ନୂଆଗାଁକୁ ମିଳୁନି ବିକାଶର ନୂଆ ଚିତ୍ର: ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଛନ୍ତି ଗାଁର ୩୨ ପରିବାର

ପାରଳାଖେମୁଣ୍ଡି,୧୬ା୫(ସ୍ବ.ପ୍ର.) ଗ୍ରାମର ନାମ ନୂଆଗାଁ। କିନ୍ତୁ ଏଠି ପ୍ରଶାସନିକ ଅବ୍ୟବସ୍ଥାର ପୁରୁଣା ଚିତ୍ର। ବିକାଶ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଜୁଳି। ସବୁ ପ୍ରକାର ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଥିବା ନୂଆଗାଁରେ ଅବ୍ୟବସ୍ଥାର ଏହି ପୁରୁଣା ଚିତ୍ର ବଦଳି କେବେ, ବିକାଶର ନୂତନ ସ୍ବାଦ ମିଳିବ, ତାହାକୁ ଅପେକ୍ଷା କରି ରହିଛନ୍ତି ଗ୍ରାମବାସୀ।

ଗଜପତି ଜିଲା ଗୋଷାଣୀ ବ୍ଲକ କତଳକୋଇଠା ପଞ୍ଚାୟତ ଆଦିବାସୀ ବହୁଳ ଗ୍ରାମ ହେଉଛି ନୂଆଗାଁ। ଏଠାରେ ଦୀର୍ଘ ବର୍ଷ ଧରି ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ,ବିଜୁଳି, ପାନୀୟଜଳ ମୁଖ୍ୟ ସମସ୍ୟା ହୋଇ ରହିଛି। ୩୨ଟି ପରିବାରର ଶତାଧିକ ଲୋକେ ରହୁଥିବା ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ। ମୋରମ ପଥୁରିଆ ରାସ୍ତା ଦେଇ ଗାଁକୁ ଯିବାକୁ ପଡ଼େ। ବର୍ଷାଦିନେ କାଦୁଅଭର୍ତ୍ତି ରାସ୍ତାରେ ଗମନାଗମନ କଷ୍ଟକର ହୋଇପଡ଼େ। ଏଠାରେ ଥିବା ବିଦ୍ୟାଳୟ ୬/୭ ମାସ ତଳେ ଉପସ୍ଥାନର ଆଳ ଦେଖାଇ ବନ୍ଦ କରିଦିଆଯାଇଛି। ଫଳରେ ଗାଁର ପିଲା ବର୍ତ୍ତମାନ ୫-୭ କିମି ଦୂରରେ ଥିବା ବାଞ୍ଜିରି ଓ ତୁଳସିପାଡୁ ଗ୍ରାମ ବିଦ୍ୟାଳୟକୁ ଯାଉଛନ୍ତି ତ କେତେକ ପାଠପଢାରୁ ବଞ୍ଚତ୍ତ ହେଉଛନ୍ତି। ସ୍ବାସ୍ଥ୍ୟସେବା ଏଠାରେ ବିପର୍ଯ୍ୟସ୍ତ। ବିଦ୍ୟୁତ ସେବା ଥାଇ ମଧ୍ୟ ନଥିବା ସଙ୍ଗେ ସମାନ। ଅଧିକାଂଶ ସମୟରେ ବିଭ୍ରାଟ। ଥରେ ବିଜୁଳି ଚାଲିଗଲେ କେତେବେଳେ ତାହା ଆସିବ, କିଛି ଠିକଣା ନଥାଏ।ତେବେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ବର୍ଷ ତମାମ ଏଠାରେ ପାନୀୟ ଜଳ ସଙ୍କଟ ଲାଗିରହିଛି। ଗ୍ରାମରେ ଗୋଟିଏ ନଳକୂପ ଅଛି, କିନ୍ତୁ ସେଥିରୁ ଗନ୍ଧଯୁକ୍ତ ପାଣି ଆସୁଛି ତାହା ପୁଣି କମ୍‌ ପରିମାଣର। ଗୋଟିଏ କୂପ ଅଛି ହେଲେ ଶୁଖିଲା ପଡ଼ିଛି। ବଡ଼ ପୋଖରୀ ମଧ୍ୟ ଶୁଖିଲା ପଡିଛି। ପାନୀୟଜଳ ଅଭାବରୁ ମହିଳାମାନେ ଗ୍ରାମଠାରୁ ୨କିମି ଦୂରରେ ଥିବା ପାହାଡ଼ ତଳିରେ ଥିବା କୂଅ ଉପରେ ନିର୍ଭର କରୁଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ପଥର କୂଅ ଯେଉଁଥିରେ ଶିଉଳି ଦଳଭରା, ସେହି ଅପରିଷ୍କାର ପାଣି ସଂଗ୍ରହ କରି କନାରେ ଛାଣି ତାହା ଘରକୁ ନେଇ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଏହି ପାଣି ଆଣିବା ପାଇଁ ମହିଳାମାନେ ବିଲ ହୁଡା ଏବଂ ପ୍ରାୟ ଜଙ୍ଗଲଭରା ଅଞ୍ଚଳରେ ଥିବା ପାହାଡ ତଳିଆକୁ ଯିବାକୁ ହୋଇଥାଏ। ଗ୍ରାମରେ ଥିବା ନଳକୂପର ଜଳସ୍ତର ତଳକୁ ଚାଲିଯିବା, କୂଅ ଓ ପୋଖରୀର ପାଣି ଶୁଖିଯିବା ଫଳରେ ପାନୀୟ ଜଳ ଅନ୍ୟ ବ୍ୟବହାର ପାଇଁ ଜଳର ଘୋର ସଙ୍କଟ ଦେଖାଦେଇଛି। ଏଭଳି ପରିସ୍ଥିତରେ ଗ୍ରାମବାସୀ ପାଇଖାନା ବ୍ୟବହାର କରି ନପାରି ବାହାରକୁ ଶୌଚ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଜଳ ଅଭାବ ପାଇଁ ଶତାଧିକ ଏକର ଜମିରେ ଚାଷକାର୍ଯ୍ୟ ହୋଇ ନପାରି ଶୁଖଲା ପଡ଼ିଛି। ଗ୍ରାମରେ ଇନ୍ଦିରା ଆବାସ ଘର ମିଳି ନଥିବା ଏବଂ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଗ୍ରାମର ମାଲେୟା ଶବର, ସମରା ବଡରଇତ, ଇନେତୁ ଶବର, ରାଶି ଶବର, ମାଳତୀ ଶବର ଏବଂ ରଜମୀ ଶବର କହିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ନୂଆଗାଁକୁ ପିଏମ୍‌ଜିଏସ୍‌ୱାଇରେ ଭଲ ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା ସହ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri