ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା ଗାଁ ନିକଟ ଏକ ଜଙ୍ଗଲରେ ।
ଜଙ୍ଗଲରେ ଥିବା ଏକ ନାଳରେ ଯୁବକଙ୍କ ମୃତଦେହ ଠାବ ହୋଇଛି ।ମୃତ ବ୍ୟକ୍ତି ଜଣଙ୍କ କାକିତାରା ଗାଁର ମାଟିଆ ପାତିକା (୫୭)ବୋଲି ଜଣାପଡିଛି । ତେବେ କେମିତି ମୃତ୍ୟୁ ହେଲା ସେନେଇ ପୋଲିସ ପହଂଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।
ଅନ୍ୟପଟେ ହତ୍ୟା କରାଯାଇଥିବା ନେଇ ମାଟିଆଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଠାବ ହୋଇ ଥିବାବେଳେ ପାଖରେ ଏକ ବାଇକ ଥିବା ଦେଖିବାକୁ ମିଳିଛି । ବୁଧବାର ସନ୍ଧ୍ୟାରୁ ସେ ନିଖୋଜ ରହିଥିବା ବେଳେ ଆଜି ତାଙ୍କର ମୃତଦେହ ମିଳିଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଆସିଲା ପରେ ତଦନ୍ତ ଆଗେଇବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହା ଏକ ହତ୍ୟା ନା ଦୁର୍ଘଟଣା ପୋଲିସର ତଦନ୍ତ ସରିବା ପରେ ଜଣାପଡିବ ବୋଲି ଆଶା କରାଯାଉଛି ।

