ବିକାଶଠାରୁ ଦୂରରେ ନୂଆଗୁଡ଼ା

କୋରୁକୋଣ୍ଡା, ୨୪।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ କେନ୍ଦୁଗୁଡା ନିକଟସ୍ଥ ନୂଆଗୁଡା ଗ୍ରାମ ଏଯାଏ ଅବହେଳିତ ହୋଇ ରହିଛି। ୧୦ ପରିବାରର ୪୫ ଜଣ ରହୁଥିବା ଏହି ଗ୍ରାମରେ ବିକାଶ ଅପହଞ୍ଚ। ଗ୍ରାମବାସୀ ପାହାଡ ଉପରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ବସବାସ କରୁଛନ୍ତି। ଗତ ଜାନୁୟାରୀ ୪ରେ ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ପିପକୁପଦଠାରେ ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ଲାଗି ବିଏସ୍‌ଏଫ ପକ୍ଷରୁ ଏକ ନୂତନ କ୍ୟାମ୍ପ ପ୍ରତିଷ୍ଠା ଲାଗି ପଦକ୍ଷେପ ନିଆଯାଇଥିଲା। ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ସେମାନଙ୍କୁ ମୌଳିକ ସୁବିଧା ଦେବାକୁ ଦାବି କରି କ୍ୟାମ୍ପକୁ ବିରୋଧ କରିଥିଲେ। ଏହା ବଦଳରେ ସେମାନଙ୍କୁ ପାନୀୟ ଜଳ, ବିଦ୍ୟାଳୟ, ଅଙ୍ଗନଓ୍ବାଡି, ଛାତ୍ରାବାସ, ଚିକିତ୍ସାଳୟ ସୁବିଧା ମିଳୁ ବୋଲି ଦାବି କରିଥିଲେ। ପ୍ରଶାସନ ଏନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ବମ୍ବାରି, ଗୁଣ୍ଡି, ଗଣରବେଡା, କାରକାଗୁଡା, ସୁରିପଦା, ଚାଙ୍ଗପଦା, ବାୟାପଦା, ବଡାଣ୍ଡିଗୁଡା ଗ୍ରାମକୁ ରାସ୍ତାଟିଏ ନାହିଁ। ଏହି ସ୍ଥାନଗୁଡିକୁ ଯିବା ଆସିବା ପାଇଁ ପାହାଡିଆ ପାଦଚଲା ରାସ୍ତା ହିଁ ଭରସା। ରୋଗୀ ଓ ପ୍ରସୂତିଙ୍କୁ ଡାକ୍ତରଖାନା ନେବା ବେଳେ ଗ୍ରାମବାସୀଙ୍କ ଅବସ୍ଥା ନ କହିବା ଭଲ। କେନ୍ଦୁଗୁଡାର ନୂଆଗୁଡା ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ଏହି ଗ୍ରାମରେ ନଳକୂପ ଥିଲେ ମଧ୍ୟ ଏହାର ପାଣି ନାଲି ଓ ପାନୀୟ ଅନୁପଯୋଗୀ। ଗ୍ରାମଠାରୁ ପ୍ରାୟ ୨/୩ କି.ମି. ଦୂରରେ ଥିବା ଏକ ଝରଣାରୁ ଗ୍ରାମବାସୀ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ଖରାଦିନେ ଝରଣାପାଣି କମିଯିବାରୁ ସ୍ଥାନେ ସ୍ଥାନେ ଜମାହୋଇଥିବା ପାଣିରେ ପଡିଥିବା ପତ୍ର, କାଠିକୁଟାକୁ ବାହାର କରି ନେଇଥାନ୍ତି। ଝରଣା ପାଣି ପୁରାପୂରି ଭାବେ ଶୁଖିଗଲେ ଚିତ୍ରକୋଣ୍ଡା ଜଳଭଣ୍ଡାରର ଦୁର୍ଷିତ ପାଣି ପିଇବାକୁ ବାଧ୍ୟ ହୁଅନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ। ଗ୍ରାମବାସୀଙ୍କ ଅଧିକାଂଶ ଜମି ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ଥିବାରୁ ଚାଷ କରିବାରେ ଅସୁବିଧା ହେବାରୁ ନିକଟସ୍ଥ ଦୁଇ ପାହାଡରେ ଥିବା ଗଛ କାଟି ସଫା କରି ସେହି ପାହାଡରେ ଧାନ, ମାଣ୍ଡିଆ, ବିରି, କୋଳଥ ଆଦି ଚାଷ କରନ୍ତି ବୋଲି କହନ୍ତି ଗ୍ରାମର ସୁକା ଖାଡିଙ୍ଗିଆ, ବୁଦୁ ଖାଡିଙ୍ଗିଆ, ଲାଚ୍ଛା ମୁଦୁଲି, ସାଇବ ଶିଶା, ଲଛି ଶିଶା ଓ କମଳା ଶିଶା। ଗ୍ରାମରେ ୧୦ ପରିବାର ଥିଲେ ମଧ୍ୟ ୨ ଜଣ ସରକାରୀ ଆବାସ ଯୋଜନାରେ ବାସଗୃହ ପାଇଛନ୍ତି। ଅନ୍ୟମାନେ ଏଥିରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri