କାଲିମେଳା,୨୪ା୪(ଡି.ଏନ.ଏ.)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମଭି-୮୨ ଗ୍ରାମରେ ଗତ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ବେକ କାଟି ଦେଇଥିବା ଜଣାପଡିଛି। ଯୁବତୀ ଜଣକ ହେଉଛନ୍ତି ଏମଭି-୮୨ ଗ୍ରାମର ପ୍ରଣବ ହାଲଦାରଙ୍କ ଝିଅ ପ୍ରିୟଙ୍କା ହାଲଦାର (୨୦)। ଏବେ ଗୁରୁତର ଅବସ୍ଥାରେ ମାଲାକନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣା ନେଇ ମୋଟୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ମୋଟୁ ଥାନା ଅଧିକାରୀ ରଘୁନାଥ ମାଝି ଖବର ପାଇ ଯୁବତୀଙ୍କ ଏମଭି-୮୨ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ମାଲକାନଗିରିରେ ଯୁବତୀଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିବା ମାଝି କହିଛନ୍ତି। ଖବରରୁ ଜଣାପଡିଛି ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ଯୁବତୀ ଜଣକ ବାହାରକୁ ଶୌଚ ପାଇଁ ବାହାରିଥିବା ବେଳେ ହଠାତ ୩/୪ ଜଣ ଯୁବକ ପ୍ରିୟଙ୍କାଙ୍କୁ ଆକ୍ରମଣ କରି ତାଙ୍କ ମୁହଁରେ କପଡା ବାନ୍ଧି ଘରଠାରୁ କିଛି ଦୂର ନେଇ ଯାଇଥିଲେ ା ଏକ ନିଛାଟିଆ ସ୍ଥାନରେ ସେମାନେ ଏକ ଧାରୁଆ ଅସ୍ତ୍ରରେ ପ୍ରଥମେ ତାଙ୍କ ହାତ କାଟିଦେବା ସହ ପରେ ବେକ କାଟି ଦେଇ ଫେରାର ହୋଇଯାଇଥିଲେ ା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ସେଠାରୁ ଉଦ୍ଧାର କରି ପ୍ରଥମେ ଏମଭି-୭୯ ପରେ ମାଲାକନଗିରି ମେଡିକାଲକୁ ନେଇଥିଲେ। ଘଟଣା କଣ ପାଇଁ ଘଟିଛି ଜଣାପଡି ିନ ଥିବା ବେଳେ ପ୍ରେମଜନିତ କାରଣରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟଯେ, ପ୍ରିୟଙ୍କାଙ୍କ ବାପା ଆନ୍ଧ୍ରରେ ରହି କାମ କରୁଛନ୍ତି। ଗ୍ରାମରେ ତାଙ୍କ ପରିବାରବର୍ଗ ରହୁଛନ୍ତି।
ଚୋରା ମଦ ଭାଟି ଉପରେ ଅଚାନକ ଚଢ଼ାଉ କଲା ଅବକାରୀ ବିଭାଗ: ମିଳିଲା ଏତେ ଟଙ୍କାର…
ଗୁଣପୁର, ୨।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ମାରିଗୁଡ଼ା ଗ୍ରାମରେ ଚାଲିଥିବା ଚୋରା ରନ୍ଧା ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୮…
ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ
ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ…
କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର
ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…
ଓପିଏସ୍ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା
ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…
ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି
ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…
ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…
ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…
କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….
କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…
ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ
ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍.ଭାସ୍କର ରାଓ। ରାୟଗଡା…
Archives

