାପତ୍ତା କ୍ୟାମ୍ପେନ ଆଗାମୀ ୩୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ରେ ସରିବ। ଏନେଇ ଗୁରୁବାର ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ...

ଘରୋଇ ଫାଇନାନ୍ସ କମ୍ପାନୀର ମୋଟରସାଇକେଲ ପୋଡ଼ିଦେଲେ ଦୁର୍ବୃତ୍ତ

ଟିକିରି,୨୮ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ସ୍ପନ୍ଦନା ଫାଇନାନ୍ସ ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀର ଅଫିସ ସାମ୍ନାରେ ଥିବା କର୍ମଚାରୀଙ୍କ ୧୨ଟି ମୋଟରସାଇକଲକୁ ରାତିରେ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ରାତିରେ କର୍ମଚାରୀମାନେ ଶୋଇଥିବା ବେଳେ ଗେଟ୍‌...

ଆଦିବାସୀଙ୍କ ନିଆରା ପର୍ବ ଜନା ସାରଣୀ

ଟିକିରି,୨୮ା୯(ପ୍ରଫୁଲ କୁମାର ବେହେରା ): ରାୟଗଡା ଜିଲା କାଶୀପୁର ବ୍ଲକର ଆଦିବାସୀଙ୍କ ନିଆରା ପର୍ବ ଜନା ସାରଣୀ ପାଳିତ ହୋଇଯାଇଛି। ବିଶେଷକରି ମକା ଚାଷ ଭଲ ଅମଳ ପାଇଁ ଆଦିବାସୀମାନେ ଏହି ନିଆରା ପର୍ବ ପାଳନ କରିଥାନ୍ତି। ଜନା ସାରଣୀ...

ଭରା ନଦୀରୁ ୧୦ ଜଣଙ୍କୁ ବଞ୍ଚାଇଲେ ୨ ଆଦିବାସୀ ଯୁବକ

ଟିକିରି,୨୮।୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମର ସରକାରୀ ବିଦ୍ୟାଳୟରେ ଅଭିଭାବକଙ୍କ ଏକ କାର୍ଯ୍ୟକ୍ରମକୁ ଆସି ଗ୍ରାମକୁ ଫେରୁଥିବାବେଳେ ନଦୀରେ ପ୍ରବଳ ପାଣି ଆସିବାରୁ ଏକ ଛୋଟ ଛୁଆ ସହିତ ୧୦ଜଣ ଭାସିଯାଉଥିଲେ।...

ପୌରପରିଷଦ କାର୍ଯ୍ୟାଳୟ ଘେରାଉ

ରାୟଗଡା,୨୭।୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ପୌରପରିଷଦର ୨୪ଟି ୱାର୍ଡର ସମସ୍ୟା ନେଇ ଭାଜପା ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ଘେରାଉ ହୋଇଛି। ୬ଟି ଦାବି ନେଇ ଏହି ଘେରାଉ ହୋଇଛି। ଡ୍ରେନ ସଫା, ସେଥିରୁ ନିର୍ଗତ ପାଣିକୁ ନଦୀକୁ ନ ଛାଡ଼ି ଡାଇଭରଶନ...

୩ ମାସ ପରେ ଖୋଲିଲା ମଝି ଘରିଆଣୀ ମନ୍ଦିର ହୁଣ୍ଡି

ରାୟଗଡ଼ା,୨୭ା୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀଙ୍କ ଦାନ ହୁଣ୍ଡି ଦୀର୍ଘ ୩ ମାସ ପରେ ବୁଧବାର ଖୋଲିଛି। ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ସୁପରଭାଇଜରଙ୍କ ଉପସ୍ଥିତିରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ବାକ୍ସ ଖୋଲିଛି। ଏଥିରେ...

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳତ୍କାର ମାମଲା: ମୁଖ୍ୟ ଡାକ୍ତରାଖାନାରେ ପୀଡିତା, ପରିବାର ସଦସ୍ୟଙ୍କୁ ଭେଟିଲେ କୋରାପୁଟ ଏମପି

ରାୟଗଡା,୨୬।୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡା ଜିଲା କାଶୀପୁର ବ୍ଲକର ଡ଼ଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଏକ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ପିଅନ ବଳାତ୍କାର କରିଥିଲେ। ଯାହା ସାରା ଜିଲାରେ ଏକ ଚର୍ଚ୍ଚିତ ବିଷୟ ପାଲଟି ଯାଇଛି l ଏଭଳି...

୫ ଦିନ ପରେ ମିଳିଲା ନିଖୋଜ ଅଶୋକଙ୍କ ମୃତଦେହ

ରାୟଗଡ଼ା,୨୫ା୯(ଆଶିଷ ରଞ୍ଜନ ପଣ୍ଡା): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ସହର ଉପକଣ୍ଠ ନାଗାବଳୀ ନଦୀରେ ଭାସି ନିଖୋଜ ହୋଇଯାଇଥିଲେ ମାଙ୍କ ବସ୍ତିର ଶ୍ରୀନିବାସ ଦିଲେଶ୍ୱର ରାଓଙ୍କ ପୁଅ ଶ୍ରୀନିବାସ ଅଶୋକ କୁମାର(୩୨)। ଏହାପରେ ୫ ଦିନ ବିତିଯାଇଥିଲେ ମଧ୍ୟ...

ଅବ୍ୟବହୃତ ଅବସ୍ଥାରେ ୨୫ ଶୌଚାଳୟ

ରାୟଗଡ଼ା,୨୫।୯(ଆଶିଷ ରଞ୍ଜନ ପଣ୍ଡା):ଉନ୍ନତ ସହର ଭାବେ ୩ ଥର ପୁରସ୍କୃତ ହୋଇଥିବା ରାୟଗଡ଼ା ସହରରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ପୌର ପରିଷଦ ପକ୍ଷରୁ ୨୫ଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ନିର୍ମାଣ ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ ନ...

ଇଡିତାଲ ଚିତ୍ରରେ ଝଲସିବ କଳାର ଗାଁ ରିଞ୍ଜିତାଲ

ଗୁଣପୁର,୨୫।୯(ପ୍ରଦୀପ କୁମାର ପାଢ଼ୀ):ରାୟଗଡା ଜିଲା ଗୁଣପୁର ବ୍ଲକ୍‌ ପୁଟାସିଂ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ଇଡିତାଲ ଚିତ୍ରକଳା ଜିଆଇ ଟ୍ୟାଗ୍‌ ପାଇଁ ମନୋନୀତ ହୋଇଥିବାରୁ କଳାର ଗ୍ରାମ ରିଞ୍ଜିତାଲ ଉତ୍ସବମୁଖର ହୋଇଉଠିଛି। ବିଘ୍ନନାଶ, ଗୃହଶାନ୍ତି ପାଇଁ...

କନ୍ୟାଶ୍ରମରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ପୋଲିସ ବସ୍‌ ପୋଡ଼ିଲେ ଗ୍ରାମବାସୀ

ରାୟଗଡ଼ା/ଟିକିରି,୨୩।୯ (ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଶନିବାର ପୋଲିସ ଅଭିଯୁକ୍ତ ପିଅନ ଶିବପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri