ସହାୟିକାଙ୍କ ଘରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ତେନ୍ତୁଳିଖୁଣ୍ଟି, ୧୯।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡଦେଓପାଲି ପଞ୍ଚାୟତର ଭୌଗଳିକ ସ୍ଥିତି ଓ ଜନସଂଖ୍ୟାକୁ ଆଧାର କରି ଅଙ୍ଗନଓ୍ବାଡି କେନ୍ଦ୍ର କରାଯାଇ ନଥିବା ଅଭିଯୋଗ ହୋଇ ଆସୁଛି। ଗୌଡ ଦେଓପାଲି ପଞ୍ଚାୟତର ଚାପଟାପାଶ ଗ୍ରାମବାସୀ ଲମତାଗୁଡା ପଞ୍ଚାୟତର ପଡାଆଉଁଳି ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ସେହିପରି ଡାଇକଠାରେ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ଲାଗି ଲାଗି ରହିଛି । ପରଜାଦେଓପାଲି ଓ ଦେଓପାଲି ଅଙ୍ଗନଓ୍ବାଡି କେନ୍ଦ୍ର। ପରଜାଦେଓପାଲି ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଡୁମାଝୋଲା, ନୂଆମାଝିଗୁଡା ଏବଂ ପରଜାଦେଓପାଲି ଗ୍ରାମବାସୀ ନିର୍ଭରଶୀଳ । ଦେଓପାଲି ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଗୌଡଦେଓପାଲି, କଲୋନୀ ଦେଓପାଲି ଗ୍ରାମବାସୀ ନିର୍ଭର କରିଥାନ୍ତି। ସେହିପରି ହିରୁଗୁଡା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ହିରୁଗୁଡା , ସୁତାବନ୍ଧ, ଡଙ୍ଗାଝରଣ ଗ୍ରାମବାସୀ ନିର୍ଭରଶୀଳ। କିନ୍ତୁ ଏହି କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ଦୀର୍ଘବର୍ଷ ହେଲା ଏହି କେନ୍ଦ୍ର ଅଙ୍ଗନଓ୍ବାଡି ସହାୟିକା ହୁକାଇ ଜାନୀଙ୍କ ଘରେ ଚାଲିଛି । ଭାରପ୍ରାପ୍ର ଅଙ୍ଗନଓ୍ବାଡି କର୍ମୀ ଦ୍ୱାରା ଦୀର୍ଘବର୍ଷ କେନ୍ଦ୍ର ପରିଚାଳିତ ହେଉଥିଲା। ବହୁ ଦାବି ପରେ ଦୁଇ ମାସ ତଳେ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ମିଳିଛି। ଏହି କେନ୍ଦ୍ର ଉପରେ ୫ରୁ ୬ଜଣ ଗର୍ଭବତୀ, ୨୭ରୁ ୩୦ ପ୍ରାକ୍‌ ବିଦ୍ୟାଳୟ ଛାତ୍ରୀଛାତ୍ର ନିର୍ଭର କରିଥାନ୍ତି। କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ଆଜକୁ ୯ ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇ ପାରିନି। ବହୁ ଦାବି ପରେ ଗୃହର ଚଟାଣ ଓ କାନ୍ଥ ପ୍ଲାଷ୍ଟର କରି ଚୂନ କରାଗଲା। ଅଙ୍ଗନଓ୍ବାଡି ଗୃହର କବାଟ ଓ ଝରକା ଲଗାଯାଇ ନାହିଁ। ଶୌଚାଳୟ ମଧ୍ୟ ନିର୍ମାଣ ହୋଇଛି। ଶୌଚାଳୟରେ ଲାଟିନ ପ୍ୟାନ ଲାଗିନି କି ଗୃହ ଉପର ଛପର ହୋଇ ନାହିଁ। ଏହି ଗୃହର ନିର୍ମାଣ କାର୍ଯ୍ୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀଙ୍କ ନାମରେ ରହିଛି। କାମ ଆରମ୍ଭରୁ ବର୍ତ୍ତମାନ ଯାଏ ୫ ଜଣ କନିଷ୍ଠ ଯନ୍ତ୍ରୀ ବଦଳି ହେଲେଣି। କିନ୍ତୁ ଗୃହ ନିର୍ମାଣ ଶେଷ ହୋଇ ପାରୁ ନାହିଁ। ତୁରନ୍ତ ଅସ୍ଥାୟୀ ଭାବେ ନୂତନ ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀରେ ଅଙ୍ଗନଓ୍ବାଡି କେନ୍ଦ୍ରର ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପାଇଁ ବ୍ୟବହାର କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri