ପାଣି ପାଇଁ ଡହଳବିକଳ ବିଶୁଭଟ୍ଟାବାସୀ

କୁନ୍ଦୁରା,୨୪।୪(ଡି.ଏନ୍‌.ଏ.):କୁନ୍ଦୁରା ସଦରରୁ ୨୫ କିମି ଦୂର ଫୁଲଭଟ୍ଟା ପଞ୍ଚାୟତ ବିଶୁଭଟ୍ଟାରେ ୨ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଗତ ମାର୍ଚ୍ଚରୁ ଗ୍ରୀଷ୍ମ ପ୍ରକୋପ ଦେଖାଦେଇଛି। ଫୁଲଭଟ୍ଟା ପଞ୍ଚାୟତ ଅଧୀନରେ ଥିବା ବିସୁଭଟ୍ଟା, କାଉଁଝରନ୍‌, ଭଟ୍ଟାପାଣି, ପଡେରକୁଣ୍ଡ, ଡୁଡୁମପଦର, କୁସୁମଗୁଡ଼ା, ପୋଡ଼ାପଦର ଗ୍ରାମର ଲୋକେ କୁନ୍ଦୁରାସ୍ଥିତ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ ପଦକ୍ଷେପ ହୋଇନାହିଁ। ପଥୁରିଆ ଅଞ୍ଚଳ ହୋଇଥିବାରୁ ସେଠାକାର ନଳକୂପରୁ ଖରାଦିନ ହେଲେ ପାଣି ବାହାରିବା କଷ୍ଟକର ହୋଇପଡୁଛି। ପ୍ରଶାସନ ପ୍ରତିବର୍ଷ ଟ୍ୟାଙ୍କର ଯୋଗେ ଏ ସବୁ ଅଞ୍ଚଳକୁ ଜଳ ଯୋଗାଉଛି। ଚଳିତ ବର୍ଷ ଖରା ଆରମ୍ଭ ହେବାର ୨ ମାସ ପରେ ବି ପ୍ରଶାସନ ଜଳ ଯୋଗାଣରେ ଉଦାସୀନତା ଦେଖାଉଛି। ବିସୁଭଟ୍ଟା ଗ୍ରାମର ୩ କି.ମି. ରାସ୍ତା ସରକାରୀ ମଞ୍ଜୁରୀ ପାଇଥିବାବେଳେ ପ୍ରଶାସନ କିନ୍ତୁ ୧ ବର୍ଷ ହେବ ନିର୍ମାଣ ଅଧାରେ ରଖିଥିବା ଯୋଗୁ ଜଳ ଯୋଗାଣ ଟ୍ୟାଙ୍କ ପହଞ୍ଚତ୍ ପାରୁନାହିଁ। କୁନ୍ଦୁରା ବ୍ଲକ ସଦରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଭାଗ ଅଧୀନରେ ଦୁଇଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟରତ ଥିବାବେଳେ ଜଣେ ଛୁଟିରେ ରହିଛନ୍ତି ା ଗତ ଦିନରେ ନଳକୂପ ଖନନ, ମରାମତି, ପୁନଃ ନିର୍ମାଣ ପ୍ରକ୍ରିୟା ବ୍ଲକ ଅଧୀନରେ ଥିବାବେଳେ ଏହା ଏବେ ପଞ୍ଚାୟତ ଅଧୀନରେ ରହିଛି। ଗ୍ରାମାଞ୍ଚଳରେ ନଳକୂପ ସମସ୍ୟା ହେଲେ ଏଥିପ୍ରତି ପିଇଓମାନେ କର୍ଣ୍ଣପାତ କରୁନାହାନ୍ତି ା ବିଶୁଭଟ୍ଟା ଏକ ବିଚ୍ଛିନ୍ନାଞ୍ଚଳ ଭଳି ଥିବାବେଳେ ଏଠାରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ବର୍ଷ ବର୍ଷ ଧରି ପଡ଼ୁନାହିଁ ା ବିଶୁଭଟ୍ଟା ଅଞ୍ଚଳରେ ପଥୁରିଆ ଜମିକୁ ଖୋଳିବା ସମ୍ଭବ ହୋଇପାରୁ ନ ଥିବା ଯୋଗୁଁ ଝରଣା ଉପରେ ଭରସା କରୁଛନ୍ତି ଏଠାକାର ବାସିନ୍ଦା। ପ୍ରଶାସନିକ ଉଦାସୀନତା ଯୋଗୁ କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତରେ ଏଭଳି ପାଣି ସମସ୍ୟା ଲାଗିରହିଛି। ଏବେଠୁ ପ୍ରଶାସନ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ କେହି ରୋକିପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରୁ ଖସିପଡିଲେ ବ୍ୟାଙ୍କ କର୍ମଚାରୀ, ଡାକ୍ତରଖାନା ନେବା ରାସ୍ତାରେ…

ଗୁଣପୁର,୨୫।୫( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

୨ ସାହି ମଧ୍ୟରେ ମହାଭାରତ: ଥାନା ସମ୍ମୁଖରେ ମାରପିଟ ହୋଇ…

ରାୟଗଡ଼ା,୨୩।୫( ସୁଜାତା ପାଢ଼ୀ): ରାୟଗଡ଼ ସହର ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ମାରପିଟ ସହ ଅଶାନ୍ତି ଦେଖାଦେଇଛି । ଦୁଇ ସାହି ମଧ୍ୟରେ ବଚ୍‌ସା…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

ଲ୍ୟାମ୍ପ MDଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟି ଟଙ୍କାର ଅର୍ଥ ହେରଫେର କରି ଗଲେ ଜେଲ୍

କଲ୍ୟାଣସିଂହପୁର, ୨୨।୫ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ସମବାୟ ସମିତି (ଲ୍ୟାମ୍ପ)ରେ ଘଟିଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ଼…

୭୫ ଲକ୍ଷ ଟଙ୍କା ଠକେଇ ମାମଲା: ଲ୍ୟାମ୍ପ ଏମଡି ଗିରଫ

ଗୁଣପୁର,୨୨/୫(ସୁଜାତା ପାଢ଼ୀ):ସମବାୟ ଅନୁଷ୍ଠାନରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସୱରୂପ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ରାୟଗଡ଼ା ଜିଲାର କେ.ସିଂହପୁର ବୃହତ୍‌ ଅଞ୍ଚଳ ବହୁମୁଖୀ ସମବାୟ…

କଲ୍ୟାଣସିଂହପୁର ଲ୍ୟାମ୍ପ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ବେଆଇନ କାରବାର…

କଲ୍ୟାଣସିଂହପୁର,୨୨।୫(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri