ଭାଟିପଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମଭଙ୍ଗା କଲଭର୍ଟ ଦେଖି ଯନ୍ତ୍ରୀ କହିଲେ ‘ଚଲେଗା’

ବୈପାରୀଗୁଡ଼ା,୨୦ା୫(ଡି.ଏନ୍‌.ଏ.) ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଭାଟିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ନିର୍ମାଣ କରାଯାଉଛି। ଏନ୍‌ବିସିସି ସଂସ୍ଥା ଏହାକୁ ନିର୍ମାଣ କରୁଥିବା ବେଳେ ଅଣଓଡ଼ିଆ କର୍ମଚାରୀ ଦାୟିତ୍ବ ବୁଝୁଛନ୍ତି। ରାସ୍ତା ଅତି ନିମ୍ନମାନର ହେଉଥିବା ବେଳେ ସ୍ଥାନୀୟ ଆଦିବାସୀ ଏହାର ପ୍ରତିବାଦ କଲେ ମଧ୍ୟ ସେମାନେ ଖାତିର କରୁନାହାନ୍ତି। ସଦ୍ୟ ନିର୍ମିତ ଏକ କଲଭର୍ଟ ଦବିଯିବା ସହ ଫାଟିଯାଇଛି। ଏ ସଂପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ସଂପୃକ୍ତ ଅଣଓଡ଼ିଆ ଯନ୍ତ୍ରୀ ବଜରଙ୍ଗୀ ଯାଦବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶୁକ୍ରବାର ସଂପୃକ୍ତ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ଲୋକଙ୍କ ଉପସ୍ଥିତିରେ ଉକ୍ତ ସୁପରଭାଇଜରଙ୍କୁ କଲଭର୍ଟ ଭାଙ୍ଗି ଆଉ ଥରେ ନିର୍ମାଣ କରିବାକୁ ତାଗିଦ କରିଥିଲେ। କିଛି ସମୟ ପରେ ଲୋକଙ୍କ ଆଢୁଆଳରେ ଦୁଇ କର୍ମଚାରୀ କିଛି ସମୟ କଥା ହେବା ପରେ ସଂପୃକ୍ତ ଯନ୍ତ୍ରୀ ହିନ୍ଦୀରେ ‘ଚଲେଗା’ କହି ଫେରି ଆସିଥିଲେ। ପରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବାରୁ ସଂପୃକ୍ତ ଅଣଓଡ଼ିଆ ସୁପରଭାଇଜର ଆଦିବାସୀ ଲୋକଙ୍କୁ ଭୟଭୀତ କରାଇଥିଲେ। ଇଚ୍ଛା ଥିଲେ ବି ଲୋକେ ଭୟରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିବାକୁ ସାହସ କରିପାରୁନାହାନ୍ତି। ରାସ୍ତାରେ ବିନା ପାଣିରେ ସିମେଣ୍ଟ ଓ ମୋରମ୍‌ ବିଛାଯାଇ ତା ଉପରେ ପିଚୁ ଢଳା ହେଉଥିବା ବେଳେ ସିମେଣ୍ଟ ଓ ପିଚୁର ଭାଗ ମାପ ସମାନ ନ ଥବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଫଳରେ ରାସ୍ତାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠୁଛି। ସେହିପରି ବ୍ଲକର ମନ୍ତ୍ରୀଆମ୍ବରୁ ଜବା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଉକ୍ତ ସଂସ୍ଥା ନିର୍ମାଣ କରୁଥିବା ବେଳେ କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ନିୟମ ଅନୁସାରେ ପୁରୁଣା କଲଭର୍ଟ ଭାଙ୍ଗି ନୂଆ କଲଭର୍ଟ କରିବା କଥା। କିନ୍ତୁ ଏକ ପୁରୁଣା କଲଭର୍ଟ ଉପରେ ରାସ୍ତା ହୋଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଫାଟି ଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ସଂସ୍ଥା ପକ୍ଷରୁ ବ୍ଲକରେ ଚାଲୁଥିବା ସମସ୍ତ କାମ ଅତି ନିମ୍ନମାନର ଏବଂ ଏ ସବୁର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri