କୋରାପୁଟ,୨୭।୪(ସ୍ବ.ପ୍ର.): ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲାର ବହୁ ଗ୍ରାମବାସୀ ଏବେ ବି ମୌଳିକ ସମସ୍ୟା ଭିତରୁ ମୁକୁଳି ପାରୁନାହାନ୍ତି। ସେମାନେ ଅବହେଳିତ ଜୀବନ କାଟୁଛନ୍ତି। ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। କୋରାପୁଟ ସହରରୁ ମାତ୍ର ୧୮ କିମି ଓ ୨୬ ନମ୍ବର ଜାତୀୟ ରାଜପଥରୁ ୫ କିମି ଦୂରରେ ରହିଥିବା ଏହି ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଏହି କାରଣରୁ ଲୋକେ ସ୍ବାସ୍ଥ୍ୟ, ବିଜୁଳି, ଶିକ୍ଷା, ପାନୀୟ ଜଳ ଭଳି ମୌଳିକା ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଗାଁରେ ଥିବା ୩୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି। କିନ୍ତୁ ସେଥିରୁ ଅଳ୍ପ ପାଣି ବାହାରିବା ପରେ ବନ୍ଦ ବନ୍ଦ ହେଇଯାଉଥିବାରୁ ଗ୍ରାମବାସୀ ଗାଁ ନିକଟସ୍ଥ ନାଳର ଦୂଷିତ ଜଳ ବ୍ୟବହାର କରୁଛନ୍ତି। ବିଜୁଳି ନଥିବାରୁ ଅନ୍ଧାରରେ ଦିନ କଟୁଛି। ଗାଁରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନ ଥିବାବେଳେ ଶିକ୍ଷାର ଦୁରାବସ୍ଥା ମଧ୍ୟ ନକହିଲେ ଭଲ। ଏସବୁ ସମସ୍ୟା ନେଇ କୋରାପୁଟ ବିଡିଓ ନରେନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଗାଁ ଉପକଣ୍ଠ ମୋହନପଡ଼ାର ଜଣେ ବ୍ୟକ୍ତିଙ୍କ ନିଜସ୍ବ ଜମି ଥିବା ଯୋଗୁଁ ସେଠାରେ ରାସ୍ତା କରାଯାଇପାରୁ ନାହିଁ। ଖୁବ୍‌ ଶୀଘ୍ର ଗାଁ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ବରକାଣ୍ଡ: କାଠଫାଳିଆରେ ମହିଳାଙ୍କୁ ପିଟିପିଟି ମାରିଦେଲେ

ଗୁଣପୁର,୧୬।୫: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା କରଡ଼ା ଗାଁରେ ଏକ ବର୍ବରକାଣ୍ଡ ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ କାଠଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା...

ଆଧାର ସଂଲଗ୍ନ ମୋବାଇଲ ବିନା ମିଳୁନି ଅଣ୍ଡା, ଛତୁଆ

ରାୟଗଡ଼ା,୧୩।୫(ଆଶିଷ ରଞ୍ଜନ ପଣ୍ଡା):ପୁଷ୍ଟିହୀନତା ଦୂର ଏବଂ ମାତୃ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ...

ଘରେ ପଶି ଦମ୍ପତିଙ୍କୁ ହାଣିଲେ, ଲୁଟିନେଲେ ସୁନା ଗହଣା

ରାୟଗଡ଼ା,୧୩୫(ଆଶିଷ ରଞ୍ଜନ ପଣ୍ଡା): ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା ରୂପା। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ। ସୂଚନା...

ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ

ରାୟଗଡ଼ା,୭ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ଲାଡ଼ା ଷ୍ଟେଶନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକାପଥର ମାଡ଼ କରିଥିଲେ।...

ଫ୍ଲାଏ ଓଭରରୁ ତଳକୁ ଖସିଲା ଟ୍ୟାଙ୍କର, ବିଚ୍‌ ରାସ୍ତାରେ ହେଲା…

ରାୟଗଡ଼ା,୪ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ମଧ୍ୟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ପୁରୁଣା ତଥା ଏକମାତ୍ର ଫ୍ଲାଏ ଓଭର ଉପରେ...

ଘରେ ପଶି ପଡ଼ୋଶୀଙ୍କୁ ଟାଙ୍ଗିଆରେ ହାଣିଲେ, ପଦ୍ମପୁର ଥାନାରେ ଆତ୍ମସମର୍ପଣ କଲେ…

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ସଉରା ବିକ୍ରମପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗ୍ରାମର...

ବାଇକ୍‌ ଚୋରି କରି ନେଇଥିଲେ, ନାଗାବଳୀ ପୋଲ ଉପରେ ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ

ରାୟଗଡ଼ା, ୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଏପ୍ରିଲ ୨୮ ତାରିଖରେ ହୋଇଥିବା ଏକ ବାଇକ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଠାବ କରିଛି ଟାଉନ ଥାନା...

ସରପଞ୍ଚଙ୍କ ସ୍ବାମୀ-ଶ୍ୱଶୁରଙ୍କୁ ମାରିଦେଲେ ଦୁର୍ବୃତ୍ତ, ଗାଁ ଦାଣ୍ଡରେ ପଡ଼ିଛି ୨ ମୃତଦେହ

ରାୟଗଡ଼ା/ପଦ୍ମପୁର,୩ା୫(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri