ରାୟଗଡା

ଜୀବିକା ନେଇ ହତାଶ ୭୨୫ ମତ୍ସ୍ୟଜୀବୀ

କୋଲାବନଗର,୨୯ା୪(ଡି.ଏନ୍‌.ଏ.): ମାଛଚାଷକୁ ନେଇ ସ୍ବାବଲମ୍ବୀ ହୋଇଥିବା ଅପରକୋଲାବ ବିସ୍ଥାପିତ ପରିବାରର ୭୨୫ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବେ ଅନିଶ୍ଚିତତା ଭିତରେ ରହିଛି। ଜୟପୁର ମତ୍ସ୍ୟ ବିଭାଗର ଅପାରଗତା ଯୋଗୁ ସେମାନଙ୍କ ପାଖରେ ମାଛ ମାରିବା ପାଇଁ ଜାଲ କି ଡଙ୍ଗାଟିଏ…

ଲୋପ ପାଉଛି ଶାଳବଣ, ସ୍ବପ୍ନ ହେବ ଝୁଣା

ଜୟପୁର,୨୯ା୪(ନି.ପ୍ର.): ଔଷଧୀୟ ଗୁଣ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଝୁଣା ଆଗାମୀ ଦିନରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଲଘୁ ବନଜାତ ଦ୍ରବ୍ୟକୁ ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରି ବିକ୍ରି କରନ୍ତି। ଝୁଣା ମୁଖ୍ୟତଃ ଶାଳଗଛରୁ…

ଚନ୍ଦ୍ରପୁର ଆଇସିଡିଏସ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ଅଫିସ କାମ

 ଚନ୍ଦ୍ରପୁର, ୨୮ା୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଜକୁ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସଦର ମହକୁମାସ୍ଥିତ  ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଚାଲିଛି।   ଜିଲାର ସମସ୍ତ ବ୍ଲକରେ ସମନ୍ବିତ ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ପାଇଁ…

Read more

କୋରାପୁଟ,୨୭।୪(ସ୍ବ.ପ୍ର.): ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲାର ବହୁ ଗ୍ରାମବାସୀ ଏବେ ବି ମୌଳିକ ସମସ୍ୟା ଭିତରୁ ମୁକୁଳି ପାରୁନାହାନ୍ତି। ସେମାନେ ଅବହେଳିତ ଜୀବନ କାଟୁଛନ୍ତି। ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। କୋରାପୁଟ ସହରରୁ…

ପ୍ରକଳ୍ପରେ ସରୁଛି ଅନୁଦାନ, ମେଣ୍ଟୁନି ଲୋକଙ୍କ ଶୋଷ

ବୈପାରୀଗୁଡ଼ା,୨୭।୪(ଡି.ଏନ୍‌.ଏ.): ବୈପାରୀଗୁଡ଼ା ବ୍ଲକ ସଦରରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିବା ଉଦ୍‌ବେଗର ବିଷୟ ପାଲଟିଛି। କେବଳ ପ୍ରକଳ୍ପ ଉପରେ ପ୍ରକଳ୍ପ କରାଯାଇ ଏ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସରକାରୀ କର୍ମଚାରୀ…

ଚିନ୍ତା ବଢ଼ାଇଛି ପରବ ନାଁରେ ପଶୁ ଶିକାର:ଚଳିତ ବର୍ଷ ୧ ହଜାର ପଶୁ ହତ୍ୟା ସାଙ୍ଗକୁ ପୋଡ଼ାଯାଇଛି ଜଙ୍ଗଲ

ଜୟପୁର,୨୬।୪(ନି.ପ୍ର.)- ଚଇତି ପର୍ବ ପାଳନ ବେଳେ କୋରାପୁଟ ଜିଲାର ବିଭିନ୍ନ ଜଙ୍ଗଲରେ ଅବାଧ ପଶୁ ଶିକାର କରାଯାଉଛ। ଏହାଦ୍ୱାରା ବିଭିନ୍ନ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଦିବାସୀଙ୍କ ମୁଖ୍ୟ ପରବ ହେଉଛି ଚଇତି। ପରମ୍ପରା ଅନୁଯାୟୀ, ଏହି ପର୍ବ…

ଗୋଦାମ ଅଭାବ, ଲକ୍ଷ୍ୟଧାର୍ଯ୍ୟ କମିଲା: ୧୦ ହଜାର କମ୍‌ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର କିଣାଯିବ

ନବରଙ୍ଗପୁର,୨୫।୪(ବି.ପ୍ର.)-କେନ୍ଦୁପତ୍ର ଗୋଦାମ ଓ ରପ୍ତାନୀର ଅଭାବ ଲାଗି ନବରଙ୍ଗପୁର ଜିଲାରେ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ଚଳିତ ବର୍ଷ କମାଯାଇଛି।  ଜିଲାରେ ଗତ ବର୍ଷ ଠାରୁ ଚଳିତ ବର୍ଷ ୧୦ ହଜାର କମ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର ତୋଲାଯିବ ବୋଲି ଜଣାପଡିଛି। ୨୦୧୭-୧୮…

ଗର୍ଭବତୀ ଥିବା ଭିନ୍ନକ୍ଷମ ଝିଅକୁ ଘରୁ ତଡ଼ିଦେଲେ ପରିବାର: ଅଳିଆଗଦାରେ ଶିଶୁପୁତ୍ର ପ୍ରସବ

କୋରାପୁଟ,୨୪ା୪(ସ୍ବ.ପ୍ର.) ଗର୍ଭବତୀ ଥିବା ଜଣେ ମୂକ ବଧିର ମହିଳାଙ୍କ ପ୍ରସବ ବେଦନା ହେବା କ୍ଷଣି ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଲେ। ମହିଳା ଜଣକ ଘର ସାମ୍ନା ଅଳିଆଗଦାରେ ପଡ଼ିରହି ସନ୍ତାନ ଜନ୍ମ କଲେ। ଗାଁଲୋକେ ମଧ୍ୟ କିଛି ସହାୟତା କଲେନାହିଁ।…

ଯୁବତୀଙ୍କ ବେକ କାଟି ହତ୍ୟା ଉଦ୍ୟମ:ଗୁରୁତର ଅବସ୍ଥାରେ ମାଲକାନଗିରିରେ ଚିକିତ୍ସାଧୀନ

କାଲିମେଳା,୨୪ା୪(ଡି.ଏନ.ଏ.)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମଭି-୮୨ ଗ୍ରାମରେ ଗତ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ବେକ କାଟି ଦେଇଥିବା ଜଣାପଡିଛି। ଯୁବତୀ ଜଣକ ହେଉଛନ୍ତି ଏମଭି-୮୨ ଗ୍ରାମର…

ଚିତ୍ରକୋଣ୍ଡାରେ ବିଏସ୍‌ଏନ୍‌ଏଲ୍‌ ନେର୍ଟ୍‌ୱକ ଫେଲ୍‌

ଚିତ୍ରକୋଣ୍ଡା, ୨୪।୪(ଡି.ଏନ୍‌.ଏ.): ଡିଜିଟାଲ ଇଣ୍ଡିଆ ସେବା ମାଧ୍ୟମରେ ପ୍ରତ୍ୟେକ ଅଞ୍ଚଳକୁ ଅନ୍ତଃସଂଯୋଗ ପାଇଁ ହୋଇଥିବା ଯୋଜନା ଚିତ୍ରକୋଣ୍ଡାବାସୀଙ୍କ ପାଇଁ ସ୍ବପ୍ନ। ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ମାଓବାଦୀ ପ୍ରବଣ ଆଦିବାସୀ ବହୁଳ ମାଲକାନଗିରି ଜିଲା ଅଧୀନ ଚିତ୍ରକୋଣ୍ଡାରେ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଓ…

ବିକାଶଠାରୁ ଦୂରରେ ନୂଆଗୁଡ଼ା

କୋରୁକୋଣ୍ଡା, ୨୪।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ କେନ୍ଦୁଗୁଡା ନିକଟସ୍ଥ ନୂଆଗୁଡା ଗ୍ରାମ ଏଯାଏ ଅବହେଳିତ ହୋଇ ରହିଛି। ୧୦ ପରିବାରର ୪୫ ଜଣ ରହୁଥିବା ଏହି ଗ୍ରାମରେ ବିକାଶ ଅପହଞ୍ଚ। ଗ୍ରାମବାସୀ ପାହାଡ ଉପରେ ଦୀର୍ଘ…

ପାଣି ପାଇଁ ଡହଳବିକଳ ବିଶୁଭଟ୍ଟାବାସୀ

କୁନ୍ଦୁରା,୨୪।୪(ଡି.ଏନ୍‌.ଏ.):କୁନ୍ଦୁରା ସଦରରୁ ୨୫ କିମି ଦୂର ଫୁଲଭଟ୍ଟା ପଞ୍ଚାୟତ ବିଶୁଭଟ୍ଟାରେ ୨ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଗତ ମାର୍ଚ୍ଚରୁ ଗ୍ରୀଷ୍ମ ପ୍ରକୋପ ଦେଖାଦେଇଛି। ଫୁଲଭଟ୍ଟା ପଞ୍ଚାୟତ ଅଧୀନରେ ଥିବା ବିସୁଭଟ୍ଟା, କାଉଁଝରନ୍‌, ଭଟ୍ଟାପାଣି, ପଡେରକୁଣ୍ଡ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri