ଅନ୍ଧାରରେ ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ

ଜୟପୁର,୧୯ା୫ଆଦିବାସୀଙ୍କ ପାଇଁ ଗ୍ରୀଷ୍ମକାଳୀନ ଆୟର ଅନ୍ୟତମ ମୁଖ୍ୟ ଉତ୍ସ ହେଉଛି କେନ୍ଦୁପତ୍ର। ପତ୍ର ସଂଗ୍ରହ କରି ତାହାକୁ ବିକି ଗୁଜୁରାଉ ମେଣ୍ଟାଉଥିବା ଆଦିବାସୀଙ୍କ ଏହି ଜୀବିକା କିନ୍ତୁ ବିଭିନ୍ନ କାରଣରୁ ପ୍ରଭାବିତ ହୋଇଛି । ଜୟପୁର ଡିଏଫ୍‌ଓ କେନ୍ଦୁପତ୍ର ବିଭାଗ ଅଧୀନରେ କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲା ରହିଛି । ଏହି ୩ଟି ଜିଲାରେ ୮ଟି ରେଞ୍ଜ ଥିବାବେଳେ ଏହା ଅଧୀନରେ ଥିବା ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ ଏବେ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି।
ଏବେ କେନ୍ଦୁପତ୍ର ଋତୁ ଚାଲିଛି। ଏପ୍ରିଲ ଓ ମେ ମାସରେ ସଂଗୃହୀତ ହେଉଥିବା କେନ୍ଦୁପତ୍ର ବିଡି ତିଆରି କାମରେ ଲାଗେ। ଅବିଭକ୍ତ କୋରାପୁଟ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଆଦିବାସୀ କେନ୍ଦୁପତ୍ର ସଂଗ୍ରହ କରି କେନ୍ଦୁପତ୍ର ଡିଭିଜନକୁ ଦେଇଥାନ୍ତି। ଡିଭିଜନ ତୋଳାଳିଙ୍କଠାରୁ କେନ୍ଦୁପତ୍ର ସଂଗ୍ରହ କରିବା ପରେ ଓଏଫ୍‌ଡିସି ଏହାକୁ ଟେଣ୍ଡର ଜରିଆରେ ବିକ୍ରି କରିଥାଏ । ୨୦୧୮ରେ ୬୫ ହଜାର ବ୍ୟାଗ, ୨୦୧୯ରେ ୭୫ ହଜାର ବ୍ୟାଗ୍‌ କେନ୍ଦୁପତ୍ର ବିକ୍ରି ହୋଇଛି। ୨୦୧୭ରେ ଓଏଫ୍‌ଡିସି ଜୟପୁର ଡିଭିଜନ ଏଥିରୁ ୪୭ କୋଟି ଲାଭ କରିଥିବା ବେଳେ ୨୦୧୮ରେ ଲାଭ ଖସିଆସି ୩୦ କୋଟିରେ ପହଞ୍ଚତ୍ଥିଲା। ୨୦୧୯ରେ ୩୦ କୋଟି ଲାଭ ହେବ କି ନା, ତାହା ଅନିଶ୍ଚିତତା ଭିତରେ ରହିଛି। ୨୦୧୮ରେ ଲାଭ ୧୫ କୋଟି କମ୍‌ ହୋଇଥିବାରୁ କେନ୍ଦୁପତ୍ର ତୋଳାଳିଙ୍କ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଛାତ୍ର ବୃତ୍ତିକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି । ଏହି ଲାଭକୁ ଦେଖିବା ପରେ ହିଁ ସରକାର ତୋଳାଳିଙ୍କ ପାଇଁ ଜୋତା, ଛତା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ସେମାନଙ୍କ ପିଲାଙ୍କୁ ବୃତ୍ତି ଭଳି କଲ୍ୟାଣକାରୀ ବ୍ୟବସ୍ଥା କରିଥିଲେ। ଲାଭ କମିଲେ ଓଏଫଡିସି ଆର୍ଥତ୍କ କ୍ଷତି ସହିବା ସହ ଉପରୋକ୍ତ କଲ୍ୟାଣକାରୀ ଯୋଜନା ମଧ୍ୟ ଅପସାରିତ ହେଉଛି। ୨୦୧୭ରେ କେନ୍ଦ୍ର ସରକାର ଜିଏସ୍‌ଟିରେ ୧୮ ପ୍ରତିଶତ ଶୁଳ୍କ ଲାଗୁ କଲେ ା ଆଗରୁ ଭାଟ୍‌ ୫ ପ୍ରତିଶତ ରହିଥିଲା । ଜିଏସ୍‌ଟି ଲାଗୁ ହେବା ପରେ କେନ୍ଦୁପତ୍ର କିଣିବାକୁ କେହି ଆଗ୍ରହ ଦେଖାଉନାହାନ୍ତି। ୨୦୧୮ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଜିଏସ୍‌ଟି ହ୍ରାସ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କିଛି ଫଳ ମିଳିନାହିଁ।
ଅବିଭକ୍ତ କୋରାପୁଟର କେନ୍ଦୁପତ୍ର ଛତିଶଗଡ଼, ପଶ୍ଚିମବଙ୍ଗକୁ ପଠାଯାଏ। ସେଠାରୁ ଶ୍ରୀଲଙ୍କା, ସୁଇଜରଲାଣ୍ଡ, ସାଉଦିଆରବ, ପାକିସ୍ତାନ ଭଳି ଦେଶକୁ ଏହା ରପ୍ତାନି କରାଯାଏ। ବ୍ୟବସାୟୀମାନେ ଟେଣ୍ଡର ଜରିଆରେ କେନ୍ଦୁପତ୍ର କିଣି ପଶ୍ଚିମବଙ୍ଗ ପଠାଇଥାନ୍ତି ା ଜିଏସ୍‌ଟି ଲାଗୁ ହେବା ଫଳରେ ବହୁ ବ୍ୟବସାୟୀ ଏଥିରୁ ମୁହଁ ଫେରାଇ ନେଇଥିବା ଛତିଶଗଡ଼ର ବ୍ୟବସାୟୀ ରାମଚନ୍ଦ୍ର ଚିନ୍ଦା କହିଛନ୍ତି। ପ୍ରତ୍ୟେକ ବିଡା ବା କେରିରେ ୪୦ଟି କେନ୍ଦୁପତ୍ର ଥାଏ। ୧୨୫୦ଟି କେରିକୁ ନେଇ ଗୋଟିଏ ଷ୍ଟାଣ୍ଡାର୍ଡ ବ୍ୟାଗ୍‌ ହୁଏ। ୨୦୧୭ରେ ଓଏଫ୍‌ଡିସି ଷ୍ଟାଣ୍ଡାର୍ଡ ବ୍ୟାଗ୍‌ ପିଛା ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ବେଳେ ୨୦୧୮ରେ ଦର ଖସିଆସି ୫ରୁ ୬ ହଜାର ଟଙ୍କାରେ ପହଞ୍ଚତ୍ଥିଲା। ୨୦୧୯ରେ ୩ରୁ ୪ ହଜାର ଟଙ୍କାରେ ବିକ୍ରି ହେଉଛି ଷ୍ଟାଣ୍ଡାର୍ଡ ବ୍ୟାଗ୍‌। ବ୍ୟବସାୟୀ ମୁହଁ ଫେରାଇନେବା ବେଳେ ଦଲାଲମାନେ ସକ୍ରିୟ ହୋଇ କେନ୍ଦୁପତ୍ରର ଚୋରା ଚାଲାଣ ଚଳାଇଛନ୍ତି। କିଛିଦିନ ତଳେ ମାଲକାନଗିରିରୁ ଏହା ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ଖବର ପାଇ ଆୟକର ବିଭାଗ ଦୁଇଟି ଟ୍ରକ୍‌ ଅଟକ ରଖିଥିଲା। ଏପଟେ ଚୋରା ଚାଲାଣ ସେପଟେ ଦର କମିବା ଦ୍ୱାରା ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)।...

କୋରାପୁଟ ଲୋକସଭା ଆସନ: ୩ ଆଶାୟୀଙ୍କ ମଧ୍ୟରୁ କାଳୀରାମଙ୍କ ଉପରେ ଆସ୍ଥା ପ୍ରକଟ କଲା ଭାଜପା

ରାୟଗଡ଼ା,୨୪।୩(ଆଶିଷ ରଞ୍ଜନ ପଣ୍ଡା)-ପଞ୍ଚମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା। କୋରାପୁଟରୁ ଜଣେ ମହିଳାଙ୍କ ସମେତ ୩ ପ୍ରମୁଖ...

ଚିଟ୍‌ଫଣ୍ଡ ନାଁରେ ୫କୋଟି ଠକେଇ, ମହିଳା ଫେରାର

ରାୟଗଡ଼ା,୨୩ା୩(ଆଶିଷ ରଞ୍ଜନ ପଣ୍ଡା): ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ ସ୍କିମ୍‌ ଓ ସୁଧ କାରବାର ଉପରେ କୌଣସି ଅଙ୍କୁଶ ଲଗାଯାଇ ନ ଥିବାରୁ ଦିନକୁ ଦିନ...

ମା’ ମଝିଘରିଆଣୀ ହୁଣ୍ଡି ଟଙ୍କା ଗଣତି ଶେଷ: ବାହାରିଲା ୮୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ରାୟଗଡ଼ା,୧୮।୩(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଟଙ୍କା ଗଣତି ସୋମବାର ଶେଷ ହୋଇଛି। ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା...

ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ଏହି ଗଣତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ...

ହାର୍ଡଓ୍ବୟାର ଦୋକାନରେ ଜିଏସ୍‌ଟି ଚଢ଼ାଉ

ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍‌ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍‌ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍‌ଟି ଏନଫୋର୍ସମେଣ୍ଟ ଡେପୁଟି...

ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ...

ପ୍ରମୁଖ ଦଳ ଆଶାୟୀଙ୍କ ମେଣ୍ଟ ମନ୍ତବ୍ୟ, ଟିକେଟ ମିଳିଲେ କ’ଣ କରିବେ?

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀମାନେ ଲୋକ ସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri