ପାହାଡ଼ରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ

ଜୟପୁର,୧୯।୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହର ଉପକଣ୍ଠ ହାତୀବାରିଗୁଡ଼ା ସଂରକ୍ଷିତ ଜଙ୍ଗଲସ୍ଥିତ ପାହାଡ଼ରୁ ରବିବାର ପୂର୍ବାହ୍ନରେ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସ୍ଥାନୀୟ ଇରିଗେସନ କଲୋନି ବାସିନ୍ଦା ପିତାମ୍ବର ବେହେରୁକ (୬୫) । ଉଦ୍ଧାର ସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କଲେ, ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଜୟପୁର ଏସ୍‌ଡିପିଓ ସାଗରିକା ନାଥ, ସଦର ଥାନା ଅଧିକାରୀ ଧୀରେନ୍ଦ୍ର ବେହେରା, ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି, ଏସ୍‌ଆଇ ଶିବଶଙ୍କର ସାହୁ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଜିଲା ମୁଖ୍ୟାଳୟରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ସେଠାରେ ପହଞ୍ଚତ୍ ଛାନ୍‌ଭିନ୍‌ ଚଳାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ।
ସୂଚନା ଅନୁଯାୟୀ, ଜୟପୁର ଇରିଗେସନ କଲୋନିର ବାସିନ୍ଦା ହେଉଛନ୍ତି ପୀତବାସ ବେହେରୁକ। ସେ ଇରିଗେସନ କାର୍ଯ୍ୟାଳୟରେ ଷ୍ଟୋର କିପର ପଦବୀରୁ ଅବସର ନେଇଥିଲେ। ତାଙ୍କର ୩ଟି ଝିଅ ଅଛନ୍ତି ା ଏକମାତ୍ର ପୁଅ ୪ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ। ସେବେଠାରୁ ତାଙ୍କର ମାନସିକ ସ୍ଥିତ ଠିକ୍‌ ନ ଥିଲା। ଗତ ୧୭ ତାରିଖ ଆତ୍ମହତ୍ୟା କରିବେ ବୋଲି ସ୍ତ୍ରୀଙ୍କୁ କହି ପୀତବାସ ଘରୁ ବାହାରି ଯାଇଥିଲେ, କିନ୍ତୁ ଆଉ ଫେରି ନ ଥିଲେ ା ଗତ ଶନିବାର ଜ୍ୱାଇଁ ଜୟପୁର ଟାଉନ ଥାନାରେ ପୀତବାସ ନିରୁଦ୍ଦିଷ୍ଟ ଥିବା ଏତଲା ଦେଇଥିଲେ। କିନ୍ତୁ ରବିବାର ସକାଳୁ ହାତୀବାରିଗୁଡ଼ା ପାହାଡ଼ରୁ ପୀତବାସଙ୍କ ମୃତଦେହ ମିଳିଥିଲା। ପାହାଡ଼ରୁ ଯେଉଁ ଗଛରୁ ପୀତବାସଙ୍କ ମୃତଦେହ ମିଳିଛି, ସେହି ଗଛରେ ଚଢ଼ି ଆତ୍ମହତ୍ୟା କରିବା ତାଙ୍କ ପକ୍ଷେ ସମ୍ଭବ ହେବନାହିଁ। ଏପରିକି ପାହାଡ଼ ଉପରକୁ ଯିବା ମଧ୍ୟ ସମ୍ଭବ ହେବନାହିଁ। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କଠାରୁ ସ୍ଥାନୀୟ ଅଞ୍ଚଳର ଅନେକ ବ୍ୟବସାୟୀ ଓ ଠିକାଦାର ଟଙ୍କା ଉଧାର ନେଇଥିବା ବେଳେ ସେମାନେ ଫେରାଉ ନ ଥିବାରୁ ଏହା ପୀତବାସଙ୍କ ଚିନ୍ତା ବଢ଼ାଇଥିଲା। ଯେଉଁମାନେ ଟଙ୍କା ନେଇଥିଲେ, ସେମାନଙ୍କ ମଧ୍ୟରୁ କେହି ହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଜିଲା ଚିକିତ୍ସାଳୟରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍‌ଆଇ ମୁକୁନ୍ଦଦେବ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri