ରାୟଗଡା

ଭାଟିପଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମଭଙ୍ଗା କଲଭର୍ଟ ଦେଖି ଯନ୍ତ୍ରୀ କହିଲେ ‘ଚଲେଗା’

ବୈପାରୀଗୁଡ଼ା,୨୦ା୫(ଡି.ଏନ୍‌.ଏ.) ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଭାଟିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ନିର୍ମାଣ କରାଯାଉଛି। ଏନ୍‌ବିସିସି ସଂସ୍ଥା ଏହାକୁ ନିର୍ମାଣ କରୁଥିବା ବେଳେ ଅଣଓଡ଼ିଆ କର୍ମଚାରୀ ଦାୟିତ୍ବ ବୁଝୁଛନ୍ତି। ରାସ୍ତା ଅତି ନିମ୍ନମାନର ହେଉଥିବା…

ପାହାଡ଼ରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ

ଜୟପୁର,୧୯।୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହର ଉପକଣ୍ଠ ହାତୀବାରିଗୁଡ଼ା ସଂରକ୍ଷିତ ଜଙ୍ଗଲସ୍ଥିତ ପାହାଡ଼ରୁ ରବିବାର ପୂର୍ବାହ୍ନରେ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସ୍ଥାନୀୟ ଇରିଗେସନ କଲୋନି ବାସିନ୍ଦା ପିତାମ୍ବର ବେହେରୁକ (୬୫) । ଉଦ୍ଧାର ସ୍ଥଳର ପାରିପାର୍ଶ୍ୱିକ…

ବିଷାକ୍ତ ଛତୁଖାଇ ୮ ଅସୁସ୍ଥ

ରାୟଗଡା ଅଫିସ୍‌, ୧୯।୫- ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଗୋଡିବାଲିଠାରେ ବିଷାକ୍ତ ଛତୁଖାଇ ୮ଜଣ ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ପ୍ରଥମେ ମାଣ୍ଡିବିଶି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ…

ସହାୟିକାଙ୍କ ଘରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ତେନ୍ତୁଳିଖୁଣ୍ଟି, ୧୯।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡଦେଓପାଲି ପଞ୍ଚାୟତର ଭୌଗଳିକ ସ୍ଥିତି ଓ ଜନସଂଖ୍ୟାକୁ ଆଧାର କରି ଅଙ୍ଗନଓ୍ବାଡି କେନ୍ଦ୍ର କରାଯାଇ ନଥିବା ଅଭିଯୋଗ ହୋଇ ଆସୁଛି। ଗୌଡ ଦେଓପାଲି ପଞ୍ଚାୟତର ଚାପଟାପାଶ ଗ୍ରାମବାସୀ ଲମତାଗୁଡା ପଞ୍ଚାୟତର ପଡାଆଉଁଳି ଅଙ୍ଗନଓ୍ବାଡି…

ଜୀବନ ଜୀବିକାକୁ ନେଇ ଅସହାୟ ଯୋଗୀ

ପାରଳାଖେମୁଣ୍ଡି,୧୯।୫(ସ୍ବ.ପ୍ର.): ଗୋଟିଏ ପଟେ ଗୋଡ଼ ହରାଇଥିବା ସ୍ତ୍ରୀ, ଅନ୍ୟପଟେ ଜନ୍ମରୁ ଦୃଷ୍ଟିହୀନ ଝିଅ। ଏହି ଦୁଇଜଣଙ୍କୁ ନେଇ ବଡ଼ କଷ୍ଟରେ ଦିନ କାଟୁଛନ୍ତି ଯୋଗୀ। ଆର୍ଥତ୍କ ସ୍ଥିତି ଭଲ ନଥିବା ବେଳେ ଷାଠିଏ ବୟସରେ ଏହି ଦୁଇଜଣଙ୍କୁ ନେଇ ଚଳିବା ତାଙ୍କ…

ଅନ୍ଧାରରେ ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ

ଜୟପୁର,୧୯ା୫ଆଦିବାସୀଙ୍କ ପାଇଁ ଗ୍ରୀଷ୍ମକାଳୀନ ଆୟର ଅନ୍ୟତମ ମୁଖ୍ୟ ଉତ୍ସ ହେଉଛି କେନ୍ଦୁପତ୍ର। ପତ୍ର ସଂଗ୍ରହ କରି ତାହାକୁ ବିକି ଗୁଜୁରାଉ ମେଣ୍ଟାଉଥିବା ଆଦିବାସୀଙ୍କ ଏହି ଜୀବିକା କିନ୍ତୁ ବିଭିନ୍ନ କାରଣରୁ ପ୍ରଭାବିତ ହୋଇଛି । ଜୟପୁର ଡିଏଫ୍‌ଓ କେନ୍ଦୁପତ୍ର ବିଭାଗ ଅଧୀନରେ…

ପୁଞ୍ଜିସିଲର ଶୋଭା ବଢ଼ାଉଛି ମୁରାନ ଝରଣା : ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣ, ଚାଷୀଙ୍କ ପାଇଁ ବରଦାନ

କୋରାପୁଟ,୧୭ା୫(ସ୍ବ.ପ୍ର.) : ବଣ ପାହାଡ଼ ଘେର ଭିତରେ ରହିଛି ବିସ୍ତ୍ରୀର୍ଣ୍ଣ ପଥର ଚଟାଣ। ତାରି ଉପରେ ଧୀର ସ୍ରୋତରେ ବହିଯାଉଛି ମୁରାନ ଝରଣାର ଜଳରାଶି। ପ୍ରାକୃତିକ ପରିବେଶ ଭିତରେ ଏଭଳି ନିରାପଦ ପ୍ରପାତର ଦୃଶ୍ୟ ଟିକେ ନିଆରା। କୋରାପୁଟ ଜିଲା ଦାମନଯୋଡ଼ିର…

ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି,୧୮।୫(ଡି.ଏନ୍‌.ଏ): ମାଲକାନଗିରିରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାୟ ୩୦ରୁ ୪୦ ମାଓବାଦୀ ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣରେ ପଞ୍ଚାୟତ ଅଫିସ ନଷ୍ଟ ହୋଇଯାଇଥିବା ବେଳେ ଏଥିରେ କେହି…

ଗରାଏ ପାଣିକୁ ୧୦ଟଙ୍କା

ରାୟଗଡା ଅଫିସ୍‌, ୧୭।୫: ରାୟଗଡା ସହରର ରୟତ କଲୋନୀରେ ୧୩ଟି ଲେନ ରହିଛି। ୧୩ଟି ଲେନ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲେନରେ ଜଳ ଯୋଗାଣ ସହରର ଅନ୍ୟ ଅଞ୍ଚଳ ଭଳି ସ୍ବାଭାବିକ ରହିଛି। ହେଲେ ପଞ୍ଚମ ଠାରୁ…

ଅଚଳ ହୋଇ ପଡିରହିଛି ପାନୀୟ ଜଳ ପ୍ରକଳ୍ପ

ମାଲକାନଗିରି, ୧୭।୫(ଡି.ଏନ୍‌.ଏ.) – ମାଲକାନଗିରି ଜିଲାରେ ଏବେ ପ୍ରଚଣ୍ଡ ଖରା। ଜିଲାରେ ଏବେ ୪୪ ଡିଗ୍ରୀ ତାପମାତ୍ରା ଥିବାବେଳେ ବିଭିନ୍ନ ଅଞ୍ଚଳରେ କୂଅ, ପୋଖରୀ ଶୁଖିବାରେ ଲାଗିଛି। ପାନୀୟ ଜଳ ପାଇଁ ଲୋକଙ୍କ ସମେତ ପଶୁପକ୍ଷୀ ମଧ୍ୟ ଡହଳ ବିକଳ ହେଉଛନ୍ତି।…

ଝାଡ଼କୁସୁମି ଗ୍ରାମରେ ପାନୀୟ ଜଳ ସମସ୍ୟା: ୨୬ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ, କଳାହାଣ୍ଡି-ନବରଙ୍ଗପୁରକୁ ଯାତାୟାତ ଠପ୍‌

ପାପଡ଼ାହାଣ୍ଡି,୧୬।୫(ଡି.ଏନ୍‌.ଏ.): ପାନୀୟ ଜଳ ସମସ୍ୟା ନେଇ ଗୁରୁବାର ପାପଡ଼ାହାଣ୍ଡି ବ୍ଲକ ଝାଡ଼କୁସୁମି ଗ୍ରାମବାସୀ ୨୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ କଳାହାଣ୍ଡିଠାରୁ ନବରଙ୍ଗପୁର ଜିଲାକୁ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମରେ ମୋଟ…

ନୂଆଗାଁକୁ ମିଳୁନି ବିକାଶର ନୂଆ ଚିତ୍ର: ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଛନ୍ତି ଗାଁର ୩୨ ପରିବାର

ପାରଳାଖେମୁଣ୍ଡି,୧୬ା୫(ସ୍ବ.ପ୍ର.) ଗ୍ରାମର ନାମ ନୂଆଗାଁ। କିନ୍ତୁ ଏଠି ପ୍ରଶାସନିକ ଅବ୍ୟବସ୍ଥାର ପୁରୁଣା ଚିତ୍ର। ବିକାଶ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଜୁଳି। ସବୁ ପ୍ରକାର ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଥିବା ନୂଆଗାଁରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri