Read more

କୋରାପୁଟ,୨୭।୪(ସ୍ବ.ପ୍ର.): ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲାର ବହୁ ଗ୍ରାମବାସୀ ଏବେ ବି ମୌଳିକ ସମସ୍ୟା ଭିତରୁ ମୁକୁଳି ପାରୁନାହାନ୍ତି। ସେମାନେ ଅବହେଳିତ ଜୀବନ କାଟୁଛନ୍ତି। ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। କୋରାପୁଟ ସହରରୁ ମାତ୍ର ୧୮ କିମି ଓ ୨୬ ନମ୍ବର ଜାତୀୟ ରାଜପଥରୁ ୫ କିମି ଦୂରରେ ରହିଥିବା ଏହି ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଏହି କାରଣରୁ ଲୋକେ ସ୍ବାସ୍ଥ୍ୟ, ବିଜୁଳି, ଶିକ୍ଷା, ପାନୀୟ ଜଳ ଭଳି ମୌଳିକା ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଗାଁରେ ଥିବା ୩୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି। କିନ୍ତୁ ସେଥିରୁ ଅଳ୍ପ ପାଣି ବାହାରିବା ପରେ ବନ୍ଦ ବନ୍ଦ ହେଇଯାଉଥିବାରୁ ଗ୍ରାମବାସୀ ଗାଁ ନିକଟସ୍ଥ ନାଳର ଦୂଷିତ ଜଳ ବ୍ୟବହାର କରୁଛନ୍ତି। ବିଜୁଳି ନଥିବାରୁ ଅନ୍ଧାରରେ ଦିନ କଟୁଛି। ଗାଁରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନ ଥିବାବେଳେ ଶିକ୍ଷାର ଦୁରାବସ୍ଥା ମଧ୍ୟ ନକହିଲେ ଭଲ। ଏସବୁ ସମସ୍ୟା ନେଇ କୋରାପୁଟ ବିଡିଓ ନରେନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଗାଁ ଉପକଣ୍ଠ ମୋହନପଡ଼ାର ଜଣେ ବ୍ୟକ୍ତିଙ୍କ ନିଜସ୍ବ ଜମି ଥିବା ଯୋଗୁଁ ସେଠାରେ ରାସ୍ତା କରାଯାଇପାରୁ ନାହିଁ। ଖୁବ୍‌ ଶୀଘ୍ର ଗାଁ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri