ପୁଞ୍ଜିସିଲର ଶୋଭା ବଢ଼ାଉଛି ମୁରାନ ଝରଣା : ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣ, ଚାଷୀଙ୍କ ପାଇଁ ବରଦାନ

କୋରାପୁଟ,୧୭ା୫(ସ୍ବ.ପ୍ର.) : ବଣ ପାହାଡ଼ ଘେର ଭିତରେ ରହିଛି ବିସ୍ତ୍ରୀର୍ଣ୍ଣ ପଥର ଚଟାଣ। ତାରି ଉପରେ ଧୀର ସ୍ରୋତରେ ବହିଯାଉଛି ମୁରାନ ଝରଣାର ଜଳରାଶି। ପ୍ରାକୃତିକ ପରିବେଶ ଭିତରେ ଏଭଳି ନିରାପଦ ପ୍ରପାତର ଦୃଶ୍ୟ ଟିକେ ନିଆରା।
କୋରାପୁଟ ଜିଲା ଦାମନଯୋଡ଼ିର ପଞ୍ଚପଟ୍ଟମାଳି ପାହାଡ଼ରୁ ଝରି ଆସିଥିବା ମୁରାନ ଝରଣା ଦଶମନ୍ତପୁର ବ୍ଲକ ପୁଞ୍ଜିସିଲରେ ଏକ ବିଶାଳ ପଥର ଉପରେ ପଡ଼ି ଜଳପ୍ରପାତ ସୃଷ୍ଟି କରିଛି। ବିପଦସଙ୍କୁଳ ସ୍ଥାନ ହୋଇ ନ ଥିବାରୁ ଏଠାରେ ପ୍ରପାତର ମଜା ନେବା ପାଇଁ ସ୍ଥାନୀୟ ଲୋକଙ୍କ ଆଗମନ ନିୟମିତ ଚାଲିଥାଏ। ଖରାଦିନେ ବିସ୍ତୀର୍ଣ୍ଣ ପଥର ଶଯ୍ୟା ଉପରେ ଧୀର ଜଳରାଶିର ସ୍ରୋତରେ ଗାଧୋଇବା ନିରାପଦ ଥିବାରୁ ଏହି ସ୍ଥାନ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଏହି ସ୍ଥାନକୁ ଭଲ ରାସ୍ତା ନଥିବା ସତ୍ତ୍ୱେ ଝରଣା ନିକଟକୁ ବସ୍‌ କିମ୍ବା ଜିପ୍‌ରେ ପ୍ରତିଦିନ ଦୂର ଦୂରାନ୍ତରରୁ ଶତାଧିକ ପର୍ଯ୍ୟଟକ ଆସିଥାନ୍ତି। ଏହି ସ୍ଥାନରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ବସାଉଠା ପାଇଁ ସ୍ଥାନ ଓ ପାନୀୟ ଜଳ ପାଇଁ ନଳକୂପ ସାଙ୍ଗକୁ ଗାଁ ମୁଣ୍ଡରୁ ଏକ ରାସ୍ତାଟିଏ ନିର୍ମାଣ କରାଗଲେ ଏହି ସ୍ଥାନଟି ଅଧିକ ଲୋକାଭିମୁଖୀ ହୋଇପାରିବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ମୁରାନ ଝରଣା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିବା ସହ ସ୍ଥାନୀୟ ବାସିନ୍ଦାଙ୍କ ଚାଷକୁ ଜୀବନ ଦେଇଆସିଛି। ଏହି ଝରଣା ପାଣି ବ୍ୟବହାର କରି ପୁଞ୍ଜିସିଲ ଗ୍ରାମବାସୀ ଚାଷକାର୍ଯ୍ୟ କରନ୍ତି। ୧୫ ବର୍ଷ ତଳେ ରାଜ୍ୟ ସରକାର ଏହି ଝରଣା ଜଳକୁ କେନାଲ ମାଧ୍ୟମରେ ଉପରମୁଣ୍ଡ ଜମିରେ ଜଳସେଚନ କରିବାର ବ୍ୟବସ୍ଥା କରିଥିଲେ ା ଏହି ସୁବିଧା ପାଇଁ କେତେକ ଗ୍ରାମବାସୀ ଖରାଦିନେ ମଧ୍ୟ ଧାନ ଚାଷ କରୁଛନ୍ତି। କିନ୍ତୁ କିଛି ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ଫାଟ ସୃଷ୍ଟି ହୋଇ ଉପରମୁଣ୍ଡରେ ଥିବା ଜମିରେ ପାଣି ପହଞ୍ଚତ୍ ପାରୁନାହଁି ା ତେଣୁ ସୋଲାର ଅଥବା ବିଦ୍ୟୁତ ଚାଳିତ ପମ୍ପ ଲଗାଇ ଝରଣା ପାଣି ଉଠାଇବା ଲାଗି ସରକାର ପଦକ୍ଷେପ ନେବାକୁ ଗ୍ରାମର ଗିରିଆ ବଡ଼ନାୟକଙ୍କ ସମେତ ବହୁ ଚାଷୀ ନିବେଦନ କରିଛନ୍ତି। ଏହି ସ୍ଥାନର ଉନ୍ନତି ପାଇଁ ଜିଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମାଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri